Posted inଖେଳ

ରାଓ୍ବଲପିଣ୍ଡି ଟେଷ୍ଟରେ ବର୍ଷା ବାଧା

ରାଓ୍ବଲପିଣ୍ଡି, ୧୨।୧୨: ଦଶନ୍ଧିପରେ ପାକିସ୍ତାନକୁ ଫେରିଥିବା ଟେଷ୍ଟ କ୍ରିକେଟ ବର୍ଷାଦ୍ୱାରା ବାଧାପ୍ରାପ୍ତ ହୋଇଛି। ପ୍ରଥମ ଦିବସରେ ୬୮.୧ ଓଭର ଖେଳ ହୋଇଥିବାବେଳେ ଗୁରୁବାର ଦ୍ୱିତୀୟ ଦିବସରେ ମାତ୍ର ୧୮.୨ ଓଭର ଖେଳ ସମ୍ଭବ ହୋଇଛି। ଦ୍ୱିତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୬ ଉଇକେଟ ହରାଇ ୨୬୩ ରନ ସଂଗ୍ରହ କରିଛି।
ବୁଧବାର ପ୍ରଥମ ଦିବସ ଶେଷ ବେଳକୁ ଶ୍ରୀଲଙ୍କା ୫ ଉଇକେଟ ହରାଇ ୨୦୨ ରନ କରିଥିଲା। ଅର୍ଥାତ୍‌ ଦ୍ୱିତୀୟ ଦିବସରେ ଦଳ ଆଉ ୬୧ ରନ ଯୋଗ କରି ଗୋଟିଏ ଉଇକେଟ ହରାଇଛି। ପୂର୍ବଦିନ ୧୧ ରନରେ ଅପରାଜିତ ଥିବା ନିରୋଶାନ ଡିକ୍‌ଓ୍ବେଲା ଦ୍ୱିତୀୟ ଦିବସରେ ଆଉ ୨୨ ରନ ଯୋଗକରି ଆଉଟ ହୋଇଛନ୍ତି। ସେ ୬୩ ବଲ୍‌ରୁ ୪ ଚୌକା ସହାୟତାରେ ୩୩ ରନ କରିଥିବାବେଳେ ଶାହିନ ଆଫ୍ରିଦୀଙ୍କ ବଲ୍‌ରେ ବାବର ଆଜମ୍‌ଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଛନ୍ତି। ଡିକ୍‌ଓ୍ବେଲା ଆଉଟ ହେବାପରେ ଆଉ ମାତ୍ର ୨ ଓଭର ଖେଳ ସମ୍ଭବ ହୋଇଥିଲା। ସେତେବେଳକୁ ଧନଞ୍ଜୟ ଡି’ସିଲ୍‌ଭା କ୍ୟାରିୟରର ୬ଷ୍ଠ ଅର୍ଦ୍ଧଶତକ ହାସଲ କରି ଅପରାଜିତ ରହିଥିଲେ। ବର୍ଷା ଯୋଗୁ ଖେଳ ବନ୍ଦ ରହିବା ବେଳକୁ ଧନଞ୍ଜୟ ୭୨(୧୩୧ ବଲ, ୭ ଚୌକା) ଓ ଦିଲରୁଓ୍ବାନ ପେରେରା ୨ ରନ କରିଥିଲେ।
ଶ୍ରୀଲଙ୍କା ପ୍ରଥମ ଇନିଂସ: ୨୬୩/୬(ଧନଞ୍ଜୟ-୭୨*, ଦିମୁଥ କରୁଣାରନେତ୍-୫୯, ଓଶାଡା ଫର୍ନାଣ୍ଡୋ-୪୦, ଡିକ୍‌ଓ୍ବେଲା-୩୩, ଆଞ୍ଜେଲୋ ମାଥ୍ୟୁସ-୩୧, ଶାହିନ ଆଫ୍ରିଦୀ-୨/୪୭, ନସିମ ଶାହ-୨/୭୫, ଉସମାନ ଶିନ୍‌ଓ୍ବାରି-୧/୫୪, ମହମ୍ମଦ ଆବାସ-୧/୫୬)।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri