ରାଜ୍ୟରେ ଅସୁରକ୍ଷିତ ପର୍ଯ୍ୟଟକ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଅସୁରକ୍ଷିତ ହୋଇପଡିଛି ପର୍ଯ୍ୟଟନସ୍ଥଳୀ। ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପ୍ରତିଦିନ କେଉଁଠି ନା କେଉଁଠି ପର୍ଯ୍ୟଟକମାନେ ଲୁଟ୍‌ ଏବଂ ଅସଦାଚରଣର ଶିକାର ହେଉଛନ୍ତି, ଯାହାକି ରାଜ୍ୟର ପର୍ଯ୍ୟଟନ ଚିତ୍ରକୁ ବିଶ୍ୱ ଦରବାରରେ ଖରାପ କରୁଛି। ଗୋଟିଏ ପଟେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗୋଟିଏ ପରେ ଗୋଟିଏ ଯୋଜନା ହେଉଥିବା ବେଳେ ଅନ୍ୟପଟେ ପର୍ଯ୍ୟଟକଙ୍କ ସୁରକ୍ଷା ଏବେ ଚିନ୍ତାର କାରଣ ପାଲଟିଛି। ପର୍ଯ୍ୟଟନସ୍ଥଳୀରେ ବ୍ୟାପକ ପୋଲିସ୍‌ ମୁତୟନ ନ ହେବା, ପିକ୍‌ନିକ୍‌ ସ୍ଥଳଗୁଡିକରେ ନିଶାଦ୍ରବ୍ୟ ସେବନକୁ ରୋକା ନ ଯିବା ଦ୍ବାରା ଏଭଳି ଘଟଣା ବାରମ୍ବାର ଘଟିଚାଲିଛି।
ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତଭାବେ ବୃଦ୍ଧି ପାଇଛି। ପୁରୀ, କୋଣାର୍କ ସମେତ ଚିଲିକା, ଭୁବନେଶ୍ୱର, ଗୋପାଳପୁର, ଚାନ୍ଦିପୁର, କପିଳାସ, ହୀରାକୁଦ ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ପ୍ରତିଦିନ ହଜାର ହଜାର ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହେଉଛି। ହେଲେ ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଦିଆଯାଉ ନ ଥିବାରୁ ଆଗାମୀ ଦିନରେ ଏହାର ସିଧାସଳଖ ପ୍ରଭାବ ପର୍ଯ୍ୟଟନ ଶିଳ୍ପ ଉପରେ ପଡିବାର ଆଶଙ୍କା ଦେଖାଦେଇଛି। ଗତ କିଛିମାସର ରିପୋର୍ଟକୁ ଦେଖିଲେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଅସଦାଚରଣ, ଲୁଟ୍‌ ଓ ଆକ୍ରମଣ ପରି ଘଟଣା ଚିନ୍ତାର ବିଷୟ ପାଲଟିଛି। ପୁରୀ ସହ ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ପର୍ଯ୍ୟଟକମାନେ ଅଧିକ ଅସୁରକ୍ଷିତ ହୋଇପଡିଛନ୍ତି। ପ୍ରତି ସପ୍ତାହରେ ପର୍ଯ୍ୟଟକଙ୍କ ପକ୍ଷରୁ ଥାନାରେ ଗୋଟିଏ ଲେଖାଏଁ ମାମଲା ଦାୟର ହେଉଛି। ଏହାବ୍ୟତୀତ ଅଧିକାଂଶ ସମୟରେ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଲୁଟ୍‌ର ଶିକାର ହେଉଥିଲେ ମଧ୍ୟ ଥାନାରେ ଅଭିଯୋଗ ନ କରି ପଳାଉଛନ୍ତି। ସବୁଠାରୁ ଦୁର୍ଭାଗ୍ୟଜନକ କଥାହେଲା ରାଜଧାନୀ ଭୁବନେଶ୍ୱରରେ ଥିବା ପର୍ଯ୍ୟଟନସ୍ଥଳୀଗୁଡିକ ପର୍ଯ୍ୟଟକଙ୍କ ପାଇଁ ଅଧିକ ଅସୁରକ୍ଷିତ ହୋଇପଡିଛି। ନିକଟରେ ନନ୍ଦନକାନନ ବୁଲିବାକୁ ଆସାମରୁ ଆସିଥିବା କେତେଜଣ ପର୍ଯ୍ୟଟକଙ୍କୁ ଅସାମାଜିକ ଲୋକଙ୍କ ସହ ନନ୍ଦନକାନନ କର୍ତ୍ତୃପକ୍ଷ ମିଶି ଗୋଡାଇ ଗୋଡାଇ ପିଟିଥିବା ଦେଖିବାକୁ ମିଳିଥିଲା। ସେହିଭଳି ଧଉଳିରେ ପର୍ଯ୍ୟଟକଙ୍କଠାରୁ ବାରମ୍ବାର ଲୁଟ୍‌ ହେଉଥିବା ବେଳେ ଶିଖରଚଣ୍ଡୀରେ ମହିଳାଙ୍କ ପ୍ରତି ଅସଦାଚରଣ ବଢୁଥିବା ଦେଖିବାକୁ ମିଳୁଛି। ଏଭଳି ଘଟଣା ପର୍ଯ୍ୟଟକଙ୍କ ମନରେ ଭୟ ସୃଷ୍ଟି କରୁଥିବାବେଳେ ପର୍ଯ୍ୟଟନ ବିଭାଗ ନିକଟରେ ଏନେଇ କୌଣସି ଖବର ରହୁନି। ପର୍ଯ୍ୟଟନ ସଚିବ ବିଶାଳ ଦେବଙ୍କୁ ପଚାରିବାରେ ତାଙ୍କ ନଜରକୁ ଏଭଳି କୌଣସି ଘଟଣା ଆସି ନ ଥିବା କହିଛନ୍ତି। କେବଳ ପୁରୀ କିମ୍ବା ଭୁବନେଶ୍ୱର ନୁହେଁ, ରାଜ୍ୟର ଅନ୍ୟ ପର୍ଯ୍ୟଟନସ୍ଥଳୀରେ ମଧ୍ୟ ଅନୁରୂପ ପରିସ୍ଥିତ ଉପୁଜିଛି। ପିକ୍‌ନିକ୍‌ ସ୍ଥଳଗୁଡିକରେ ଅସାମାଜିକ ଯୁବକଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଯୁବତୀଙ୍କୁ କମେଣ୍ଟ ମରା, ଅଶ୍ଳୀଳ ଇଙ୍ଗିତ ପରି ଘଟଣା ବାରମ୍ବାର ହେଉଥିଲେ ମଧ୍ୟ ତାହାକୁ ରୋକାଯାଇପାରୁନାହିଁ।

ଟୁରିଷ୍ଟ ପୋଲିସ ସେଲ୍‌ ସ୍ବପ୍ନ
ପୁରୀ, ଗୋପାଳପୁର, ଧଉଳି, ନନ୍ଦନକାନନ, ଚାନ୍ଦିପୁର, ଚନ୍ଦ୍ରଭାଗା ଏବଂ ଲିଙ୍ଗରାଜ ଥାନା ଅଞ୍ଚଳରେ ଟୁରିଷ୍ଟ ପୋଲିସ୍‌ ମୁତୟନ କରିବାକୁ ଦୀର୍ଘବର୍ଷ ତଳୁ ଯୋଜନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ଠିକ୍‌ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ଖୁବ୍‌ଶୀଘ୍ର ୮ଟି ଟୁରିଷ୍ଟ ପୋଲିସ ସେଲ୍‌ କାର୍ଯ୍ୟକ୍ଷମ ହେବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଉଥିଲେ ବି ପଦ୍ମ ଘୁଞ୍ଚତ୍ଲା ଭଳି ତାହା ଘୁଞ୍ଚତ୍ ଘୁଞ୍ଚତ୍ ଯାଉଛି। ଏପଟେ ୨୦୧୨ ମସିହାରେ ଇଟାଲୀର ଦୁଇଜଣ ପର୍ଯ୍ୟଟକଙ୍କୁ ମାଓବାଦୀମାନେ ଅପହରଣ କରିନେବା ପରେ ମଧ୍ୟ ସମ୍ପୃକ୍ତ ଜିଲାଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ଏପର୍ଯ୍ୟନ୍ତ ସଜଡା ଯାଇନାହିଁ। ଆଦିବାସୀ ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକଙ୍କ ପରିଭ୍ରମଣ ଲାଗି ନିୟମ କୋହଳ ହୋଇଥିଲେ ମଧ୍ୟ ପର୍ଯ୍ୟଟକଙ୍କ ମଧ୍ୟରେ ସେଠାକୁ ଯିବାକୁ ସେତେଟା ଆଗ୍ରହ ଦେଖିବାକୁ ମିଳୁନି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri