ରାଜ୍ୟରେ ରାସାୟନିକ ଶିଳ୍ପ ପାର୍କ ବିକାଶ ସମ୍ଭବ:ନାଲ୍‌କୋ ସିଏମ୍‌ଡି

ଭୁବନେଶ୍ୱର,୧୫-୭: ଇନଷ୍ଟିଚ୍ୟୁଟ ଅଫ୍‌ କେମିକାଲ ଟେକ୍ନୋଲୋଜି(ଆଇସିଟି) ଭୁବନେଶ୍ୱର କ୍ୟାମ୍ପସ ଦ୍ୱାରା ପ୍ରେରିତ ରାସାୟନିକ ଶିଳ୍ପ କ୍ଲଷ୍ଟର ରାଜ୍ୟର ଶିଳ୍ପାୟନକୁ ଇନ୍ଧନ ଯୋଗାଣ ଦିଗରେ କାର୍ଯ୍ୟ କରିବ। ନାଲ୍‌କୋ ସିଏମ୍‌ଡି ତପନ କୁମାର ଚାନ୍ଦ ଶନିବାର ଏହା କହିଛନ୍ତି। ଆଇସିଟି ଭୁବନେଶ୍ୱର କ୍ୟାମ୍ପସରେ ପ୍ରକ୍ରିୟାକରଣ ଇଞ୍ଜିନିୟରିଂରେ ଏକଜିକ୍ୟୁଟିଭ ଏମ୍‌ଟେକ୍‌ ପ୍ରୋଗ୍ରାମର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ଡ.ଚାନ୍ଦ ଶିଳ୍ପ କାର୍ଯ୍ୟନିର୍ବାହୀଙ୍କ ପ୍ରଥମ ବ୍ୟାଚ୍‌କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ଉଦ୍ୟୋଗ ଭିତ୍ତିକ ନିଯୁକ୍ତି ଲାଗି ଆଗଭର ହେବାକୁ ଏଥିରେ ଚାନ୍ଦ ଗୁରୁତ୍ୱାରୋପ କରିଛନ୍ତି।
ଚାନ୍ଦ କହିଛନ୍ତି, ସାରା ଦେଶରେ ଏଭଳି ପାଠ୍ୟକ୍ରମ ପ୍ରଥମଥର ଲାଗି ଆରମ୍ଭ ହୋଇଚି। ରାସାୟନିକ ଶିଳ୍ପ କ୍ଲଷ୍ଟର ସ୍ଥାପନକୁ ଆଇସିଟି ଭୁବନେଶ୍ୱର ପ୍ରୋତ୍ସାହନ କରୁଛି। ଏହା ରାଜ୍ୟର ଶିଳ୍ପ କ୍ଷେତ୍ର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଦିଗରେ ବିଶେଷ ଭାବେ ସହାୟକ ହୋଇ ପାରିବ। ସେହିଭଳି ରାଜ୍ୟରେ ରାସାୟନିକ ଶିଳ୍ପ ପାର୍କର ବିକାଶ ସମ୍ଭବ ବୋଲି ଚାନ୍ଦ କାର୍ଯ୍ୟକ୍ରମରେ ମତ ରଖିଛନ୍ତି।
ଉଦ୍ୟମଶୀଳତା ଅଭିଯାନ ଉପରେ ଏଥିରେ ଆଇସିଟି କୁଳପତି ପ୍ରଫେସର ଜିଡି ଯାଦବ ଗୁରୁତ୍ୱାରୋପ କରିଥିଲେ। ଆଇଆଇଟି ଖଡଗପୁରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଆଇସିଟି ଆଇଓସି ଭୁବନେଶ୍ୱର ନିର୍ଦ୍ଦେଶକ ବି.ଏନ୍‌. ଥୋରାଟ, ଆଇଓସିର ଏଚ୍‌ଆର୍‌ ନିର୍ଦ୍ଦେଶକ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

୫୨ ପଇସା ଦୁର୍ବଳ ହେଲା ଭାରତୀୟ ମୁଦ୍ରା

ମୁମ୍ବାଇ,୧୪।୪:(ପି.ଟି.): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଭୂରାଜନୈତିକ ଉତ୍ତେଜନା ଭାରତୀୟ ମୁଦ୍ରାକୁ ପୁଣି ଦୁର୍ବଳ କରିଦେଇଛି । ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜରେ ସୋମବାର ଟଙ୍କା ୫୨ ପଇସା ଦୁର୍ବଳ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri