ରାଜଧାନୀ ଏକ୍ସପ୍ରେସ୍‌ରେ ପ୍ରଦର୍ଶିତ ହେବ କଳା, ସଂସ୍କୃତି

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରାଜଧାନୀ ଏକ୍ସପ୍ରେସ୍‌ରେ ସ୍ଥାନ ପାଇବ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ। ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ବହିର୍ବିଭାଗରେ ଉଚ୍ଚ ମାନର ଭିନାଇଲ ବ୍ୟବହାର କରାଯାଇ ଓଡ଼ିଶାର ସୌନ୍ଦର୍ଯ୍ୟକୁ ପ୍ରଦର୍ଶିତ କରାଯିବ। ରାଜଧାନୀ ଏକ୍ସପ୍ରେସର ୩ଟି ଯାକ ରେକ୍‌ରେ ନାଲ୍‌କୋ ପକ୍ଷରୁ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ଓଡ଼ିଶାର ନୃତ୍ୟଶୈଳୀ, ପ୍ରାଚୀନ କୀର୍ତ୍ତିରାଜି, ଜଙ୍ଗଲ ପରିବେଶ ଓ ଜୀବଜନ୍ତୁଙ୍କୁ ନେଇ ଡିଜାଇନ ପ୍ରସ୍ତୁତ କରାଯାଇଛି। ଏହି ଡିଜାଇନ୍‌ ଟ୍ରେନ୍‌ର ଝରକା ଗ୍ଲାସ୍‌ର ମଝି ସ୍ଥାନରେ ଲଗାଯିବ। ଉପରେ ଓ ତଳେ ଦୁଇଟି ଷ୍ଟ୍ରିପ୍‌ରେ ପାରମ୍ପରିକ ପଟ୍ଟଚିତ୍ରର ଛବି ସ୍ଥାନ ପାଇବ। ଏନେଇ ପୂର୍ବତଟ ରେଳପଥ ଓ ନାଲ୍‌କୋ ମଧ୍ୟରେ ଏକ ଚୁକ୍ତି କରାଯାଇଛି। ଖୋର୍ଦ୍ଧା ରୋଡ୍‌ ରେଳ ଡିଭିଜନର ବରିଷ୍ଠ ମଣ୍ଡଳ ବାଣିଜି୍ୟକ ପ୍ରବନ୍ଧକ ପି.କେ. ସାମଲ ଓ ନାଲକୋ ଉପମହାପ୍ରବନ୍ଧକ ଲଲାଟେନ୍ଦୁ ଦାସ ଚୁକ୍ତି ସ୍ବାକ୍ଷର କରିଛନ୍ତି।
ପୂର୍ବତଟ ରେଳପଥ ଅଧୀନରେ ରାଜଧାନୀ ଏକ୍ସପ୍ରେସର ୩ଟି ରେକ୍‌ ରହିଛି। ପ୍ରତି ରେକ୍‌ରେ ୧୫ ଲେଖାଏ କୋଚ୍‌ ରହିଛି। ରେକ୍‌ ପିଛା ୧ କୋଟି ଟଙ୍କା ହିସାବରେ ମୋଟ ୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରହିଛି। ନାଲ୍‌କୋ ଏ ବାବଦ ଟଙ୍କା ପୂର୍ବତଟ ରେଳପଥକୁ ଦେବ। ଛବିଗୁଡିକ ସହ କୋଚ୍‌ରେ ନାଲ୍‌କୋର ଡିଜାଇନ ଓ ଲୋଗୋ ମଧ୍ୟ ରହିବ। ଏଥିପାଇଁ ନାମୀ ସଂସ୍ଥାକୁ କାର୍ଯ୍ୟ ଦିଆଯାଇଛି। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ୧ମାସ ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହ ପର୍ଯ୍ୟଟନ ବିକାଶକୁ ଆହୁରି ତ୍ୱରାନ୍ବିତ କରିବା ଦିଗରେ ପ୍ରମୁଖ ଭୂମିକା ନେବ ବୋଲି ପୂର୍ବତଟ ରେଳପଥର ପ୍ରମୁଖ ବାଣିଜି୍ୟକ ପ୍ରବନ୍ଧକ ଅଜୟ ବେହେରା କହିଛନ୍ତି।
ଚୁକ୍ତି ସ୍ବାକ୍ଷର ସମୟରେ ନାଲ୍‌କୋ ଚେୟାରମ୍ୟାନ ଡ. ତପନ କୁମାର ଚାନ୍ଦ, ନିର୍ଦ୍ଦେଶକ(ପ୍ରଡକ୍ସନ) ଭି.ବାଲ୍‌ସୁବ୍ରମଣ୍ୟମ, ନିର୍ଦ୍ଦେଶକ (ଏଚ୍‌ଆର) ବସନ୍ତ କୁମାର ଠାକୁର, ନିର୍ଦ୍ଦେଶକ (ପି ଆଣ୍ଡ୍‌ ଟି) ସଞ୍ଜୀବ କୁମାର ରାୟ, ନିର୍ଦ୍ଦେଶକ(ବାଣିଜ୍ୟ) ପ୍ରଦୀପ କୁମାର ମିଶ୍ର, ମୁଖ୍ୟ ସତର୍କତା ଅଧିକାରୀ ସୋମନାଥ ହାଁସଦା, ପୂର୍ବତଟ ରେଳପଥର ମୁଖ୍ୟ ବାଣିଜି୍ୟକ ପ୍ରବନ୍ଧକ(ପାସେଞ୍ଜର ମାର୍କେଟିଂ) ଏମ.ଏଲ୍‌. ଆଶିଷ ରାଓ, ଉପମୁଖ୍ୟ ବାଣିଜି୍ୟକ ପ୍ରବନ୍ଧକ ଜେ.ଏଲ. ଜେନା ଓ ବରିଷ୍ଠ କୋଚିଂ ଡିପୋ ଅଧିକାରୀ ସାକ୍ୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଅଂଶୁଘାତ ସନ୍ଦେହ, : ବନ୍ୟ ପ୍ରାଣୀ ଖାଉଥିବା ଦେଖି…

ଆନନ୍ଦପୁର/ହାଟଡିହୀ, ୨୨।୫ (ସୁଶାନ୍ତ କୁମାର ସାହୁ / ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରେ ଗତ ଗୁରୁବାରଠାରୁ ନିଖୋଜ ଥିବା ଗଙ୍ଗାଧର…

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

ଆନ୍ତଃ ଜିଲା ପେନ୍‌ସନ ଅଦାଲତ ଉଦ୍‌ଘାଟିତ ୬୯୨ ପେନ୍‌ସନ, ଭବିଷ୍ୟନିଧି ଅଭିଯୋଗର ଶୁଣାଣି

କୋରାପୁଟ,୨୨ା୫(ଅମିତାଭ ବେହେରା)-କୋରାପୁଟ ସଦ୍‌ଭାବନା ଗୃହରେ ୨ଦିନିଆ ଆନ୍ତଃ ଜିଲା ପେନ୍‌ସନ ଅଦାଲତ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନ୍‌ସନ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ବକେୟା…

କଳାବୈଶାଖୀର ତାଣ୍ଡବ: ଦାରିଙ୍ଗବାଡିରେ ଉପୁଡିଲା ବଡ଼ ବଡ଼ ଗଛ, ଭାଙ୍ଗିଲା ଘର

ଦାରିଙ୍ଗବାଡି, ୨୨।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏକାଧିକ ସ୍ଥାନରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଗୋପାଳପୁରରୁ ରାଇପୁରକୁ ସଂଯୋଗ…

ଗାଈଗୋଠରେ ବଜ୍ରାଘାତ, ଆଉ ତା’ପରେ…

ଗୁଣୁପୁର,୨୨।୫(ସୁଜାତା ପାଢ଼ୀ): କାଳବୈଶାଖୀ ପ୍ରଭାବରେ ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ଶୁକ୍ରବାର ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଛି। ସେତିକିବେଳେ ଗୁଣପୁର ଓଭର ବ୍ରିଜ କୃଷି ବିଭାଗ…

ବଦଳିଲା OTET ପରୀକ୍ଷା ତାରିଖ: ଜୁନ୍ ୨୧ ପରିବର୍ତ୍ତେ ଏହି ତାରିଖରେ ହେବ ପରୀକ୍ଷା, ଜାଣନ୍ତୁ କେବେ…

କଟକ,୨୨।୫:  ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା OTET ପରୀକ୍ଷା…

ଜିଲା ଆଇନ ସେବା ପ୍ରାଧିକରଣ: ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ କାର୍ଯ୍ୟକ୍ରମ

ଛତ୍ରପୁର,୨୨ା୫ (ଦିଲ୍ଲୀପ ସାମଲ): ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଛତ୍ରପୁର ସ୍ଥିତ ବିଜ୍ଞାନ…

ଆହୁରି ଗାଡ଼ି ସଂଖ୍ୟା କମାଇଲେ ମୁଖ୍ୟମନ୍ତ୍ରୀ,ଏଣିକି ୭ ବଦଳରେ…

ଭୁବନେଶ୍ୱର,୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁଣି ଏକ ବଡ଼ ଏବଂ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ନିଜ କାର୍‌କେଡ୍‌ (କାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri