ରାଜ୍ୟରେ ପୁଣି ଉପରମୁହାଁ ପାରଦ, ୨୩ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଗତ ତିନିଦିନ ଧରି ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିଲା। ଶନିବାର ଠାରୁ ପାରଦ ପୁଣି ଉପରମୁହାଁ ହୋଇଛି। ସର୍ବ ନିମ୍ନ ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ବୃଦ୍ଧି ପାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ସୋନପୁର ୯, ଫୁଲବାଣୀ ୧୦, ବାଲେଶ୍ୱର ୧୦.୮, ଚାନ୍ଦବାଲି ୧୪, କଟକ ୧୩, ପାରାଦୀପ ୧୬.୧, ଭୁବନେଶ୍ୱର ୧୪.୬, ଗୋପାଳପୁର ୧୮, ପୁରୀ ୧୫.୬, ଅନୁଗୋଳ ୯.୬, ବାରିପଦା ୧୧.୬, ଝାରସୁଗୁଡା ୧୦.୮, କେନ୍ଦୁଝର ୧୦.୪, ସମ୍ବଲପୁର ୧୧.୫, ସୁନ୍ଦରଗଡ ୧୦, ହୀରାକୁଦ ୧୨.୭, ଭବାନୀପାଟଣା ୧୩.୫, ବଲାଙ୍ଗୀର ୧୩.୬, କୋରାପୁଟରେ ସର୍ବନିମ୍ନ ୧୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜ୍ୟରେ ଦକ୍ଷିଣ- ପଶ୍ଚିମ ବାୟୁ ପ୍ରବାହ ଯୋଗୁ ଥଣ୍ଡା ଅନୁଭୂତ ହେଉଥିଲା। ଡିସେମ୍ବର ମାସ ଶେଷ ହେବାକୁ ବସିଥିବା ବେଳେ ଏ ପର୍ଯ୍ୟନ୍ତ ଉତ୍ତର- ପୂର୍ବ ଦିଗରୁ ଥଣ୍ଡା ବାୟୁ ପ୍ରବାହ ଆରମ୍ଭ ହୋଇ ନାହିଁ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାଲୁକା ଶୀତ ରହିବ। ୨୩ ତାରିଖରୁ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ପୁଣି ୨୫ ତାରିଖ ବେଳକୁ ଶୀତର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତରୁ ଖସି ପଡ଼ିଲେ ଯୁବକ

ଛତ୍ରପୁର, ୧୧।୭ (ଦିଲ୍ଲୀପ ସାମଲ): ନିଜ ଘରର ଛାତ ଉପରେ କାମ କରୁଥିବା ବେଳେ ଛାତରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ…

କୋର୍ଟ ମ୍ୟାରେଜ୍ ହୋଇସାରିଥିବା କହି ପୀଡ଼ିତାଙ୍କୁ ବିଶ୍ୱାସ କରାଇ ଅଦାଲତରୁ ମାମଲା ପ୍ରତ୍ୟାହାର : ପରେ ପୁଣି ପ୍ରତାରଣା

ଦେବଗଡ଼, ୧୨।୭ (ଶଶାଙ୍କ ଶେଖର ଝାଙ୍କର): ଟଙ୍କା ଠକେଇ ଓ ବଳାତ୍କାର ଭଳି ସଙ୍ଗୀନ ଅଭିଯୋଗରେ ରୁଜୁ ହୋଇଥିବା ମାମଲା ଅଦାଲତରୁ ପ୍ରତ୍ୟାହାର କରାଇବା ପରେ ପୀଡ଼ିତାଙ୍କୁ…

ଆଜି ବରଗଡ଼ ଆସୁଛନ୍ତି ଉପ ମୁଖ୍ୟମନ୍ତ୍ରୀ: ଏପଟେ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ରବିବାର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ପୂର୍ବାହ୍ନ ପ୍ରାୟ ୧୧ଟାରେ…

ସରିଛି ରବିଧାନ ସଂଗ୍ରହ, ସରିନି ଚାଷୀଙ୍କ ଦୁଃଖ ଏବେ ବି ମଣ୍ଡିରେ ପଡ଼ିଛି ଧାନ ଚାଷୀଙ୍କୁ ମିଳିନି ବିକ୍ରିଧାନର ପ୍ରାପ୍ୟ

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଜୋର୍‌ ଧରିଛି। ଅନ୍ୟପଟେ ଏପର୍ଯ୍ୟନ୍ତ ଜିଲା ଚାଷୀଙ୍କ ରବିଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ଗତମାସ ୩୦ତାରିଖରୁ ଜିଲାରେ…

ଇସ୍ତଫା ଦେବାର ଦିନକ ପରେ ବିଜେଡି ଫେରିଲେ କାଉନ୍‌ସିଲର

ଭୁବନେଶ୍ୱର,୧୨।୭ (ସୁନିତ୍‌ ମିଶ୍ର): ଚୌଦ୍ୱାର ମ୍ୟୁନିସିପାଲଟିର ୧୨ ନମ୍ବର ଓ୍ବାର୍ଡର କାଉନସିଲର୍‌ ସୁବ୍ରତ କୁମାର ସାମଲ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଇସ୍ତଫା…

ପଛକୁ ପଛ ୨ ଲଘୁଚାପ; IMD କଲା ସତର୍କ

ଭୁବନେଶ୍ୱର, ୧୨ା୭(ବନ୍ଦନା ସେଠୀ): ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ଏଥିସହ ଗାଙ୍ଗେଟିକ୍‌ ୱେଷ୍ଟବେଙ୍ଗଲ ଓ ପାଖାପାଖି ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ…

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri