ରାଜ୍ୟରେ ବିଦ୍ୟୁତ୍‌ ସଙ୍କଟ ଉତ୍କଟ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ଏକଦା ବଳକା ବିଦ୍ୟୁତ୍‌ ରାଜ୍ୟ ବୋଲି ଡିିଣ୍ଡିମ ପିଟୁଥିବା ଓଡ଼ିଶା ଏବେ ଉତ୍କଟ ବିଦ୍ୟୁତ୍‌ ସଙ୍କଟର ସମ୍ମୁଖୀନ ହୋଇଛି। ପରିସ୍ଥିତି ଏପରି ହେଲାଣି ଯେ, ବାହାର ରାଜ୍ୟକୁ ବିଦ୍ୟୁତ୍‌ ବିକ୍ରି କରୁଥିବା ଓଡ଼ିଶା ଏବେ ଆନ୍ତଃରାଜ୍ୟ ଉତ୍ପାଦନ କେନ୍ଦ୍ରରୁ ବିଦ୍ୟୁତ୍‌ କିଣିବାକୁ ବାଧ୍ୟ ହେଉଛି।
ରାଜ୍ୟରେ ଚାହିଦା ଏବଂ ଉତ୍ପାଦନ ମଧ୍ୟରେ ତାରତମ୍ୟକୁ ଦୂର କରିବାକୁ ଯାଇ ରାଜ୍ୟ ସରକାର ଗୁରୁବାର ୪ ମିଲିୟନ ୟୁନିଟ ବିଦ୍ୟୁତ କିଣିଥିବା ଷ୍ଟେଟ ଲୋଡ୍‌ ଡେସ୍‌ପାଚ୍‌ ସେଣ୍ଟରରୁ ପ୍ରାପ୍ତ ସୂଚନାରୁ ଜଣାପଡିଛି। ଆନ୍ତଃରାଜ୍ୟ ଉତ୍ପାଦନ କେନ୍ଦ୍ରରୁ ରାଜ୍ୟ ସରକାର ଗୁରୁବାର ସୁଦ୍ଧା ୫୫.୮୩ ମିଲିୟନ ୟୁନିଟ ବିଦ୍ୟୁତ୍‌ କିଣିପାରିବେ। ତେବେ ଏହା ଗୁରୁବାର ସୁଦ୍ଧା ୫୧.୭୧ ମିଲିୟନ ୟୁନିଟ ନେଇସାରିଛି। ତଥାପି ଏହା ୭୧.୮୪ ମିଲିୟନ ୟୁନିଟ ଚାହିଦାଠାରୁ ବହୁ ଦୂରରେ ରହିଛି। ଅନେକ ସ୍ଥାନରେ ବିଦ୍ୟୁତ୍‌ ଯୋଗାଣ ସମ୍ଭବ ହୋଇପାରୁନାହିଁ। ତେବେ ବିଦ୍ୟୁତ୍‌ ସଙ୍କଟ ସୃଷ୍ଟି ହେବାର ବହୁ କାରଣ ରହିଛି। ରାଜ୍ୟରେ ୧୧,୭୦୯ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ରହିଛି। ତେବେ ଷ୍ଟେର୍‌ଲାଇଟରେ ଆଦୌ ବିଦ୍ୟୁତ୍‌ ଉତ୍ପାଦନ ହେଉନାହିଁ। ଏପରି କି ତାଳଚେର ଶକ୍ତି କେନ୍ଦ୍ରରେ କ୍ଷମତାଠାରୁ କମ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ରାଜ୍ୟର ବିଭିନ୍ନ ଶକ୍ତିକେନ୍ଦ୍ରରୁ ପ୍ରାୟ ପିକ୍‌ ଆଓ୍ବାରରେ ୧୧୪୦ ମେଗାଓ୍ବାଟ ଓ ଅଣପିକ୍‌ ଆଓ୍ବାରରେ ୮୭୯ ମେଗାଓ୍ବାଟ ବିଜୁଳି ଉତ୍ପାଦନ କରାଯାଉଛି। ଫଳରେ ଜଳବିଦ୍ୟୁତ କେନ୍ଦ୍ରଗୁଡ଼ିକ ଏହାର କ୍ଷମତାର ପୂର୍ଣ୍ଣ ଉପଯୋଗ କରି ପାରୁନାହାନ୍ତି। ସେହିପରି ପିକ୍‌ ଆଓ୍ବାର ଓ ଅଣପିକ୍‌ ଆଓ୍ବାରରେ ଇନ୍ଦ୍ରାବତୀ ଏବଂ ଚିପିଲିମାରେ ଆଦୌ ବିଦ୍ୟୁତ୍‌ ଉତ୍ପାଦନ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ଭାଜପା-କଂଗ୍ରେସର ୫୦ରୁ ଊର୍ଦ୍ଧ୍ୱ କର୍ମୀ

ଥୁଆମୂଳ ରାମପୁର,୧୪ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ଖଣ୍ଡୁଆଳ ଖେଳ ପଡ଼ିଆଠାରେ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏକ ଦିନିକିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ…

ରଜରେ ରକ୍ତପାତ: ଜନ୍ମକଲା ମା’କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ

ବନ୍ତ, ୧୪।୬ (କିଶୋର କୁମାର ସେଠୀ): ଭଦ୍ରକ ଜିଲାର ବନ୍ତ ଥାନା ଅଞ୍ଚଳରେ ରଜ ପର୍ବ ଅବସରରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପାରିବାରିକ କଳହକୁ କେନ୍ଦ୍ର…

ଇରାନରେ ଆରାଘଚିଙ୍କ ବିରୋଧରେ ବିଶାଳ ପ୍ରତିବାଦ; ନିଜ ବିଦେଶ ମନ୍ତ୍ରୀଙ୍କ ବିରୋଧରେ ବିଦ୍ରୋହ କଲେଣି ଲୋକେ

ତେହରାନ,୧୪।୬: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ଖୁବ ଶୀଘ୍ର ହେବା ପରି ମନେ ହେଉଛି; ତଥାପି, ଇରାନ ଭିତରେ ବୈଦେଶିକ ମନ୍ତ୍ରୀ ସୟଦ…

ଆକ୍ସନମୋଡାରେ ଆନନ୍ଦପୁର ଉପଖଣ୍ଡ ପୋଲିସ: ଚଢ଼ାଉ କରି ୬୯ ଲିଟର ନାମୀଦାମୀ ବିଦେଶୀ ବ୍ରାଣ୍ଡ ଜବତ

 ହାଟଡିହୀ/ଆନନ୍ଦପୁର, ୧୪/୦୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): ବେଆଇନ ଭାବେ ବିଦେଶୀ ମଦ ଗଚ୍ଛିତ ରଖି ବିକ୍ରି କରାଯାଉଥିବା ସମୟରେ କେନ୍ଦୁଝର ଜିଲାର  ଆନନ୍ଦପୁର ଉପଖଣ୍ଡ ପୋଲିସ…

ଧୂଷୁରୀ ବଜାରର ଦୁର୍ଦ୍ଦଶା ଥମୁନି, ଯାତାୟାତ ପାଇଁ ସଙ୍କୁଚିତ ହୋଇପଡୁଛି ରାସ୍ତା

ତିହିଡ଼ି,୧୪ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ କେବଳ ଏକ ସ୍ଥାନର ନାମ ନୁହେଁ, ଏହା ଏକ ଗର୍ବ ଓ ଗୌରବର ମାଟି। ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବହୁ…

ବକ୍ସ କଣ୍ଡୁଇଟ୍‌ ଅଧୁରା, କେନାଲକୁ ବାଲିବସ୍ତା ଭରସା: ତଳିମୁଣ୍ଡ ଚାଷୀମାନଙ୍କ ବଢ଼ିଲା ଚିନ୍ତା

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ସରକାର ବଦଳିବା ପରେ ବିକଶିତ ବରଗଡ଼ ଲକ୍ଷ୍ୟ ନେଇ ଡ୍ରେନ ନିର୍ମାଣଠାରୁ ଆରମ୍ଭ କରି ରାସ୍ତା ପ୍ରଶସ୍ତୀକରଣ, ଆଲୋକୀକରଣ, ଧନୁଯାତ୍ରାର ସ୍ଥାୟୀ ମଞ୍ଚ ଓ…

ରଜ କୁଇନ୍ ପ୍ରତିଯୋଗିତା: ଘୁମୁସରର ପ୍ରତିଭାକୁ ଖୋଜି ବାହାର କରିବା ଲକ୍ଷ୍ୟ…

ଭଞ୍ଜନଗର,୧୪।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ପାତ୍ର କଲୋନୀସ୍ଥିତ ଶ୍ରୀଜଗନ୍ନାଥ ବ୍ୟାଙ୍କ୍ୱେଟ୍ ହଲ୍ ଆଣ୍ଡ ରିସର୍ଟରେ ତିନି ଦିନିଆ ‘ରଜ କୁଇନ୍ ପ୍ରତିଯୋଗିତା’ ରବିବାର ଉଦ୍‌ଘାଟିତ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏମିତି କହିଲେ ରାହୁଲ ଗାନ୍ଧୀ, ଉଠିଲାଣି ରାଜନୈତିକ ଝଡ଼

ନୂଆଦିଲ୍ଲୀ,୧୪।୬: ବିରୋଧୀ ଇଣ୍ଡିଆ ମେଣ୍ଟ ଭିତରେ ଆଭ୍ୟନ୍ତରୀଣ ଫାଟ ଏବେ ଖୋଲାଖୋଲି ଭାବରେ ସାମ୍ନାକୁ ଆସୁଛି। କଂଗ୍ରେସ ଏବଂ ବାମ ଦଳ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri