ରାଜ୍ୟରେ ଅସୁରକ୍ଷିତ ପର୍ଯ୍ୟଟକ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଅସୁରକ୍ଷିତ ହୋଇପଡିଛି ପର୍ଯ୍ୟଟନସ୍ଥଳୀ। ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପ୍ରତିଦିନ କେଉଁଠି ନା କେଉଁଠି ପର୍ଯ୍ୟଟକମାନେ ଲୁଟ୍‌ ଏବଂ ଅସଦାଚରଣର ଶିକାର ହେଉଛନ୍ତି, ଯାହାକି ରାଜ୍ୟର ପର୍ଯ୍ୟଟନ ଚିତ୍ରକୁ ବିଶ୍ୱ ଦରବାରରେ ଖରାପ କରୁଛି। ଗୋଟିଏ ପଟେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗୋଟିଏ ପରେ ଗୋଟିଏ ଯୋଜନା ହେଉଥିବା ବେଳେ ଅନ୍ୟପଟେ ପର୍ଯ୍ୟଟକଙ୍କ ସୁରକ୍ଷା ଏବେ ଚିନ୍ତାର କାରଣ ପାଲଟିଛି। ପର୍ଯ୍ୟଟନସ୍ଥଳୀରେ ବ୍ୟାପକ ପୋଲିସ୍‌ ମୁତୟନ ନ ହେବା, ପିକ୍‌ନିକ୍‌ ସ୍ଥଳଗୁଡିକରେ ନିଶାଦ୍ରବ୍ୟ ସେବନକୁ ରୋକା ନ ଯିବା ଦ୍ବାରା ଏଭଳି ଘଟଣା ବାରମ୍ବାର ଘଟିଚାଲିଛି।
ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତଭାବେ ବୃଦ୍ଧି ପାଇଛି। ପୁରୀ, କୋଣାର୍କ ସମେତ ଚିଲିକା, ଭୁବନେଶ୍ୱର, ଗୋପାଳପୁର, ଚାନ୍ଦିପୁର, କପିଳାସ, ହୀରାକୁଦ ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ପ୍ରତିଦିନ ହଜାର ହଜାର ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହେଉଛି। ହେଲେ ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଦିଆଯାଉ ନ ଥିବାରୁ ଆଗାମୀ ଦିନରେ ଏହାର ସିଧାସଳଖ ପ୍ରଭାବ ପର୍ଯ୍ୟଟନ ଶିଳ୍ପ ଉପରେ ପଡିବାର ଆଶଙ୍କା ଦେଖାଦେଇଛି। ଗତ କିଛିମାସର ରିପୋର୍ଟକୁ ଦେଖିଲେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଅସଦାଚରଣ, ଲୁଟ୍‌ ଓ ଆକ୍ରମଣ ପରି ଘଟଣା ଚିନ୍ତାର ବିଷୟ ପାଲଟିଛି। ପୁରୀ ସହ ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ପର୍ଯ୍ୟଟକମାନେ ଅଧିକ ଅସୁରକ୍ଷିତ ହୋଇପଡିଛନ୍ତି। ପ୍ରତି ସପ୍ତାହରେ ପର୍ଯ୍ୟଟକଙ୍କ ପକ୍ଷରୁ ଥାନାରେ ଗୋଟିଏ ଲେଖାଏଁ ମାମଲା ଦାୟର ହେଉଛି। ଏହାବ୍ୟତୀତ ଅଧିକାଂଶ ସମୟରେ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଲୁଟ୍‌ର ଶିକାର ହେଉଥିଲେ ମଧ୍ୟ ଥାନାରେ ଅଭିଯୋଗ ନ କରି ପଳାଉଛନ୍ତି। ସବୁଠାରୁ ଦୁର୍ଭାଗ୍ୟଜନକ କଥାହେଲା ରାଜଧାନୀ ଭୁବନେଶ୍ୱରରେ ଥିବା ପର୍ଯ୍ୟଟନସ୍ଥଳୀଗୁଡିକ ପର୍ଯ୍ୟଟକଙ୍କ ପାଇଁ ଅଧିକ ଅସୁରକ୍ଷିତ ହୋଇପଡିଛି। ନିକଟରେ ନନ୍ଦନକାନନ ବୁଲିବାକୁ ଆସାମରୁ ଆସିଥିବା କେତେଜଣ ପର୍ଯ୍ୟଟକଙ୍କୁ ଅସାମାଜିକ ଲୋକଙ୍କ ସହ ନନ୍ଦନକାନନ କର୍ତ୍ତୃପକ୍ଷ ମିଶି ଗୋଡାଇ ଗୋଡାଇ ପିଟିଥିବା ଦେଖିବାକୁ ମିଳିଥିଲା। ସେହିଭଳି ଧଉଳିରେ ପର୍ଯ୍ୟଟକଙ୍କଠାରୁ ବାରମ୍ବାର ଲୁଟ୍‌ ହେଉଥିବା ବେଳେ ଶିଖରଚଣ୍ଡୀରେ ମହିଳାଙ୍କ ପ୍ରତି ଅସଦାଚରଣ ବଢୁଥିବା ଦେଖିବାକୁ ମିଳୁଛି। ଏଭଳି ଘଟଣା ପର୍ଯ୍ୟଟକଙ୍କ ମନରେ ଭୟ ସୃଷ୍ଟି କରୁଥିବାବେଳେ ପର୍ଯ୍ୟଟନ ବିଭାଗ ନିକଟରେ ଏନେଇ କୌଣସି ଖବର ରହୁନି। ପର୍ଯ୍ୟଟନ ସଚିବ ବିଶାଳ ଦେବଙ୍କୁ ପଚାରିବାରେ ତାଙ୍କ ନଜରକୁ ଏଭଳି କୌଣସି ଘଟଣା ଆସି ନ ଥିବା କହିଛନ୍ତି। କେବଳ ପୁରୀ କିମ୍ବା ଭୁବନେଶ୍ୱର ନୁହେଁ, ରାଜ୍ୟର ଅନ୍ୟ ପର୍ଯ୍ୟଟନସ୍ଥଳୀରେ ମଧ୍ୟ ଅନୁରୂପ ପରିସ୍ଥିତ ଉପୁଜିଛି। ପିକ୍‌ନିକ୍‌ ସ୍ଥଳଗୁଡିକରେ ଅସାମାଜିକ ଯୁବକଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଯୁବତୀଙ୍କୁ କମେଣ୍ଟ ମରା, ଅଶ୍ଳୀଳ ଇଙ୍ଗିତ ପରି ଘଟଣା ବାରମ୍ବାର ହେଉଥିଲେ ମଧ୍ୟ ତାହାକୁ ରୋକାଯାଇପାରୁନାହିଁ।

ଟୁରିଷ୍ଟ ପୋଲିସ ସେଲ୍‌ ସ୍ବପ୍ନ
ପୁରୀ, ଗୋପାଳପୁର, ଧଉଳି, ନନ୍ଦନକାନନ, ଚାନ୍ଦିପୁର, ଚନ୍ଦ୍ରଭାଗା ଏବଂ ଲିଙ୍ଗରାଜ ଥାନା ଅଞ୍ଚଳରେ ଟୁରିଷ୍ଟ ପୋଲିସ୍‌ ମୁତୟନ କରିବାକୁ ଦୀର୍ଘବର୍ଷ ତଳୁ ଯୋଜନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ଠିକ୍‌ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ଖୁବ୍‌ଶୀଘ୍ର ୮ଟି ଟୁରିଷ୍ଟ ପୋଲିସ ସେଲ୍‌ କାର୍ଯ୍ୟକ୍ଷମ ହେବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଉଥିଲେ ବି ପଦ୍ମ ଘୁଞ୍ଚତ୍ଲା ଭଳି ତାହା ଘୁଞ୍ଚତ୍ ଘୁଞ୍ଚତ୍ ଯାଉଛି। ଏପଟେ ୨୦୧୨ ମସିହାରେ ଇଟାଲୀର ଦୁଇଜଣ ପର୍ଯ୍ୟଟକଙ୍କୁ ମାଓବାଦୀମାନେ ଅପହରଣ କରିନେବା ପରେ ମଧ୍ୟ ସମ୍ପୃକ୍ତ ଜିଲାଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ଏପର୍ଯ୍ୟନ୍ତ ସଜଡା ଯାଇନାହିଁ। ଆଦିବାସୀ ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକଙ୍କ ପରିଭ୍ରମଣ ଲାଗି ନିୟମ କୋହଳ ହୋଇଥିଲେ ମଧ୍ୟ ପର୍ଯ୍ୟଟକଙ୍କ ମଧ୍ୟରେ ସେଠାକୁ ଯିବାକୁ ସେତେଟା ଆଗ୍ରହ ଦେଖିବାକୁ ମିଳୁନି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri