ରାଜ୍ୟ ପୋଲିସରେ ବଡ଼ଧରଣର ବଦଳି

ଭୁବନେଶ୍ୱର, ୫ା୧୧(ବ୍ୟୁରୋ): ରାଜ୍ୟ ପୋଲିସରେ ସୋମବାର ବଡ଼ଧରଣର ଅଦଳବଦଳ କରାଯାଇଛି। ବିଭିନ୍ନ ଜିଲାରେ କାର୍ଯ୍ୟ କରୁଥିବା ୫୧ ଡିଏସ୍‌ପିଙ୍କ ଅନ୍ୟତ୍ର ବଦଳି କରାଯାଇଥିବାବେଳେ ନିକଟରେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରୁ ପାସଆଉଟ୍‌ ୧୬ଜଣ ଡିଏସ୍‌ପିଙ୍କୁ ନୂଆ ନିଯୁକ୍ତି ମିଳିଛି। ପୋଲିସ ଏଷ୍ଟାବ୍ଲିଶମେଣ୍ଟ ବୋର୍ଡର ନିଷ୍ପତ୍ତିକ୍ରମେ ଏହି ବଦଳି କରାଯାଇଥିବା ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ମାଲକାନାଗିରି ଡିଏସ୍‌ପି ଚିନ୍ମୟ କୁମାର ନାୟକଙ୍କୁ ଯାଜପୁରରୋଡ୍‌ ଏସ୍‌ଡିପିଓ ଭାବେ ଅବସ୍ଥାପିତ କରାଯାଇଥିବାବେଳେ ପୁରୀ ଜିଲା ହେଡ୍‌କ୍ୱାର୍ଟରରେ ଥିବା ସସ୍ମିତା ସାହୁଙ୍କୁ ଭୁବନେଶ୍ୱର ଇଓଡବ୍ଲ୍ୟୁକୁ ବଦଳି କରାଯାଇଛି। ବଲାଙ୍ଗୀର ଡିଏସ୍‌ପି ଗୌତମ କିଶାନଙ୍କୁ ଛତ୍ରପୁର ଏସ୍‌ଡିପିଓ, ଚିତ୍ରକୋଣ୍ଡା ଏସ୍‌ଡିପିଓ ମାନସ ରଞ୍ଜନ ବାରିକଙ୍କୁ ବାଲିଗୁଡା ଏସ୍‌ଡିପିଓ, ସୁନ୍ଦରଗଡ ଡିଏସ୍‌ପି ନିବେଦିତା ସୋରେନଙ୍କୁ ବୀରମିତ୍ରପୁର ଏସ୍‌ଡିପିଓ ଭାବେ ଅବସ୍ଥାପିତ କରାଯାଇଛି। ଗଞ୍ଜାମ ଡିଏସ୍‌ପି ପ୍ରଦୀପ କୁମାର ଦଳାଇଙ୍କୁ ନିମାପଡା ଏସ୍‌ଡିପିଓ, ହେମନ୍ତ କୁମାର ପଣ୍ଡାଙ୍କୁ ପୁରୀ ଡିଆଇବି ଡିଏସ୍‌ପି, ଜଳେଶ୍ୱର ଏସ୍‌ଡିପିଓ ସୁଦର୍ଶନ ଦାଶଙ୍କୁ ଇଣ୍ଟେଲିଜେଣ୍ଟ ସ୍ପେଶାଲବ୍ରାଞ୍ଚ, ବସ୍ତା ଏସ୍‌ଡିପିଓ ରଞ୍ଜିତ କୁମାର ପୃଷ୍ଟିଙ୍କୁ ଜଗତସିଂପୁର ଏସ୍‌ଡିପିଓ, ନିଳଗିରି ଏସ୍‌ଡିପିଓ ସୁଦାମ ସାହୁଙ୍କୁ ବାଲେଶ୍ୱର ଡିଆଇପି ଡିଏସ୍‌ପି, ରାଇରଙ୍ଗପୁର ଏସ୍‌ଡିପିଓ ଅମୂଲ୍ୟ କୁମାର ଧରଙ୍କୁ ନୀଳଗିରି ଏସ୍‌ଡିପିଓ, ସାଲେପୁର ଏସ୍‌ଡିପିଓ ସୁରେଶ କୁମାର ଦାସଙ୍କୁ ବାଲୁଗାଁ ଏସ୍‌ଡିପିଓ, ଛତ୍ରପୁର ଏସ୍‌ଡିପିଓ ଉକତ୍ଳ କେଶରୀ ଦାଶଙ୍କୁ ଗଞ୍ଜାମ ପିସିଆର ସେଲ୍‌ ଡିଏସ୍‌ପି, ପୁରୁଷୋତ୍ତମ ଏସ୍‌ଡିପିଓ ନିମାଇଁ ଚରଣ ସେଠୀଙ୍କୁ ସାଲେପୁର ଏସ୍‌ଡିପିଓ, ବଡ଼ବିଲ ଏସ୍‌ଡିପିଓ ଦିଲୀପ ଚନ୍ଦ୍ର ବାଗଙ୍କୁ କେନ୍ଦୁଝର ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି, ଉଦଳା ଏସ୍‌ଡିପିଓ ସ୍ବପ୍ନରଞ୍ଜନ ମହାପାତ୍ରଙ୍କୁ ଜଗତ୍‌ସିଂହପୁର ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସମ୍ବଲପୁର ସଦର ଏସ୍‌ଡିପିଓ ଭବାନୀ ଶଙ୍କର ଉଦ୍‌ଗାତାଙ୍କୁ ଆଠମଲିକ ଏସ୍‌ଡିପିଓ, ଭୁବନେଶ୍ୱର ଇଓଡବ୍ଲ୍ୟୁ ଡିଏସ୍‌ପି ତପନ କୁମାର ମହାନ୍ତିଙ୍କୁ ସମ୍ବଲପୁର ସଦର ଏସ୍‌ଡିପିଓ, ଭୁବନେଶ୍ୱର ଇଓଡବ୍ଲ୍ୟୁ ଡିଏସ୍‌ପି ସୁନୀଲ କୁମାର ନନ୍ଦଙ୍କୁ ଭଦ୍ରକ ଏସ୍‌ଡିପିଓ, ଭଦ୍ରକ ଏସ୍‌ଡିପିଓ ଜଳନ୍ଧର ଜଲିଙ୍କୁ ବସ୍ତା ଏସ୍‌ଡିପିଓ, ବାଲିଗାଁ ଏସ୍‌ଡିପିଓ ସୁନୀଲକାନ୍ତ ମହାନ୍ତିଙ୍କୁ ଖୋର୍ଦ୍ଧା ପୋଲିସ ମୁଖ୍ୟାଳୟ ଡିଏସ୍‌ପି, ସୁନ୍ଦରଗଡ ଏସ୍‌ଡିପିଓ ବଳଭଦ୍ର ଦୀପଙ୍କୁ କୋରାପୁଟ ସଦର ଏସ୍‌ଡିପିଓ, ନନ୍ଦପୁର ଏସ୍‌ଡିପିଓ ତପନ କୁମାର ମହାନନ୍ଦଙ୍କୁ କୋରାପୁଟ ଆଇଏଏଚ୍‌ଟିୟୁ ଡିଏସ୍‌ପି ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ କୋରାପୁଟ ଆଇଏଏଚ୍‌ଟିୟୁ ଡିଏସ୍‌ପି ଧୀରେନ୍ଦ୍ର କୁମାର ସ୍ବାଇଁଙ୍କୁ ନନ୍ଦପୁର ଏସ୍‌ଡିପିଓ, ଯାଜପୁର ରୋଡ୍‌ ଏସ୍‌ଡିପିଓ କେଦାରନାଥ ସାହୁଙ୍କୁ ଉଦଳା ଏସ୍‌ଡିପିଓ, ଫୁଲବାଣୀ ଏସ୍‌ଡିପିଓ ଆଲବିନ୍‌ସ କେରେକେଟାଙ୍କୁ କନ୍ଧମାଳ ଡିଏସ୍‌ପି, ଗଜପତି ଡିଏସ୍‌ପି ପ୍ରକାଶଚନ୍ଦ୍ର ଜେନାଙ୍କୁ ପାରଳାଖେମୁଣ୍ଡି ଏସ୍‌ଡିପିଓ, ଖଣ୍ଡପଡା ଏସ୍‌ଡିପିଓ ଶ୍ରୀନିବାସ ମହାନ୍ତିଙ୍କୁ କଟକ ପିସିଆର ସେଲ୍‌ ଡିଏସ୍‌ପି, କଟକ ପିସିଆର୍‌ ସେଲ୍‌ ଡିଏସ୍‌ପି ବିଶ୍ୱପ୍ରକାଶ ପଟ୍ଟନାୟକଙ୍କୁ ଖଣ୍ଡପଡା ଏସ୍‌ଡିପିଓ, ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରକାଶଚନ୍ଦ୍ର ପାଲଙ୍କୁ କମିଶନରେଟ ପୋଲିସ ଏସିପି, ବାଲେଶ୍ୱର ଡିଆଇବି ଡିଏସ୍‌ପି ରଜତ କୁମାର ରାୟଙ୍କୁ କମିଶନରେଟ ପୋଲିସ ଏସିପି, କଟକ ଟ୍ରାଫିକ ଏସିପି ଜତୀନ୍ଦ୍ର କୁମାର ପଣ୍ଡାଙ୍କୁ ଭଦ୍ରକ ଡିଆଇବି ଡିଏସ୍‌ପି, ଭୁବନେଶ୍ୱର ଟ୍ରାଫିକ ଏସିପି କିଶୋର କୁମାର ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ଇଓଡବ୍ଲ୍ୟୁକୁ ବଦଳି କରାଯାଇଛି। ଡିଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି ପାଇଥିବା ନିରଞ୍ଜନ କୁମାର ଧୀରଙ୍କୁ ବ୍ରହ୍ମପୁର ପିସିଆର ସେଲ ଡିଏସ୍‌ପିଭାବେ ଅବସ୍ଥାପିତ କରାଯାଇଥିବାବେଳେ ବାଲେଶ୍ୱର ଜିଲା ମୁଖ୍ୟାଳୟରେ ଥିବା ଡିଏସ୍‌ପି ମନୋଜ କୁମାର ରାଉତଙ୍କୁ ଅତିରିକ୍ତ ଭାବେ ସହର ଦାୟିତ୍ୱ ଦିଆଯାଇଛି।

୧୬ ଡିଏସ୍‌ପିଙ୍କୁ ନୂଆ ନିଯୁକ୍ତି
ବିଜୁ ପଟ୍ଟନୟକ ପୋଲିସ ଏକାଡେମୀରୁ ଟ୍ରେନିଂରେ କୃତକାର୍ଯ୍ୟ ହୋଇଥିବା ସ୍ନେହାଶିଷ ସାହୁଙ୍କୁ ରାଇରଙ୍ଗପୁର ଏସ୍‌ଡିପିଓ, ରିତେଶ କୁମାର ମହାପାତ୍ରଙ୍କୁ କ୍ରାଇମ୍‌ବ୍ରାଞ୍ଚ ସାଇବର କ୍ରାଇମ ଡିଏସ୍‌ପି, ସାର୍ଥକ ରାୟଙ୍କୁ ଆଇୟୁସିଏଡବ୍ଲ୍ୟୁ ବ୍ରହ୍ମପୁର ଡିଏସ୍‌ପି, ଦିଲୀପ କୁମାର ଦାସଙ୍କୁ ବ୍ରଜରାଜନଗର ଏସ୍‌ଡିପିଓ, ମନୋବ୍ରତା ଶତପଥୀଙ୍କୁ ପୁରୀ ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି, ମଧୁସ୍ମିତା ମିଶ୍ରଙ୍କୁ ସୁନ୍ଦରଗଡ଼ ଏସ୍‌ଡିପିଓ, ସତ୍ୟବିକାଶ ଭୂୟାଁଙ୍କୁ ବଡ଼ବିଲ ଏସ୍‌ଡିପଓ, ସୀମା ସ୍ବାଇଁଙ୍କୁ ପୁରୁଷୋତ୍ତମ ଏସ୍‌ଡିପିଓ, ହିମାଂଶୁ ଭୂଷଣ ବେହେରାଙ୍କୁ ସମ୍ବଲପୁର ଡିଏସ୍‌ପି, ଅଙ୍କିତା କୁମ୍ଭାରଙ୍କୁ ଜଳେଶ୍ୱର ଏସ୍‌ଡିପିଓ, ସୁନାରାମ ହେମ୍ବ୍ରମ୍‌ଙ୍କୁ ଚିତ୍ରକୋଣ୍ଡା ଏସ୍‌ଡିପିଓ, କେ.କୋଣ୍ଡାଡୋରା ହରିପ୍ରସାଦଙ୍କୁ ବାରିପଦା ଏସ୍‌ଡିପିଓ, ମହେନ୍ଦ୍ରନାଥ ମୁର୍ମୁଙ୍କୁ ଫୁଲବାଣୀ ଏସ୍‌ଡିପିଓ, ସାନ୍ତା ନୂତନ ସମଦଙ୍କୁ ରାଉରକେଲା ପିସିଆର୍‌ ସେଲର ଡିଏସ୍‌ପି, ଦେବଜ୍ୟୋତି ଦାଶଙ୍କୁ କଟକ ଟ୍ରାଫିକ ଏସିପି, ସ୍ବସ୍ତିକ ପଣ୍ଡାକୁ ଭୁବନେଶ୍ୱର ଟ୍ରାଫିକ ଏସିପି ଭାବେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri