ରାଜଧାନୀରେ ଏସ୍‌ଏଚ୍‌ଜି ଜଳସେବା ଶିବିର ପ୍ରହସନ: ଗୋଟିଏ ଦିନ ଖୋଲି ବନ୍ଦ ହୋଇଗଲା

ଭୁବନେଶ୍ୱର, ୧୮ା୪ (ବ୍ୟୁରୋ): ଅସହ୍ୟ ତାତି। ହଟହଟା ହେଉଛନ୍ତି ଯାତ୍ରୀ। ଲଗାତାର ଦୁଇଦିନ ଧରି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଡହଳବିକଳ ସ୍ଥିତି। ପାଣିପାଇଁ ଚାରିଆଡେ ହାହାକାର ପଡ଼ିଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଖୋଲୁଥିବା ଜଳସେବା ଶିବିର ପ୍ରହସନରେ ପରିଣତ ହୋଇଛି। ମହାଆଡମ୍ବରରେ ଖୋଲୁଥିବା ଜଳସେବା ଶିବିର ଗୋଟିଏ କିମ୍ବା ଦୁଇଦିନରେ ବନ୍ଦ ହୋଇପଡୁଛି। ଗତ ରବିବାର ମହାବିଷୁବ ସଂକ୍ରାନ୍ତିରେ ବିଏମ୍‌ସି ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ସହାୟତାରେ ୩ଟି ସ୍ଥାନରେ ଜଳସେବା ଶିବିର ଖୋଲିଥିଲା। ଗୋଟିଏ ଦିନ ସେଠାରେ ପାଣି ବଣ୍ଟନ କରାଯାଇଥିବାବେଳେ ଏବେ ତାହା ବନ୍ଦ ହୋଇଯାଇଛି। କେବଳ ଫାଙ୍କା ମାଠିଆ ଦେଖିବାକୁ ମିଳିଛି। ରସୁଲଗଡ଼ ଛକ, ନିକୋପାର୍କ ଛକରେ ଥିବା ଏହି ଜଳସେବା ଶିବରରେ ନା ପାଣି ଅଛି ଅବା ପାଣି ବାଣ୍ଟିବାକୁ ଏସ୍‌ଏଚ୍‌ଜିର କୌଣସି ମହିଳା ଅଛନ୍ତି। ବିଶେଷକରି ମଧ୍ୟାହ୍ନରେ ସବୁଠୁ ଅଧିକ ତାତି ଅନୁଭୂତ ହେଉଥିବାରୁ ଅଧିକାଂଶ ଦୋକାନ ମଧ୍ୟ ବନ୍ଦ ହୋଇଯାଉଛି। ଫଳରେ ଯାତ୍ରୀମାନେ ପାଣି ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଏମ୍‌ସି ପକ୍ଷରୁ ପ୍ରତିବର୍ଷ ଜଳସେବା ଶିବିର ଖୋଲୁଥିଲେ ମଧ୍ୟ ସେବା ମିଳୁ ନ ଥିବା ଅଭିଯୋଗ ହୋଇ ଆସୁଛି। ଚଳିତବର୍ଷ ଜଳସେବା ଶିବିର ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆବେଦନ କରାଯାଇଛି। ହେଲେ ଏଯାଏ କାହାକୁ ଅନୁମତି ଦିଆଯାଇ ନ ଥିବାବେଳେ ପ୍ରଥମଥର ଲାଗି ମହିଳାମାନଙ୍କୁ ଏହି ଜଳସେବା ଶିବିର କରିବା ଲାଗି ସୁଯୋଗ ଦିଆଯାଇଛି। ଏସ୍‌ଏଚ୍‌ଜି ପକ୍ଷରୁ ଏଥିଲାଗି ୧୦ ଆବେଦନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩ଟି ଏସ୍‌ଏଚ୍‌ଜି ଜଳସେବା ଶିବିର ଖୋଲିଛନ୍ତି। ହେଲେ ଆରମ୍ଭରୁ ଏପରି ସ୍ଥିତି ବିଏମ୍‌ସିର ଜଳସେବା ନାଁରେ ଅର୍ଥ ହଡ଼ପ ମସୁଧା ଚାଲିଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ବାସ୍ତବ ସ୍ଥିତି ଜାଣିବାକୁ ଚେଷ୍ଟା କରିଥିଲେ। ହେଲେ ଦିନ ତମାମ ରସୁଲଗଡ଼ ଓ ନିକୋ ପାର୍କ ଏସ୍‌ଏଚ୍‌ଜି ଜଳସେବା ଶିବିରରେ ଜଳବଣ୍ଟନ ବନ୍ଦ ରହିଥିଲା। ବାଟରେ ଯାଉଥିବା ଯାତ୍ରୀମାନେ ପାଣି ରହିଥିବ ଭାବି ନିକଟରେ ପହଞ୍ଚତ୍ ଖାଲି ମାଠିଆ ଦେଖି ଅସନ୍ତୋଷରେ ଫେରୁଥିଲେ। ରସୁଲଗଡ଼ ଛକରେ ମାଠିଆ ନ ଥିବାବେଳେ ଖାଲି ଶିବିର କ’ଣ ପାଇଁ ଖୋଲାଯାଇଛି ବୋଲି ଲୋକେ କହୁଥିଲେ। କେହି କେହି ଅନ୍ୟ କେତେକଥା କହି ଚାଲିଯାଉଥିବା ଦେଖିବାକୁ ମିଳିଥିଲା। ଏନେଇ ସାମାଜିକ ସଙ୍ଗଠନ କଳ୍ପନା ଛକ ସେବା ସଂଘର ଉପଦେଷ୍ଟା ନାରାୟଣଚନ୍ଦ୍ର ଓଝା କୁହନ୍ତି, ଦୀର୍ଘ ଦେଢମାସ ହେବ ଆମେ କଳ୍ପନାଛକରେ ଜଳଛତ୍ର କରିବୁ ବୋଲି ବିଏମ୍‌ସିରେ ଆବେଦନ କରିଛୁ। କିନ୍ତୁ ଜଳସେବା ଶିବିର ଓ ସ୍ଥାନ ଚିହ୍ନଟ ନିରୂପଣ ନେଇ ଏଯାବତ କିଛି ଉତ୍ତର ଆସିନି। ଆମ ସଙ୍ଗଠନ ପ୍ରତ୍ୟେକ ବର୍ଷ ଜଳଛତ୍ର କରେ। କିନ୍ତୁ ଏଥର ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଉଦାସୀନତା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ବାରମ୍ବାର ବିଏମ୍‌ସି କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରିଛୁ ବୋଲି ସେ କହିବା ସହ ଏସ୍‌ଏଚ୍‌ଜି ଜଳସେବା ଶିବିରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମହିଳାମାନଙ୍କୁ ଜଳସେବା ଶିବିର ଖୋଲିବାକୁ ଦାୟିତ୍ୱ ଦେବା ଓ ତାହା ଲୋକଙ୍କ ସେବାରେ ନ ଲାଗିବା ପ୍ରସଙ୍ଗକୁ ନେଇ ସେ ସନ୍ଦେହ ପ୍ରକଟ କରିନ୍ତି। ସେହିଭଳି ଓଡ଼ିଶା ସମାଜସେବୀ ମହାସଂଘ, ଦିଶା ଓଡ଼ିଶା ସଙ୍ଗଠନ, ହେଲ୍ପ କେୟାର, ଓ୍ବାରିସ୍‌ ଫାଉଣ୍ଡେଶନ ପରି ବହୁ ସାମାଜିକ ସଙ୍ଗଠନ ବିଏମ୍‌ସିର ଏପରି କାର୍ଯ୍ୟଧାରାକୁ ନେଇ ଅଭିଯୋଗ ଉଠାଇଛନ୍ତି। ତେବେ ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ବିଜେଡି ନେତୃତ୍ୱ: କଳିକେଶଙ୍କୁ ନେଇ ଏମିତି କିଛି କହିଲେ ଦେବାଶିଷ

ଭୁବନେଶ୍ୱର,୧୪।୨ କଳିକେଶଙ୍କୁ ବିଜେଡି ନେତୃତ୍ୱ ଦାବିରେ ମୁହଁ ଖୋଲିଲେ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ସେ ଜଣେ ଯୁବ ଦକ୍ଷ ନେତା, ତାଙ୍କ ପରିବାର ସହ ନବୀନଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri