ରାଜ୍ୟରେ ଅବକ୍ଷୟମୁଖୀ ଚିନିକଳ ଶିଳ୍ପ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ରାଜ୍ୟରେ ଚିନି କଳ ବ୍ୟବସାୟ ଲାଭଜନକ ନୁହେଁ। ଉତ୍ପାଦନ ଖର୍ଚ୍ଚର ଅହେତୁକ ବୃଦ୍ଧି ଘଟିଛି। ହେଲେ ସମାନୁପାତିକ ମୂଲ୍ୟରେ ବିକ୍ରି କରାଯାଉନାହିଁ। କେତେକ କାରଖାନା ପାଇଁ ଉପଯୁକ୍ତ ପରିମାଣର କଞ୍ଚାମାଲ ଅଭାବ ମଧ୍ୟ ରହୁଛି। ରାଜ୍ୟର ବିଭିନ୍ନ ଚିନି କାରଖାନା ସମ୍ପର୍କରେ ବୁଧବାର ବିଧାନସଭାରେ ତଥ୍ୟ ରଖି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହା କହିଛନ୍ତି। ରାଜ୍ୟକୁ ବାର୍ଷିକ ୨.୨୧ ଲକ୍ଷ ମେଟ୍ରିକ ଟନ୍‌ ଚିନି ଆବଶ୍ୟକ ପଡିଥାଏ। ରାଜ୍ୟରେ ଥିବା ୮ଟି ଚିନି କଳ ମଧ୍ୟରୁ କେବଳ ୨ଟି କାର୍ଯ୍ୟକ୍ଷମ ରହିଛି। ଚିନିର କିଲୋ ପିଛା ବିକ୍ରି ମୂଲ୍ୟ ତାହାର ଉତ୍ପାଦନଠାରୁ ବହୁତ କମ। ତେଣୁ ରାଜ୍ୟ ଏଥିପାଇଁ ବହୁ ପରିମାଣର କ୍ଷତି ସହୁଛି।
ମନ୍ତ୍ରୀ ସ୍ବାଇଁ କହିଛନ୍ତି ଯେ, ଗୋଟିଏ କିଲୋ ଚିନି ଉତ୍ପାଦନ ପାଇଁ ୪୭ରୁ ୪୮ ଟଙ୍କା ଖର୍ଚ୍ଚ ହୋଇଥାଏ। ହେଲେ ଖୋଲା ବଜାରରେ ଚିନି କିଲୋ ପିଛା ୩୨ ଟଙ୍କାରେ ବିକ୍ରି କରାଯାଉଛି। ଏହା କେବଳ ରାଜ୍ୟ ନୁହେଁ, ସାରା ଦେଶର ସମସ୍ୟା। କାର୍ଯ୍ୟକ୍ଷମ ନ ହୋଇ ପଡି ରହିଥିବା ୬ଟି କଳର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି। ଚିନି କଳ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ ପାଇଁ ରାଜ୍ୟ ସରକାର ଏକ ଘରୋଇ ସଂସ୍ଥାକୁ ନିଯୁକ୍ତ କରିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଏହି କଥା କହିଛନ୍ତି। ରାଜ୍ୟରେ ଥିବା ୮ଟି ଚିନି କଳ ନାମ, ସ୍ଥାନ, ପ୍ରତିଷ୍ଠା ବର୍ଷ ଏବଂ ବର୍ତ୍ତମାନ ସ୍ଥିତି ସମ୍ବନ୍ଧୀୟ ତଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଛି। ମୋହନଙ୍କ ସମେତ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଜେଡି ବିଧାୟିକା ଲତିକା ପ୍ରଧାନ ଏବଂ ବିଧାୟକ ଶ୍ରୀକାନ୍ତ ସାହୁ ପ୍ରମୁଖ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ। ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡିଛି ଯେ ବଲାଙ୍ଗୀରର ବିଜୟାନନ୍ଦ ସମବାୟ ଚିନି ଶିଳ୍ପ ଲିଃ ଉପରେ ଥିବା ବ୍ୟାଙ୍କ ବକେୟା ଋଣ ପରିଶୋଧ ପାଇଁ ନିଲାମ ପ୍ରକ୍ରିୟା ଜାରି ରହିଛି। ୨୦୧୪-୧୫ ଆଖୁପେଡା ଋତୁଠାରୁ ଆଖୁପେଡା କାର୍ଯ୍ୟ ବନ୍ଦ ରହିଛି। କଞ୍ଚାମାଲ ଅଭାବ ଏବଂ କେତେକ ଯନ୍ତ୍ରପାତି ମରାମତି କାର୍ଯ୍ୟ ସରି ନ ଥିବାରୁ ୨୦୧୭-୧୮ ଏବଂ ୨୦୧୮-୧୯ ଆର୍ଥିକ ବର୍ଷରେ ଆଖୁପେଡା କାର୍ଯ୍ୟ ହୋଇନାହିଁ। କେବଳ ଗଞ୍ଜାମ ଜିଲା ଆସିକା ନୂଆଗଁ।ସ୍ଥିତ ଆସିକା ସମବାୟ ଚିନି ଶିଳ୍ପ ଲିଃ ଏବଂ ଢେଙ୍କାନାଳ ଜିଲା ହରିପୁର ଶକ୍ତି ସୁଗାର ଲିଃ(ଘରୋଇ) କାର୍ଯ୍ୟକାରୀ ହେଉଛି। ସେହିପରି ବରଗଡ ସମବାୟ ଚିନି ଶିଳ୍ପ ଲିଃ ୨୦୧୭-୧୮ରୁ ଆଖୁ ପେଡା କାର୍ଯ୍ୟ ବନ୍ଦ ରହିଛି। ଅନୁରୂପଭାବେ ବଲାଙ୍ଗୀର ଦେଉଗାଁ ବିଜୟାନନ୍ଦ ସମବାୟ ଚିନିକଳ ଲିଃ ଓ ନୟାଗଡ ସୁଗାର କମ୍ପ୍ଲେକ୍ସ ଲିଃ ୨୦୧୪-୧୫, ବଡମ୍ବାସ୍ଥିତ ଲକ୍ଷ୍ମୀପତି ବାଲାଜୀ ସୁଗାର ଓ ଡିଷ୍ଟିଲାରି ପ୍ରା.ଲିଃ(ଘରୋଇ) ୨୦୧୩-୧୪, କଳାହାଣ୍ଡି ଜିଲାର ୱେଷ୍ଟର୍ନ ଇଣ୍ଡିଆ ସୁଗାର ଆଣ୍ଡ କେମିକାଲ ଇଣ୍ଟଷ୍ଟ୍ରିଜ୍‌ ଲିଃ(ଘରୋଇ) ଓ ରାୟଗଡ଼ାର ମେସର୍ସ ଜୟପୁର ସୁଗାର କମ୍ପାନୀ ଲିଃ(ଘରୋଇ) ୧୯୯୬-୯୭ରୁ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ହୋଇଥିଲେ ୧୬ ବର୍ଷିୟା ନାବାଳିକା: ପାରଳାଖେମୁଣ୍ଡିରୁ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ

ପାରଳାଖେମୁଣ୍ଡି,୧୧।୮(ଗିରିଧାରୀ ପରିଛା): ନାବାଳିକା ଅପହରଣ ମାମଲାରେ ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ୱନାଥ ନଗରରେ ଏକ ଭଡ଼ା ଘରେ ରହୁଥିବା ଝୁନି ଜେନା ନାମକ ଜଣେ ମହିଳାଙ୍କୁ…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସିମନବାଡ଼ିରେ ଜିଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ସ୍ୱାଧୀନତା ଦିବସରେ ଫାଇନାଲ୍ ମ୍ୟାଚ୍

ଦାରିଙ୍ଗବାଡ଼ି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ମା’ ପାଟ୍ଟଖଣ୍ଡା ମନ୍ଦିର ନିକଟ ଖେଳ ପଡ଼ିଆରେ ରବିବାରଠାରୁ ଜିଲ୍ଲାସ୍ତରୀୟ ସିମନବାଡ଼ି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ସମୁଦ୍ର କୂଳ ଖାଉଛି, ବିପଦରେ ଆର୍ଯ୍ୟପଲ୍ଲୀ: ପଥର ବନ୍ଧ ନିର୍ମାଣ ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ…

ଛତ୍ରପୁର, ୧୧/୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଦିନକୁ ଦିନ ସମୁଦ୍ର କୂଳ ଧସି ଗ୍ରାମ ଆଡ଼କୁ ମାଡ଼ି ଆସୁଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଛତ୍ରପୁର ପୌରପରିଷଦ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri