ରାଜଘାଟକୁ ଷ୍ଟେଶନ ମାନ୍ୟତା ଦାବି: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଡେଭଲପମେଣ୍ଟ କମିଟି କର୍ମକର୍ତ୍ତା

ରୂପ୍‌ସା,୧୨।୮(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରାଜଘାଟ ପାସେଞ୍ଜର ହଲ୍ଟକୁ ଷ୍ଟେଶନ ମାନ୍ୟତା ମିଳୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏଥିସହ ଷ୍ଟେଶନର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଏଯାବତ୍‌ ରେଳ ମନ୍ତ୍ରଣାଳୟ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ରାଜଘାଟ ଷ୍ଟେଶନ ଡେଭେଲପମେଣ୍ଟ କମିଟି ସଭାପତି ଦୀପ୍ତିମାନ ପତି, କର୍ମକର୍ତ୍ତା ଜଗବନ୍ଧୁ ସିଂ, ଝାଡ଼େଶ୍ୱର ପ୍ରଧାନ, ପ୍ରଶାନ୍ତ ପରିଡ଼ା, ପ୍ରତାପ କୁମାର ଜେନା ଓ ଗୋବର୍ଦ୍ଧନ ଜେନା ପ୍ରମୁଖ ସୋମବାର ବାଲେଶ୍ୱର ସର୍କିଟ୍‌ ହାଉସ୍‌ରେ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ସମସ୍ୟାର ସମାଧାନ ଦିଗରେ ବିଭାଗୀୟ ପଦକ୍ଷେପ ଜରୁରୀ ବୋଲି ସେ ଦାବି କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା ପରେ ରାଜଘାଟ ରେଳଷ୍ଟେଶନର ସାମଗ୍ରିକ ବିକାଶ ଦିଗରେ ବିଭାଗୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଷଡ଼ଙ୍ଗୀ ପ୍ରତିଶ୍ରୁତି ଦେଇଥିଲେ।
ଗମନାଗମନ କ୍ଷେତ୍ରରେ ଏହି ପାସେଞ୍ଜର ହଲ୍ଟ ଗୁରୁତ୍ୱ ବହନ କରିଆସୁଛି। ଏହାକୁ ସମ୍ପୂର୍ଣ୍ଣ ଷ୍ଟେଶନ ମାନ୍ୟତା ପ୍ରଦାନ, ଜଗନ୍ନାଥ, ଉତ୍କଳ ଓ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ର ରହଣି, ରିଜର୍ଭେଶନ କାଉଣ୍ଟର ଖୋଲାଯିବା, ସାଲିମାର-ବାରିପଦା-ଶିମିଳିପାଳ ଏକ୍ସପ୍ରେସ ରହଣି, ଅଧିକ ଲୋକାଲ ଟ୍ରେନ୍‌ ଚଳାଚଳ, ଫୁଟ ଓଭରବ୍ରିଜ୍‌ ନିର୍ମାଣ ପାଇଁ ୨୦୧୮ ଅକ୍ଟୋବର ୩୦ ତାରିଖରେ ରେଳପଥ ଜିଏମ୍‌, ଡିଆରଏମ୍‌, ତତ୍କାଳୀନ ଏମ୍‌ପି, ବିଧାୟକ ଓ ଜିଲାପାଳ ପ୍ରମୁଖଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା। ପ୍ରତିବାଦରେ ନଭେମ୍ବର ୧୯ ତାରିଖରେ ୧୨ଘଣ୍ଟିଆ ରେଳରୋକୋ ଆନ୍ଦୋଳନ ଡାକରା ଦିଆଯାଇଥିଲା। ମାତ୍ର ନଭେମ୍ବର ୧୫ତାରିଖରେ ଜିଲାପାଳଙ୍କ ଚାମ୍ବରରେ ତ୍ରିପାକ୍ଷିକ ଆଲୋଚନା ପରେ ରେଳରୋକୋ ସ୍ଥଗିତ ରଖାଯାଇଥିଲା। ରେଳ ବିଭାଗ ଅଧିକାରୀ ଦାବି ପୂରଣ ଦିଗରେ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଭୌଗୋଳିକ ଦୃଷ୍ଟି କୋଣରୁ ଏହି ପାସେଞ୍ଜର ହଲ୍ଟରେ ପ୍ଲାଟଫର୍ମ ପ୍ରାୟ ୧୫ଫୁଟ୍‌ ଉଚ୍ଚରେ ରହିଛି। ପ୍ରତିମାସ ପ୍ରାୟ ୪ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହେଉଥିଲେ ବି ଯାତ୍ରୀଙ୍କ ସୁବିଧା ଲାଗି ବିଭାଗୀୟ କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

କୋରାପୁଟ/ନାରାୟଣପାଟଣା,୨୦ା୪(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକର ଡିମିଟିଗୁଡ଼ାରେ ଶନିବାର ଅପରାହ୍ନରେ ବଜ୍ରପାତ ଘଟି ଗ୍ରାମର ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି।...

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri