ରାଜଘାଟକୁ ଷ୍ଟେଶନ ମାନ୍ୟତା ଦାବି: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଡେଭଲପମେଣ୍ଟ କମିଟି କର୍ମକର୍ତ୍ତା

ରୂପ୍‌ସା,୧୨।୮(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରାଜଘାଟ ପାସେଞ୍ଜର ହଲ୍ଟକୁ ଷ୍ଟେଶନ ମାନ୍ୟତା ମିଳୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏଥିସହ ଷ୍ଟେଶନର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଏଯାବତ୍‌ ରେଳ ମନ୍ତ୍ରଣାଳୟ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ରାଜଘାଟ ଷ୍ଟେଶନ ଡେଭେଲପମେଣ୍ଟ କମିଟି ସଭାପତି ଦୀପ୍ତିମାନ ପତି, କର୍ମକର୍ତ୍ତା ଜଗବନ୍ଧୁ ସିଂ, ଝାଡ଼େଶ୍ୱର ପ୍ରଧାନ, ପ୍ରଶାନ୍ତ ପରିଡ଼ା, ପ୍ରତାପ କୁମାର ଜେନା ଓ ଗୋବର୍ଦ୍ଧନ ଜେନା ପ୍ରମୁଖ ସୋମବାର ବାଲେଶ୍ୱର ସର୍କିଟ୍‌ ହାଉସ୍‌ରେ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ସମସ୍ୟାର ସମାଧାନ ଦିଗରେ ବିଭାଗୀୟ ପଦକ୍ଷେପ ଜରୁରୀ ବୋଲି ସେ ଦାବି କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା ପରେ ରାଜଘାଟ ରେଳଷ୍ଟେଶନର ସାମଗ୍ରିକ ବିକାଶ ଦିଗରେ ବିଭାଗୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଷଡ଼ଙ୍ଗୀ ପ୍ରତିଶ୍ରୁତି ଦେଇଥିଲେ।
ଗମନାଗମନ କ୍ଷେତ୍ରରେ ଏହି ପାସେଞ୍ଜର ହଲ୍ଟ ଗୁରୁତ୍ୱ ବହନ କରିଆସୁଛି। ଏହାକୁ ସମ୍ପୂର୍ଣ୍ଣ ଷ୍ଟେଶନ ମାନ୍ୟତା ପ୍ରଦାନ, ଜଗନ୍ନାଥ, ଉତ୍କଳ ଓ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ର ରହଣି, ରିଜର୍ଭେଶନ କାଉଣ୍ଟର ଖୋଲାଯିବା, ସାଲିମାର-ବାରିପଦା-ଶିମିଳିପାଳ ଏକ୍ସପ୍ରେସ ରହଣି, ଅଧିକ ଲୋକାଲ ଟ୍ରେନ୍‌ ଚଳାଚଳ, ଫୁଟ ଓଭରବ୍ରିଜ୍‌ ନିର୍ମାଣ ପାଇଁ ୨୦୧୮ ଅକ୍ଟୋବର ୩୦ ତାରିଖରେ ରେଳପଥ ଜିଏମ୍‌, ଡିଆରଏମ୍‌, ତତ୍କାଳୀନ ଏମ୍‌ପି, ବିଧାୟକ ଓ ଜିଲାପାଳ ପ୍ରମୁଖଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା। ପ୍ରତିବାଦରେ ନଭେମ୍ବର ୧୯ ତାରିଖରେ ୧୨ଘଣ୍ଟିଆ ରେଳରୋକୋ ଆନ୍ଦୋଳନ ଡାକରା ଦିଆଯାଇଥିଲା। ମାତ୍ର ନଭେମ୍ବର ୧୫ତାରିଖରେ ଜିଲାପାଳଙ୍କ ଚାମ୍ବରରେ ତ୍ରିପାକ୍ଷିକ ଆଲୋଚନା ପରେ ରେଳରୋକୋ ସ୍ଥଗିତ ରଖାଯାଇଥିଲା। ରେଳ ବିଭାଗ ଅଧିକାରୀ ଦାବି ପୂରଣ ଦିଗରେ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଭୌଗୋଳିକ ଦୃଷ୍ଟି କୋଣରୁ ଏହି ପାସେଞ୍ଜର ହଲ୍ଟରେ ପ୍ଲାଟଫର୍ମ ପ୍ରାୟ ୧୫ଫୁଟ୍‌ ଉଚ୍ଚରେ ରହିଛି। ପ୍ରତିମାସ ପ୍ରାୟ ୪ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହେଉଥିଲେ ବି ଯାତ୍ରୀଙ୍କ ସୁବିଧା ଲାଗି ବିଭାଗୀୟ କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ବଲାଙ୍ଗୀରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ, ୫ ଲକ୍ଷ ୨ ହଜାର ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର…

ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଦିଗପହଣ୍ଡି ପୁଅ, ଛୁଟୁଛି ଶୁଭେତ୍ସାର ସୁଅ

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର ଯୋଗେନ୍ଦ୍ର ସେଠୀ ଜାତୀୟ ସ୍ତରୀୟ ସନ୍ତରଣ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri