ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରସଙ୍ଗ

ନିକଟରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସ୍ବଚ୍ଛତାକୁ ନେଇ ପ୍ରଯୋଜକମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରକୃତପକ୍ଷେ ବିଗତ ଦିନର ପୁରସ୍କାର ବେଳେ କଳାକାର, ଟେକ୍ନିସିଆନ, ପ୍ରଯୋଜକ, ନିର୍ଦ୍ଦେଶକମାନେ ନିଷ୍ପତ୍ତିକୁ ସ୍ବାଗତ କରୁଥିଲେ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ପ୍ରାୟତଃ ନୀତିନିୟମକୁ ଆଧାରକରି ହୋଇଥାଏ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୪ ବର୍ଷ ଅର୍ଥାତ୍‌ ୧୯୯୯ ମସିହାରୁ ୨୦୦୨ ମସିହା ପର୍ଯ୍ୟନ୍ତ ଦିଆଯାଇ ନ ଥିଲା। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଜୁରିମାନଙ୍କର ନିଷ୍ପତ୍ତି ଗଠନମୂଳକ ହେବା ସହ ସେଥିରେ ସ୍ବଚ୍ଛତା ରହିବା ନିହାତି ଆବଶ୍ୟକ। ଜାତୀୟ ପୁରସ୍କାରରେ ଗୋଟିଏ ବର୍ଷ ଜୁରିରେ ଥିଲେ ପରବର୍ତ୍ତୀ ୩ ବର୍ଷ ଜୁରି ସଦସ୍ୟ କରାଯାଏ ନାହିଁ। ରାଜ୍ୟରେ ଏହାର ବ୍ୟତିକ୍ରମ ୩ ବର୍ଷ ହେବ ଉପଲବ୍ଧି ହେଉଛି। ମୌଳିକ କାହାଣୀ ଉପରେ ପର୍ଯ୍ୟବସିତ ଚଳଚ୍ଚିତ୍ରକୁ ଶ୍ରେଷ୍ଠତ୍ୱ କରିବା ପାଇଁ ଉଲ୍ଲେଖ ରହିଛି। ହେଲେ ଗତ କିଛି ବର୍ଷ ହେବ ଏହି ପୁରସ୍କାର ପାଇଁ ଚୟନରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ସେଥିପାଇଁ ସ୍ବଚ୍ଛତା ଦିଗ ରେ ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ ବିଗତ ଦିନରେ ଏହାକୁ ପ୍ରତିବାଦ କରିବା ସହ ସଂସ୍କୃତି ବିଭାଗ ପୁରସ୍କାରରେ ପରିଷ୍କାର କରୁ ବୋଲି ତାଙ୍କ ମନ୍ତବ୍ୟ ପ୍ରଦାନ କରିଥିଲେ। ସାମଗ୍ରିକ କୃତି ପାଇଁ ବରିଷ୍ଠତା ଭିତ୍ତିରେ ମର୍ଯ୍ୟାଦାଜନକ ଜୟଦେବ ପୁରସ୍କାରରେ ପୁରସ୍କୃତ ପ୍ରତିଭାମାନଙ୍କୁ ମନୋନୀତ କରାଯାଏ। ଏ କ୍ଷେତ୍ରରେ ଟାଳଟୁଳ ନୀତି ଆଦୌ ଗ୍ରହଣୀୟ ନୁହେଁ।
ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ୧୯୭୩ ମସିହାରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆହୋଇ ଆସୁଅଛି। ପୁରସ୍କାର ପାଇଥିବା ବ୍ୟକ୍ତିଙ୍କୁ ଯଦି ଠିକ୍‌ ନିର୍ଣ୍ଣୟ କରି ପୁରସ୍କୃତ କରାଯିବ ତାହା ପରିଷ୍କାର ଲାଗେ। ସୁପାରିସ ଜନିତ ପୁରସ୍କାର ଦୃଷ୍ଟିକଟୁ ହୋଇଥାଏ। ଜନସାଧାରଣ ଉପଲବ୍ଧି କରନ୍ତି ଯଦି ପୁରସ୍କାର ପରିଷ୍କାର ହୋଇଥିବ ତାଙ୍କ ପ୍ରତି ସ୍ବତଃସ୍ଫୂର୍ତ୍ତ ସମ୍ମାନବୋଧ ଆସେ। ଆମେ ଯଦି ଲବିକରି ପୁରସ୍କାର ନେଉଥିବା ତାହା ଗୌଣ ପରି ଲାଗେ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସଙ୍ଗୀତ କ୍ଷେତ୍ରରେ ସାମଗ୍ରିକ କୃତି ଥାଇ ଜୟଦେବ ପୁରସ୍କାର ଅତୀତରେ ବାଳକୃଷ୍ଣ ଦାଶ, ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର ପୁରସ୍କାର ପାଇଥିଲେ। ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର, ବାସୁଦେବ ରଥ, ମୁସୀରଙ୍କ ଭଳି ଅଭିଜ୍ଞ ବ୍ୟକ୍ତି କେବେ ଏହି ସମ୍ମାନଜନକ ଜୟଦେବ ପୁରସ୍କାର ପାଉଛନ୍ତି ତାହା ଜାଣିବାକୁ ଆମକୁ କେବଳ ଅପେକ୍ଷା କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri