Posted inଜାତୀୟ

ରାଜ୍ୟ ଯୋଜନାରେ ସାମିଲ ହୋଇପାରିବ ଆଧାର

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର କ୍ୟାବିନେଟ ବୁଧବାର ଆଧାର ଏବଂ ଅନ୍ୟ ଆଇନ ସଂଶୋଧନ ବିଲ୍‌, ୨୦୧୯କୁ ଅନୁମୋଦନ କରିଛି। ଏହି ଆଇନରେ ଏକ ବ୍ୟବସ୍ଥା ଯୋଡାଯାଇଛି। ତଦନୁଯାୟୀ ଆଧାର ତଥ୍ୟକୁ ରାଜ୍ୟ ଯୋଜନା ଏବଂ ସବ୍‌ସିଡି ପ୍ରଦାନ ଲାଗି ବ୍ୟବହାର କରାଯାଇପାରିବ।
କ୍ୟାବିନେଟର ଏହି ସଂଶୋଧନ ଦ୍ୱାରା ରାଜ୍ୟ ସରକାରଗୁଡ଼ିକ ନିଜର କନ୍‌ସୋଲିଡେଟେଡ ଫଣ୍ଡ ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକରେ ଆଧାରକୁ ବ୍ୟବହାର କରିପାରିବେ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ବୁଧବାର ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ଦୀର୍ଘଦିନ ହେଲା ରାଜ୍ୟଗୁଡିକ ନିଜ ଯୋଜନାରେ ଆଧାର ବ୍ୟବହାର ଲାଗି ଦାବି କରିଆସୁଥିଲେ। କେନ୍ଦ୍ର ସରକାରଙ୍କଠାରୁ ସିଧାସଳଖ ପାଣ୍ଠି ଆସୁଥିବା ଯୋଜନାଗୁଡ଼ିକରେ ଆଧାର ବ୍ୟବହାର କରାଯାଇପାରିବ ବୋଲି ସୁୁପ୍ରିମକୋର୍ଟ ନିଜ ରାୟରେ ଦର୍ଶାଇଥିଲେ। କେନ୍ଦ୍ର ସରକାର ଯେପରି କେନ୍ଦ୍ରୀୟ ପାଣ୍ଠିରୁ ହିତାଧିକାରୀଙ୍କୁ ସବ୍‌ସିଡି ପ୍ରଦାନ କରୁଛନ୍ତି, ଠିକ୍‌ ସେହିପରି ରାଜ୍ୟଗୁଡ଼ିକ ଆଧାର ବ୍ୟବହାର କରି ରିହାତି ଦେଇପାରିବେ। ଏଥିପୂର୍ବେ ଚଳିତ ମାସରେ ଆଧାର ସଂଶୋଧନ ବିଲ୍‌କୁ ପାର୍ଲାମେଣ୍ଟରେ ଅନୁମୋଦନ କରାଯାଇସାରିଛି। ଏହି ସଂଶୋଧନ ଜରିଆରେ ମୋବାଇଲ ଫୋନ ଲାଗି ସିମ୍‌ ନେବା ଏବଂ ନୂଆ ବ୍ୟାଙ୍କ ଖାତା ଖୋଲିବାରେ ଆଧାର ବ୍ୟବହାର କରାଯାଇପାରିବ। ବୁଧବାର ଆଧାର ଆଇନରେ ଆଉ ଏକ ସଂଶୋଧନ ହୋଇଛି। ଏହାଦ୍ୱାରା ରାଜ୍ୟଗୁଡ଼ିକ ଏହାକୁ ବ୍ୟବହାର କରିବା ଲାଗି କ୍ଷମତା ପାଇବେ। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ବିଲ୍‌କୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବା ପରେ ସମ୍ପୃକ୍ତ ସଂଶୋଧନକୁ ଏଥିରେ ଯୋଡାଯାଇଛି। ଏପରି ସ୍ଥିତିରେ କ୍ୟାବିନେଟ ଦେଇଥିବା ମଞ୍ଜୁରୀକୁ ପରେ ଦିଆଯାଇଥିବା ସହମତି ଭଳି ମନେକରାଯିବ। ସଂଶୋଧିତ ବିଲ୍‌ରେ ଏକ ନୂଆ ଧାରା ୫ଏ ଯୋଡାଯାଇଛି। ବିଲ୍‌ର ଧାରା ୭ରେ କେନ୍ଦ୍ରର ‘ଏକୀକୃତ ପାଣ୍ଠି’ ସହିତ ରାଜ୍ୟଗୁଡ଼ିକର ‘ଏକୀକୃତ ପାଣ୍ଠି’ ଶବ୍ଦକୁ ଯୋଡାଯାଇଛି। ଜାଭଡେକର କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ୧୨୮ କୋଟି ପଞ୍ଜୀକୃତ ଆଧାର କାର୍ଡ ରହିଛି। ରାଜ୍ୟ ସରକାରଗୁଡ଼ିକ ଆଧାର କାର୍ଡ ବ୍ୟବହାର କରି ନିଜର ଯୋଜନାର ହିତାଧିକାରୀଙ୍କୁ ସବ୍‌ସିଡି ଦେବା ଦ୍ୱାରା ଜାଲ୍‌ ହିତାଧିକାରୀ ହଟିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତାଟା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri