ରାଜଧାନୀରୁ କାର ଲୁଟ୍‌ ର଼୍ୟାକେଟର ପର୍ଦ୍ଦାଫାଶ : ୩ କାର, ବିପୁଳ ଅଳଙ୍କାର ଜବତ, ୪ ଗିରଫ

ଭୁବନେଶ୍ୱର/ପାତ୍ରପଡା, ୨୮।୬(ବ୍ୟୁରୋ/ଡି.ଏନ୍‌.ଏ.) : ଗତ କିଛି ମାସ ହେବ ରାଜଧାନୀରେ ଲୁଟେରା ଗ୍ୟାଙ୍ଗ୍‌ ସକ୍ରିୟ ହୋଇଉଠିଛି। ବିଶେଷକରି ବାରମ୍ବାର କାର୍‌ ଲୁଟ୍‌ ଘଟଣା ପୋଲିସର ଚିନ୍ତା ବଢ଼ାଇ ଦେଇଛି। ଲୁଟ୍‌ କାରକୁ ବ୍ୟବହାର କରି ଲୁଟ୍‌ ଓ ଅନ୍ୟ ଅପରାଧ କରାଯାଉଥିବା ପୋଲିସ ଜାଣିବା ପରେ ସେମାନଙ୍କୁ ଠାବ କରିବାକୁ କମିଶନରେଟ ପୋଲିସ ତତ୍ପର ହୋଇଉଠିଛି। ଖଣ୍ଡଗିରି ଥାନା ପୋଲିସ ଏକ କାର୍‌ ଲୁଟ୍‌ ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଏକ ଲୁଟେରା ଗ୍ୟାଙ୍ଗ୍‌ ଠାବ କରିବା ସହ ସମ୍ପୃକ୍ତ ୪ଜଣଙ୍କୁ ଖଣ୍ଡଗିରି ଓ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳରୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୋଲିସ ୩ଟି ଲୁଟ୍‌ କାର, ୪ଟି ସୁନା ଚେନ, ୩ହଳ ସୁନା ଚୂଡି, ଦୁଇ ହଳ କାନଫୁଲ ସହ ଗୋଟିଏ ଖେଳନା ବନ୍ଧୁକ ଓ ଏକ ଛୁରୀକୁ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୋନପୁର ଜିଲା ବୋଡିପାଲି ଗ୍ରାମର କୃଷ୍ଣଚନ୍ଦ୍ର ଦାଶ ଓରଫ କ୍ରିଷ୍ଣା, କେନ୍ଦ୍ରାପଡା ଜିଲା ଆଳି ଅଞ୍ଚଳର ଅମରଜିତ ପ୍ରଧାନ ଓରଫ ରକି (୨୪), ରାଜକନିକା ଅଞ୍ଚଳର ମହେଶ୍ୱର ଦଳାଇ(୨୮) ଓ ବୌଦ୍ଧ ଜିଲା ତଳିପଡା ଅଞ୍ଚଳର ପ୍ରଭାତ ସାହୁ(୧୯)। ଏନେଇ ଖଣ୍ଡଗିରି ପୋଲିସ କେସ୍‌ ନଂ.୩୩୦/୧୯ରେ ଦଫା ୩୯୪ ଲଗାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।

ଖେଳଣା ବନ୍ଧୁକରେ କରୁଥିଲେ ଲୁଟ୍‌
ଅଭିଯୁକ୍ତମାନେ ବିଳମ୍ବିତ ରାତିରେ ଜାତୀୟ ରାଜପଥ, ସହରର ଅନ୍ୟ ରାସ୍ତାର ନିଛାଟିଆ ସ୍ଥାନରେ ଛକି ରହୁଥିଲେ। କୌଣସି କାର ସେହିବାଟ ଦେଇ ଗଲାବେଳେ ରାସ୍ତା ମଝିରେ ବାଇକ୍‌ ରଖି ଅଟକାଉଥିଲେ। ପରେ ଡ୍ରାଇଭର ମୁଣ୍ଡରେ ଖେଳନା ବନ୍ଧୁକ ଲଗାଇ କାର ଚାବି ହାତଉଥିଲେ। ପରେ ଡ୍ରାଇଭରଙ୍କୁ ବାହାରକୁ ଟାଣିଆଣି କାର୍‌ ଲୁଟି ନେଉଥିଲେ। ମେ’ ୧୦ରେ ଖୋର୍ଦ୍ଧା ଜିଲାପାଳଙ୍କ ଅଫିସ ନିକଟରୁ ଏକ ବୋଲେରୋ, ଜୁନ୍‌ ୨୦ରେ ଖଣ୍ଡଗିରି ଆମ୍ରି ହସ୍ପିଟାଲ ଓ ଜୁନ୍‌ ୧ରେ ପିତାପଲ୍ଲୀ ନିକଟରୁ କାର ଲୁଟ କରିଥିଲେ।
ଦିନରେ ଅଳଙ୍କାର, ରାତିରେ କାର୍‌ ଲୁଟ୍‌
ଏହି ଗ୍ୟାଙ୍ଗ୍‌ ରାତିରେ କାର୍‌ ଓ ଦିନରେ ଅଳଙ୍କାର ଲୁଟୁଥିଲେ। ଦିନରେ ବାଇକରେ ଆସି ମହିଳାଙ୍କୁ ଛୁରି ଓ ବନ୍ଧୁକ ଦେଖାଇ ପିନ୍ଧିଥିବା ସୁନା ଅଳଙ୍କାର ଝାମ୍ପି ନେଉଥିଲେ। ନିକଟରେ ଅବଦୁଲ କାଲାମ ସ୍କୁଲ ନିକଟରେ କାରରେ ଯାଉଥିବା ଏକ ପରିବାର ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ସୁନାଗହଣା ଲୁଟି ନେଇଥିଲେ। ସେହିଭଳି ରାତିରେ କାର୍‌ ଲୁଟ୍‌ ପରେ ତୁରନ୍ତ ନମ୍ବର ପ୍ଲେଟକୁ ବଦଳାଉଥିଲେ। କିଛିଦିନ ନିର୍ଦ୍ଦିଷ୍ଟ ସ୍ଥାନରେ ଲୁଚାଇବା ପରେ ଲୁଟ୍‌ରେ ବ୍ୟବହାର କରୁଥିଲେ। ପରେ ସମୟ ଦେଖି ୭୦ହଜାରରୁ ୧ ଲକ୍ଷ ଟଙ୍କା ମଧ୍ୟରେ ବିକ୍ରି କରୁଥିଲେ। ଲୁଟ କାରକୁ ସେମାନେ ସହରବାହାରେ ବିକ୍ରି କରୁଥିଲେ।
କେମିତି ଧରା ପଡ଼ିଲେ ଅଭିଯୁକ୍ତ
ରାଜଧାନୀରୁ ଲଗାତାର କାର୍‌ ଚୋରି ପରେ ପୋଲିସର ଚେତା ପଶିଥିଲା। ଆମ୍ରି ହସ୍ପିଟାଲ ନିକଟରେ ଅଜୟ କୁମାର ସାହୁ ତାଙ୍କ ମାରୁତି କାର (ଓଡି-୧୯ଏମ୍‌-୦୦୭୮)ରେ ଯାଉଥିବାବେଳେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର, ଅମରଜିତ ଓ ମହେଶ୍ୱର ପଲସରରେ ଆସି ତାଙ୍କ କାର ଆଗରେ ବାଇକକୁ ରଖି ଅଟକାଇଥିଲେ। ଅଜୟଙ୍କୁ ବନ୍ଧୁକ ଦେଖାଇ ନିସ୍ତୁକ ମାଡ଼ମାରି ତାଙ୍କ କାର ଲୁଟିନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ଖଣ୍ଡଗିରି ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୁରୁଣା ଫାଇଲ୍‌ ଖୋଲି ଅପରାଧୀଙ୍କୁ ଚିହ୍ନଟ କରି ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। ଅଭିଯୁକ୍ତମାନେ ଲୁଟ୍‌ କାର ବିକ୍ରି କରୁଥିବାବେଳେ ଖଣ୍ଡଗିରି ଅଞ୍ଚଳରେ ଚଢ଼ାଉ କରି ଦୁଇଜଣଙ୍କୁ ଧରିଥିଲା। ତାଙ୍କୁ ପଚରାଉଚରା କରି ଅନ୍ୟ ଦୁଇଜଣଙ୍କୁ ବୌଦ୍ଧ କଣ୍ଟାମାଳରୁ ଗିରଫ କରିଥିଲା। ଏମାନଙ୍କ ନାମରେ ଖଣ୍ଡଗିରି, ଜଟଣୀ, ନୟାପଲ୍ଲୀ ଓ ମଞ୍ଚେଶ୍ୱର ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ କହିଛି।
ମିଳିଲା ଅନେକ ସୁରାକ୍‌, ରିମାଣ୍ଡରେ ଆଣିପାରେ ପୋଲିସ
ସିଆର୍‌ପି ଛକ ନିକଟରେ ରହୁଥିବା ବ୍ୟବସାୟୀ ଶିବ ସୁନ୍ଦରଙ୍କ କାର ଲୁଟ୍‌ ପଛରେ ଏହି ଗ୍ୟାଙ୍ଗ୍‌ର ହାତଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ପୋଲିସ ସେମାନଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେମାନେ ଏନେଇ ମଧ୍ୟ କିଛି ମୁହଁ ଖୋଲି ନାହାନ୍ତି। ତେଣୁ ପୋଲିସ ସେମାନଙ୍କୁ ରିମାଣ୍ଡରେ ଆଣି ଅନ୍ୟ ଲୁଟ୍‌ ଘଟଣାର ପର୍ଦ୍ଦାଫାସ କରିବାକୁ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାଦାନକୁ ବ୍ରତ କରିଥିବା ନିଆରା ମଣିଷ ମହେଶ୍ୱର

ଖଡ଼ିଆଳ,୭ା୯(ସୁଜିତ କୁମାର ପ୍ରଧାନ): ଶିକ୍ଷାଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଜଣେ ନିଆରା ମଣିଷ ହେଉଛନ୍ତି ମହେଶ୍ୱର ରାଉତରାଏ। ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମର ମହେଶ୍ୱର…

ଅମୂଲ୍ୟଙ୍କ ଦୁଃଖ ଶୁଣିଲେ ଜିଲାପାଳ: ବଢ଼ାଇଲେ ସହାୟତାର ହାତ

ଭଞ୍ଜନଗର,୭।୯(ବାବୁଲା ପ୍ରଧାନ): ଅସହାୟଙ୍କ ପାଖରେ ପହଞ୍ଚିଲା ପ୍ରଶାସନ। ମାନବିକତାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି। ଭଞ୍ଜନଗର ଉପଖଣ୍ଡ ସାନକୋଦଣ୍ଡା…

ଦିଗପହଣ୍ଡି NAC କାର୍ଯ୍ୟାଳୟରେ ପିସିସି ସମ୍ପାଦକଙ୍କୁ ସମ୍ବର୍ଦ୍ଧନା, କହିଲେ…

ଦିଗପହଣ୍ଡି,୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ତଥା ନବନିଯୁକ୍ତ ପିସିସି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ପଣ୍ଡାଙ୍କୁ ସୋମବାର ଅପରାହ୍ନରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ…

ଖମ୍ବରେ ଝୁଲୁଛି ମୃତଦେହ: ଅଞ୍ଚଳରେ ବଢୁଛି ଚର୍ଚ୍ଚା

ବରୀ, ୭।୯ (ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ, ରାମଚନ୍ଦ୍ରପୁର ଥାନା ଅଧୀନସ୍ଥ ଗୋଳକୁଣ୍ଡ ପଞ୍ଚାୟତର ମେଣ୍ଢ ନିକଟରେ ଅର୍ଦ୍ଧନିର୍ମିତ ବ୍ରାହ୍ମଣୀ ସେତୁର ଏକ ଖମ୍ବରେ ଝୁଲନ୍ତା…

ସ୍ଥାୟୀ ସେତୁ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ: ଭରା ନଦୀ ଘେରରେ ୧୩୦ ପରିବାର, ୧୭୨୧ ଜୀବନ

ରାଜକନିକା, ୭।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଆଳି ନିର୍ବାଚନମଣ୍ଡଳୀ ଅଧୀନ ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପାଞ୍ଚଳ ଗାଁ ଭାବେ ପରିଚିତ ଗଙ୍ଗାଧର…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ୱ ଅଧିକାରୀ, ଏକକାଳୀନ ୩ସ୍ଥାନରେ ଚଢ଼ାଉ

ପିପିଲି,୭।୯: ଲାଞ୍ଚ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁରୀ ଜିଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri