ରସୁଲଗଡ଼ ଓଭରବ୍ରିଜ୍‌ରେ ଝୁଲିଥିଲା କଂକ୍ରିଟ୍‌ ଖଣ୍ଡ

ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ରସୁଲଗଡ଼ ଓଭରବ୍ରିଜ୍‌ରେ ଝୁଲି ରହିଥିଲା ବଡ଼ କଂକ୍ରିଟ୍‌ ଖଣ୍ଡ। ତଳେ ଯାତାୟାତ ଚାଲିଥିବାବେଳେ ମୁଣ୍ଡ ଉପରେ ଚାହିଁ ରହିଥିଲା ବଡ଼ ବିପଦ। ନା ଥିଲା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନଜର, ନା ତଦାରଖ ଦାୟିତ୍ୱରେ ଥିବା ଅଧିକାରୀଙ୍କର। ଆନ୍ଧ୍ର ବ୍ୟାଙ୍କ ଏଟିଏମ୍‌ ସମ୍ମୁଖ ଓଭରବ୍ରିଜ୍‌ ପାର୍ଶ୍ୱରେ ୫୦ କେଜିରୁ ଅଧିକ ଓଜନର କଂକ୍ରିଟ ଖଣ୍ଡ ଝୁଲି ରହିଥିବା ଜଣାପଡ଼ିବା ପରେ ଆତଙ୍କ ଖେଳିଯାଇଥିଲା। ତୁରନ୍ତ ତଳେ ଯାଉଥିବା ଗାଡ଼ିମୋଟର ଓ ଲୋକଙ୍କୁ ବାରଣ କରାଯାଇଥିଲା। ଉକ୍ତ କଂକ୍ରିଟ ଖଣ୍ଡକୁ କଢ଼ାଯାଇ ସେଠାରେ ଆବଶ୍ୟକ ମରାମତି ହୋଇଥିଲା। ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଗଲା। ଏହି ଘଟଣାକୁ ନେଇ ସେଠାରେ କିଛି ସମୟ ଚାପା ଉତ୍ତେଜନା ଦେଖିବାକୁ ମିିଳିଥିଲା।
ମିଳିଥିବା ସୂଚନାନୁସାରେ, ବୁଧବାର ଜଣେ ଲୋକ ଏଟିଏମ୍‌କୁ ଟଙ୍କା ଉଠାଇବାକୁ ଆସିଥିବାବେଳେ ସମ୍ମୁଖ ଓଭରବ୍ରିଜ୍‌ ଉପରେ ଏକ ବଡ଼ କଂକ୍ରିଟ୍‌ ଖଣ୍ଡ ବିପଦସଙ୍କୁଳ ଅବସ୍ଥାରେ ଝୁଲୁଥିବା ଦେଖିଥିଲେ। ସେ ତୁରନ୍ତ ୧୦୦ ନମ୍ବରକୁ ଫୋନ୍‌ କରି ଜଣାଇବା ସହ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଅଧିକାରୀଙ୍କ ନମ୍ବର ଆଣି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। କିଛି ସମୟ ପରେ ମଞ୍ଚେଶ୍ୱର ଥାନା ପୋଲିସ ସେଠାରେ ପହଞ୍ଚତ୍ କଂକ୍ରିଟ୍‌ ଝୁଲୁଥିବା ଓଭରବ୍ରିଜ୍‌ର ତଳ ଅଞ୍ଚଳକୁ କର୍ଡନ କରି ଗାଡ଼ିମୋଟର ଚଳାଚଳରେ କଟକଣା ଲଗାଇଥିଲା। ପରେ ଏନ୍‌ଏଚ୍‌ଏଆଇ ଅଧିକାରୀ ଓ କର୍ମଚାରୀ ପହଞ୍ଚତ୍ ସ୍ଥିତି ଯାଞ୍ଚ କରିଥିଲେ। ସେପଟେ ଓଭରବ୍ରିଜ୍‌ ଉପରେ ବହୁ ଭାରିଯାନ ଚଳାଚଳ କରୁଥିବାରୁ ସମସ୍ତେ ଆଶଙ୍କା ଓ ଭୟଭୀତ ଅବସ୍ଥାରେ ଥିଲେ। ମ୍ୟାନ୍‌ ଲିଫ୍ଟ ସହାୟତାରେ କର୍ମଚାରୀମାନେ ତଳପଟୁ ସେଣି ଓ ହାତୁଡ଼ିରେ ଉକ୍ତ କଂକ୍ରିଟ ଖଣ୍ଡକୁ ଛୋଟ ଛୋଟ କରି ଭାଙ୍ଗି ଖସାଇଥିଲେ। ଅନ୍ୟ ଅଂଶକୁ ଯାଞ୍ଚ କରି ଉକ୍ତ ସ୍ଥାନରେ ନୂଆ କଂକ୍ରିଟ ପ୍ୟାକିଂ ଦିଆଯାଇ ମରାମତି କରାଯାଇଥିଲା।
ଘଟଣା ସମ୍ପର୍କରେ ଏନ୍‌ଏଚ୍‌ଏଆଇର ଭୁବନେଶ୍ୱର ସେକ୍ଟର ମ୍ୟାନେଜର ପଙ୍କଜ ସିଙ୍ଘଲ କହିଛନ୍ତି, ସେମିତି କିଛି ଘଟଣା ଘଟିନାହିଁ। ଏହା ବ୍ରିଜ୍‌ର ଅଂଶ ବି ନୁହେଁ। ପାଣି ନ ଗଳିବା ପାଇଁ ଦୁଇ ସ୍ଲାବ୍‌ ମଝିରେ ଉକ୍ତ କଂକ୍ରିଟ ଖଣ୍ଡ ଦିଆଯାଇଥିଲା। ବ୍ରିଜ୍‌ ଉପରେ ଗାଡ଼ିମୋଟର ଚଳାଚଳ ଯୋଗୁ ଭାଇବ୍ରେଶନ ହୋଇ ତାହା ଏପରି ଅବସ୍ଥାରେ ଥିଲା। ତାହାକୁ କଢ଼ାଯାଇ ପୁଣି ଥରେ ଉକ୍ତ ସ୍ଥାନକୁ ମରାମତି କରାଯାଇସାରିଛି। ଆଗକୁ ଆଉକିଛି ବିପଦ ନାହିଁ। ଲୋକେ ଭୟଭୀତ ହୁଅନ୍ତୁ ନାହିଁ ବୋଲି ସେ କହିଛନ୍ତି।

ପୂର୍ବରୁ ଖସିଥିଲା କଂକ୍ରିଟ, ଉଠିଲାଣି ଗଛ
ରସୁଲଗଡ଼ ସମେତ ଜାତୀୟ ରାଜପଥରେ ଥିବା ଓଭରବ୍ରିଜ୍‌ ନିର୍ମାଣକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଉଠୁଥିବାବେଳେ ଆବଶ୍ୟକ ରକ୍ଷଣାବେକ୍ଷଣ ନିଆଯାଉ ନ ଥିବା ମଧ୍ୟ ଜଣାପଡିଛି। ବ୍ରିଜ୍‌ରୁ କେତେବେଳେ କଂକ୍ରିଟ ଖସିଲାଣି ତ ଆଉ କେତେବେଳେ ଆପ୍ରୋଚ୍‌ ରୋଡ୍‌ ଦବୁଥିବା ନଜିର ରହିଛି। ୨୦୧୮ ଜାନୁୟାରୀ ୧୦ ବିଳମ୍ବିତ ରାତିରେ ରସୁଲଗଡ଼ ଓଭରବ୍ରିଜରୁ ଏକାଧିକ ବଡ଼ କଂକ୍ରିଟ ଖଣ୍ଡ ଖସିଥିଲା। ସେତେବେଳେ ସୌଭାଗ୍ୟବଶତଃ କୌଣସି ଗାଡିମୋଟର କିମ୍ବା ଲୋକଙ୍କ ଯାତାୟାତ ନ ଥିବାରୁ ବଡ଼ ବିପଦ ଟଳିଯାଇଥିଲା। ଅନ୍ୟପକ୍ଷରେ ଅଧିକାଂଶ ବ୍ରିଜ୍‌ରେ ବର ଓ ଅନ୍ୟ ଛୋଟବଡ଼ ଗଛ ଉଠି ବର୍ଷ ବର୍ଷ ଧରି ସେମିତି ରହିଥିବା ଦେଖିବାକୁ ମିଳୁଛି। ଗଛର ଚେର ବ୍ରିଜ୍‌ ପାଇଁ କ୍ଷତି ପହଞ୍ଚାଉଥିଲେ ମଧ୍ୟ ଏନ୍‌ଏଚ୍‌ଏଆଇ ଅଧିକାରୀମାନେ କାହିଁକି ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି, ଜୀବନ ଯିବା ପରେ କ’ଣ ନିଦ ଭାଙ୍ଗିବ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

ଏହି ୨ ବିଧାୟକଙ୍କ ଟିକେଟ୍‌ କାଟିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଜେଡି ପକ୍ଷରୁ ଶନିବାର ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ୨ ବିଧାୟକଙ୍କ ଟିକେଟ କଟିଥିବା ଦେଖାଯାଇଛି। ଖୋର୍ଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri