ରାଜ୍ୟପାଳ ପୁରସ୍କାର ପାଇବ ଜାମୁଣ୍ଡା ଏସ୍‌ଏଚ୍‌ଜି

ଜୟପୁର,୧୪।୧(ଡି.ଏନ୍‌.ଏ.) କୋରାପୁଟ ଜିଲା ଜୟପୁର ବ୍ଲକ ଅଧୀନ ଜାମୁଣ୍ଡା ପଞ୍ଚାୟତର ସଦର ମହକୁମାସ୍ଥିତ ମା’ ମୁତ୍ୟାଲୁମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ ହେବ। ଆସନ୍ତା ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରଠାରେ ରାଜ୍ୟପାଳ ଏହି ସଫଳ ସ୍ବୟଂ ସହାୟକ ଗୋଷ୍ଠୀକୁ ପୁରସ୍କୃତ କରିବେ। ଏନେଇ ସରକାରଙ୍କ ପକ୍ଷରୁ ପତ୍ର ମାଧ୍ୟମରେ ଜିଲା ପ୍ରଶାସନକୁ ସୂଚନା ଦିଆଯାଇଛି । ଏହି ଏସ୍‌ଏଚ୍‌ଜି ମୁଖ୍ୟତଃ ଗ୍ରାମର ପଞ୍ଚାୟତ ପୋଖରୀରେ ଦୁଇବର୍ଷ ହେଲାଣି ମାଛ ଚାଷ କରୁଥିବା ବେଳେ ଏହାକୁ ବଜାରରେ ବିକ୍ରି କରିବା ସହିତ ଆୟ ବୃଦ୍ଧି କରିଛନ୍ତି । ଫଳରେ ଏସ୍‌ଏଚ୍‌ଜିର ଆର୍ଥତ୍କ ସ୍ଥିତି ସୁଦୃଢ଼ ହୋଇପାରିଛି । ତେଣୁ ଚଳିତ ୨୦୧୯-୨୦ ବର୍ଷର ଖରିଫ ଧାନ ମଣ୍ଡିରେ ସରକାରଙ୍କ ପକ୍ଷରୁ କ୍ରୟକାରୀ ସଂସ୍ଥା ଭାବେ ଏହି ଗୋଷ୍ଠୀ ଭାଗ ନେବାକୁ ଯୋଗ୍ୟ ହୋଇଛି। ଜାମୁଣ୍ଡା ପଞ୍ଚାୟତରେ ୩୯୫ ଜଣ ଚାଷୀଙ୍କ ପଞ୍ଜିକରଣ କରାଯାଇଛି। ଏଥିମଧ୍ୟରୁ ୩୪୭ ଜଣ ଚାଷୀ ଅଦ୍ୟାବଧି ୩୫ ହଜାର ୫୫୫ କୁଇଣ୍ଟାଲ ୫୩ କିଲୋଗ୍ରାମ ଧାନ ବିକ୍ରି କରିସାରିଛନ୍ତି। ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ଚୟନ ହୋଇଥିବା ଯୋଗୁ ରାଜ୍ୟ ସରକାରଙ୍କୁ ସଭାପତି, ସଂପାଦକ ଏବଂ ସଦସ୍ୟମାନେ ଧନ୍ୟବାଦ ଦେଇଛନ୍ତି। ଆଗାମୀ ଦିନରେ ଏହି ଏସ୍‌ଏଚ୍‌ଜିକୁ ସରକାର ଏବଂ ପ୍ରଶାସନ ଯେଉଁ ଦାୟିତ୍ୱ ଦେବେ, ତାହାକୁ ପାଳନ କରିବା ସହ ଅନ୍ୟ ସରକାରୀ ଯୋଜନାରେ ମଧ୍ୟ ସେମାନେ ସାମିଲ ହେବେ ବୋଲି ସଭାପତି ସୁଜାତା ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ…

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri