ରାଜଧାନୀରୁ କାର ଲୁଟ୍‌ ର଼୍ୟାକେଟର ପର୍ଦ୍ଦାଫାଶ : ୩ କାର, ବିପୁଳ ଅଳଙ୍କାର ଜବତ, ୪ ଗିରଫ

ଭୁବନେଶ୍ୱର/ପାତ୍ରପଡା, ୨୮।୬(ବ୍ୟୁରୋ/ଡି.ଏନ୍‌.ଏ.) : ଗତ କିଛି ମାସ ହେବ ରାଜଧାନୀରେ ଲୁଟେରା ଗ୍ୟାଙ୍ଗ୍‌ ସକ୍ରିୟ ହୋଇଉଠିଛି। ବିଶେଷକରି ବାରମ୍ବାର କାର୍‌ ଲୁଟ୍‌ ଘଟଣା ପୋଲିସର ଚିନ୍ତା ବଢ଼ାଇ ଦେଇଛି। ଲୁଟ୍‌ କାରକୁ ବ୍ୟବହାର କରି ଲୁଟ୍‌ ଓ ଅନ୍ୟ ଅପରାଧ କରାଯାଉଥିବା ପୋଲିସ ଜାଣିବା ପରେ ସେମାନଙ୍କୁ ଠାବ କରିବାକୁ କମିଶନରେଟ ପୋଲିସ ତତ୍ପର ହୋଇଉଠିଛି। ଖଣ୍ଡଗିରି ଥାନା ପୋଲିସ ଏକ କାର୍‌ ଲୁଟ୍‌ ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଏକ ଲୁଟେରା ଗ୍ୟାଙ୍ଗ୍‌ ଠାବ କରିବା ସହ ସମ୍ପୃକ୍ତ ୪ଜଣଙ୍କୁ ଖଣ୍ଡଗିରି ଓ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳରୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୋଲିସ ୩ଟି ଲୁଟ୍‌ କାର, ୪ଟି ସୁନା ଚେନ, ୩ହଳ ସୁନା ଚୂଡି, ଦୁଇ ହଳ କାନଫୁଲ ସହ ଗୋଟିଏ ଖେଳନା ବନ୍ଧୁକ ଓ ଏକ ଛୁରୀକୁ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୋନପୁର ଜିଲା ବୋଡିପାଲି ଗ୍ରାମର କୃଷ୍ଣଚନ୍ଦ୍ର ଦାଶ ଓରଫ କ୍ରିଷ୍ଣା, କେନ୍ଦ୍ରାପଡା ଜିଲା ଆଳି ଅଞ୍ଚଳର ଅମରଜିତ ପ୍ରଧାନ ଓରଫ ରକି (୨୪), ରାଜକନିକା ଅଞ୍ଚଳର ମହେଶ୍ୱର ଦଳାଇ(୨୮) ଓ ବୌଦ୍ଧ ଜିଲା ତଳିପଡା ଅଞ୍ଚଳର ପ୍ରଭାତ ସାହୁ(୧୯)। ଏନେଇ ଖଣ୍ଡଗିରି ପୋଲିସ କେସ୍‌ ନଂ.୩୩୦/୧୯ରେ ଦଫା ୩୯୪ ଲଗାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।

ଖେଳଣା ବନ୍ଧୁକରେ କରୁଥିଲେ ଲୁଟ୍‌
ଅଭିଯୁକ୍ତମାନେ ବିଳମ୍ବିତ ରାତିରେ ଜାତୀୟ ରାଜପଥ, ସହରର ଅନ୍ୟ ରାସ୍ତାର ନିଛାଟିଆ ସ୍ଥାନରେ ଛକି ରହୁଥିଲେ। କୌଣସି କାର ସେହିବାଟ ଦେଇ ଗଲାବେଳେ ରାସ୍ତା ମଝିରେ ବାଇକ୍‌ ରଖି ଅଟକାଉଥିଲେ। ପରେ ଡ୍ରାଇଭର ମୁଣ୍ଡରେ ଖେଳନା ବନ୍ଧୁକ ଲଗାଇ କାର ଚାବି ହାତଉଥିଲେ। ପରେ ଡ୍ରାଇଭରଙ୍କୁ ବାହାରକୁ ଟାଣିଆଣି କାର୍‌ ଲୁଟି ନେଉଥିଲେ। ମେ’ ୧୦ରେ ଖୋର୍ଦ୍ଧା ଜିଲାପାଳଙ୍କ ଅଫିସ ନିକଟରୁ ଏକ ବୋଲେରୋ, ଜୁନ୍‌ ୨୦ରେ ଖଣ୍ଡଗିରି ଆମ୍ରି ହସ୍ପିଟାଲ ଓ ଜୁନ୍‌ ୧ରେ ପିତାପଲ୍ଲୀ ନିକଟରୁ କାର ଲୁଟ କରିଥିଲେ।
ଦିନରେ ଅଳଙ୍କାର, ରାତିରେ କାର୍‌ ଲୁଟ୍‌
ଏହି ଗ୍ୟାଙ୍ଗ୍‌ ରାତିରେ କାର୍‌ ଓ ଦିନରେ ଅଳଙ୍କାର ଲୁଟୁଥିଲେ। ଦିନରେ ବାଇକରେ ଆସି ମହିଳାଙ୍କୁ ଛୁରି ଓ ବନ୍ଧୁକ ଦେଖାଇ ପିନ୍ଧିଥିବା ସୁନା ଅଳଙ୍କାର ଝାମ୍ପି ନେଉଥିଲେ। ନିକଟରେ ଅବଦୁଲ କାଲାମ ସ୍କୁଲ ନିକଟରେ କାରରେ ଯାଉଥିବା ଏକ ପରିବାର ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ସୁନାଗହଣା ଲୁଟି ନେଇଥିଲେ। ସେହିଭଳି ରାତିରେ କାର୍‌ ଲୁଟ୍‌ ପରେ ତୁରନ୍ତ ନମ୍ବର ପ୍ଲେଟକୁ ବଦଳାଉଥିଲେ। କିଛିଦିନ ନିର୍ଦ୍ଦିଷ୍ଟ ସ୍ଥାନରେ ଲୁଚାଇବା ପରେ ଲୁଟ୍‌ରେ ବ୍ୟବହାର କରୁଥିଲେ। ପରେ ସମୟ ଦେଖି ୭୦ହଜାରରୁ ୧ ଲକ୍ଷ ଟଙ୍କା ମଧ୍ୟରେ ବିକ୍ରି କରୁଥିଲେ। ଲୁଟ କାରକୁ ସେମାନେ ସହରବାହାରେ ବିକ୍ରି କରୁଥିଲେ।
କେମିତି ଧରା ପଡ଼ିଲେ ଅଭିଯୁକ୍ତ
ରାଜଧାନୀରୁ ଲଗାତାର କାର୍‌ ଚୋରି ପରେ ପୋଲିସର ଚେତା ପଶିଥିଲା। ଆମ୍ରି ହସ୍ପିଟାଲ ନିକଟରେ ଅଜୟ କୁମାର ସାହୁ ତାଙ୍କ ମାରୁତି କାର (ଓଡି-୧୯ଏମ୍‌-୦୦୭୮)ରେ ଯାଉଥିବାବେଳେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର, ଅମରଜିତ ଓ ମହେଶ୍ୱର ପଲସରରେ ଆସି ତାଙ୍କ କାର ଆଗରେ ବାଇକକୁ ରଖି ଅଟକାଇଥିଲେ। ଅଜୟଙ୍କୁ ବନ୍ଧୁକ ଦେଖାଇ ନିସ୍ତୁକ ମାଡ଼ମାରି ତାଙ୍କ କାର ଲୁଟିନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ଖଣ୍ଡଗିରି ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୁରୁଣା ଫାଇଲ୍‌ ଖୋଲି ଅପରାଧୀଙ୍କୁ ଚିହ୍ନଟ କରି ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। ଅଭିଯୁକ୍ତମାନେ ଲୁଟ୍‌ କାର ବିକ୍ରି କରୁଥିବାବେଳେ ଖଣ୍ଡଗିରି ଅଞ୍ଚଳରେ ଚଢ଼ାଉ କରି ଦୁଇଜଣଙ୍କୁ ଧରିଥିଲା। ତାଙ୍କୁ ପଚରାଉଚରା କରି ଅନ୍ୟ ଦୁଇଜଣଙ୍କୁ ବୌଦ୍ଧ କଣ୍ଟାମାଳରୁ ଗିରଫ କରିଥିଲା। ଏମାନଙ୍କ ନାମରେ ଖଣ୍ଡଗିରି, ଜଟଣୀ, ନୟାପଲ୍ଲୀ ଓ ମଞ୍ଚେଶ୍ୱର ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ କହିଛି।
ମିଳିଲା ଅନେକ ସୁରାକ୍‌, ରିମାଣ୍ଡରେ ଆଣିପାରେ ପୋଲିସ
ସିଆର୍‌ପି ଛକ ନିକଟରେ ରହୁଥିବା ବ୍ୟବସାୟୀ ଶିବ ସୁନ୍ଦରଙ୍କ କାର ଲୁଟ୍‌ ପଛରେ ଏହି ଗ୍ୟାଙ୍ଗ୍‌ର ହାତଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ପୋଲିସ ସେମାନଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେମାନେ ଏନେଇ ମଧ୍ୟ କିଛି ମୁହଁ ଖୋଲି ନାହାନ୍ତି। ତେଣୁ ପୋଲିସ ସେମାନଙ୍କୁ ରିମାଣ୍ଡରେ ଆଣି ଅନ୍ୟ ଲୁଟ୍‌ ଘଟଣାର ପର୍ଦ୍ଦାଫାସ କରିବାକୁ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?