ଭୁବନେଶ୍ୱର,୨୦।୯ (ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଏବେ ଡେଙ୍ଗୁ ଭୂତାଣୁ ସକ୍ରିୟ ରହିଛି। ସହରର ସବୁ ଅଞ୍ଚଳକୁ ଡେଙ୍ଗୁ ବ୍ୟାପିଯାଇଥିବାବେଳେ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ସାମାନ୍ୟ ଜ୍ୱର ହେଲେ ବି ସହରବାସୀଙ୍କ ମନରେ ଛନକା ପଶୁଛି। ରାଜ୍ୟରୁ ଚିହ୍ନଟ ହେଉଥିବା ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ଚିହ୍ନଟ ହେଉଥିବାବେଳେ ସ୍ମାର୍ଟସିଟି ଭୁବନେଶ୍ୱରର ସ୍ଥିତି ସବୁଠୁ ଉଦ୍ବେଗଜନକ ରହିଛି। ବର୍ଷା ଦିନ ହୋଇଥିବାରୁ ରୋଗୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୨ ଜାନୁୟାରୀ ୧ରୁ ସେପ୍ଟେମ୍ବର ୧୮ ସୁଦ୍ଧା ଭୁବନେଶ୍ୱରରୁ ମୋଟ୍ ୧୯୮୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସହରର ବିଭିନ୍ନ ଅଞ୍ଚଳରୁ ୧୯୩୧ଟି କେସ୍ ରହିଥିବାବେଳେ ବାକି ୫୭ଟି କେସ୍ ଅଜ୍ଞାତ ଅଞ୍ଚଳରୁ ରହିଛି। ଅପରପକ୍ଷେ ସୋମବାର ସହରରୁ ଆଉ ୩୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଏଲ୍.ଡି. ସାହୁ ସୂଚନା ଦେଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ୧୪୧ଜଣଙ୍କ ନମୁନା ପରୀକ୍ଷା ହୋଇଥିଲା। ତେବେ ୩୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ସେମାନେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଡା. ସାହୁ କହିଛନ୍ତି। ଏହାକୁ ମିଶାଇ ସହରରେ ରୋଗୀ ସଂଖ୍ୟା ୨ହଜାର ୨୪କୁ ବୃଦ୍ଧି ପାଇଛି। ତେବେ ଜାନୁଆରୀ ୧ରୁ ସେପ୍ଟେମ୍ବର ୨ ମଧ୍ୟରେ ଭୁବନେଶ୍ୱରରୁ ୧୦୧୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ମାତ୍ର ୧୭ ଦିନରେ ସହରରୁ ଆଉ ୧ହଜାର ୮ଜଣ ନୂଆ ରୋଗୀ ଚିହ୍ନଟ ହେବା ଚିନ୍ତା ବଢ଼ାଇଛି। ସୂଚନାନୁସାରେ, ଚଳିତବର୍ଷ ଜାନୁୟାରୀରେ ଭୁବନେଶ୍ୱରରୁ ମାତ୍ର ଜଣେ ରୋଗୀ ଚିହ୍ନଟ ହୋଇଥିବାବେଳେ ଫେବୃୟାରୀରେ କେହି ଚିହ୍ନଟ ହୋଇ ନ ଥିଲେ। ତେବେ ମାର୍ଚ୍ଚରେ ୫ଜଣ, ଏପ୍ରିଲରେ ୬ଜଣ, ମେ’ରେ ୬ଜଣ, ଜୁନ୍ରେ ୬୯ଜଣ, ଜୁଲାଇରେ ୨୦୩ଜଣ, ଅଗଷ୍ଟରେ ୭୬୩ ଏବଂ ସେପ୍ଟେମ୍ବରରେ ୯୭୧ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତେବେ ଡେଙ୍ଗୁ ସ୍ଥିତିକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ବି ତାହା ଚିନ୍ତାଜନକ ନୁହେଁ। ଗତବର୍ଷ ତୁଳନାରେ ଏଥର ରାଜ୍ୟରେ ଟେଷ୍ଟର ହାର ଦ୍ୱିଗୁଣରୁ ଅଧିକ ରହିଛି। ୨୦୨୧ରେ ଜାନୁୟାରୀରୁ ସେପ୍ଟେମ୍ବର ୧୫ ସୁଦ୍ଧା ରାଜ୍ୟରେ ୧୪ହଜାର ୩୯୨ ଟେଷ୍ଟ କରାଯାଇଥିଲା। ସେଥିରୁ ୩ହଜାର ୬୬୫ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ।
ଅପରପକ୍ଷେ ଚଳିତବର୍ଷ ଜାନୁୟାରୀରୁ ସେପ୍ଟେମ୍ବର ୧୫ ମଧ୍ୟରେ ମୋଟ୍ ୨୬ହଜାର ୩୬୫ ନମୁନା ପରୀକ୍ଷା କରାଯାଇଥିବାବେଳେ ୩ହଜାର ୫୩୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରୋଗୀ ସଂଖ୍ୟା ପ୍ରାୟ ସମାନ ରହିଥିଲେ ବି ଟେଷ୍ଟିଂ ବଢିଥିବାରୁ ଗତ ବର୍ଷ ତୁଳନାରେ ପଜିଟିଭିଟି କମ୍ ରହିଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ପ୍ରାୟ ୯୫ ପ୍ରତିଶତ ଡେଙ୍ଗୁ ରୋଗୀ ଘରେ ରହି ଚିକିତ୍ସିତ ହୋଇ ସୁସ୍ଥ ହୋଇ ପାରିବେ। ତେଣୁ ଡେଙ୍ଗୁ ଚିହ୍ନଟ ହେଲେ ଭୟଭୀତ ନ ହୋଇ ଏହାର ଉପଯୁକ୍ତ ଚିକିତ୍ସା କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍! ଖାତା ନ ଥିଲେ…
ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…
ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!
ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…
ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…
ଭୁବନେଶ୍ୱର,୫ା୪(ସୁନିତ୍ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…
ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…
ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…
ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…
ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…
ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ
ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…
ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍ ହାଉସ୍…
ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…
ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….
ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…
Archives

