ରପ୍ତାନି କଟକଣା ସତ୍ତ୍ୱେ ଶୀଘ୍ର ଖସିବନି ପିଆଜ ଦର

ନୂଆଦିଲ୍ଲୀ,୩୦-୯ : ପିଆଜ ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ଜାରି କରିବା ଲାଗି ସରକାର ରବିବାର ରପ୍ତାନି ଉପରେ ନିଷେଦ୍ଧାଦେଶ ଜାରି କରିଥିଲେ ମଧ୍ୟ ପିଆଜ ଦର ଏତେ ଶୀଘ୍ର ଖସିବନି ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଆଗାମୀ କିଛି ଦିନ ଲାଗି ପିଆଜ ଦର ଉଚ୍ଚରେ ରହିବ। ଯୋଗାଣ ପ୍ରଭାବିତ ହୋଇଥିବାରୁ ଏଭଳି ସ୍ଥିତି ଆଉ କିଛି ଦିନ ଲାଗି ରହିବ। ମହାରାଷ୍ଟ୍ର ଏବଂ କର୍ନାଟକ ଭଳି ପିଆଜ ଉତ୍ପାଦନକାରୀ ରାଜ୍ୟଗୁଡିକରେ ବନ୍ୟା ଯୋଗୁ ଉତ୍ପାଦନ ଏବଂ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହା ଯୋଗୁ ଦରରେ ଏଭଳ ସ୍ଥିତି ଲାଗି ରହିବ ଜଣାପଡ଼ିଛି। ଗତ କିଛି ସପ୍ତାହ ହେଲା ଦେଶର ପ୍ରମୁଖ ସହରଗୁଡିକରେ ପିଆଜ ଦର ମାତ୍ରାଧିକ ବୃଦ୍ଧି ଘଟିଛି। ଏହାକୁ ଧ୍ୟାନରେ ରଖି ସରକାର ପିଆଜ ଦର ନିୟନ୍ତ୍ରଣରେ ରଖିବା ଲାଗି ପଦକ୍ଷେପ ନେଇଛନ୍ତି। ସେହିଭଳି ଚଳିତ ବର୍ଷ କିଛି ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ ଦରଦାମ ଉପରେ ସରକାର ନିୟନ୍ତ୍ରଣ ରଖିବା ଲାଗି ପ୍ରୟାସ ଜାରି ରଖିଛନ୍ତି। ପିଆଜ ଦର ବଢିବାରୁ ଜୁନରେ ସରକାର ରପ୍ତାନି ପ୍ରୋତ୍ସାହନକୁ ବାଦ ଦେଇଥିଲେ।
ରପ୍ତାନି ଉପରେ ନିଷେଧ ଲଗାଇବା ଲାଗି ଖାଉଟି ବ୍ୟାପାର ସଚିବ ଅବିନାଷ କେ. ଶ୍ରୀବାସ୍ତବ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସେପ୍ଟେମ୍ବର ୧୩ରେ ପିଆଜ କ୍ୱିଣ୍ଟାଲ ପିଛା ରପ୍ତାନି ଉପରେ ସରକାର ବର୍ଦ୍ଧିତ ନ୍ୟୁନତମ ରପ୍ତାନି ମୂଲ୍ୟ (ଏମ୍‌ଇପି) ଲାଗୁ କରିଥିଲେ। ଏହା ପରେ ରପ୍ତାନିରେ କିଛିଟା ହ୍ରାସ ଘଟିଛି। ମାତ୍ର ଲାଗୁ ହୋଇଥିବା ମୂଲ୍ୟଠାରୁ ଶ୍ରୀଲଙ୍କା ଏବଂ ବାଲାଂଦେଶରେ ମୂଲ୍ୟ ଅଧିକ ରହିଥିବାରୁ ସେହିସ୍ଥାନଗୁଡିକୁ ପିଆଜ ଏବେ ମଧ୍ୟ ରପ୍ତାନି ହେଉଛି। ଏଭଳି ବିଭିନ୍ନ ପ୍ରସଙ୍ଗକୁ ଧ୍ୟାନରେ ରଖି ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ ଭିତ୍ତିରେ ରପ୍ତାନି ଉପରେ ରୋକ ଏବଂ ଆଇନରେ ପରିବର୍ତ୍ତନ କରାଯାଇଛି। ଉକ୍ତ ପଦକ୍ଷେପ ଦ୍ୱାରା ଦେଶ ମଧ୍ୟରେ ପିଆଜ ଯୋଗାଣ ବଢିବା ସହ ଦର ମଧ୍ୟ ହ୍ରାସ ହେବା ନେଇ ଆଶା କରାଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଏହାବାଦ ଯେଉଁ ବ୍ୟବସାୟୀମାନେ ପିଆଜ ମହଜୁଦ କରି ଦର ବୃଦ୍ଧିକୁ ପ୍ରୋତ୍ସାହିତ କରୁଛନ୍ତି ସେମାନଙ୍କ ଉପରେ ଚଢାଉ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ସରକାରଙ୍କୁ କୁହାଯାଇଛି। ସାରା ଦେଶରେ ଯୋଗାଣକୁ ତ୍ୱରାନ୍ବିତ କରିବା ଲାଗି ତୁରନ୍ତ ଭିତ୍ତିରେ ମହଜୁଦ ଥିବା ଷ୍ଟକ ମଧ୍ୟରୁ ୫୦ ହଜାର ଟନ୍‌ ପ୍ରଦାନ ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ, ହରିୟାଣା, ଆନ୍ଧ୍ରପ୍ରଦେଶ ଭଳି ଅନ୍ୟ ସ୍ଥାନଗୁଡିକରେ ଏହି ଷ୍ଟକ ଉପଲବ୍ଧ ହେବ। ଏହାକୁ ନିୟନ୍ତ୍ରିତ ଦରରେ ବିକ୍ରି କରାଯିବାକୁ ନିର୍ଦ୍ଦେଶ ରହିଛି। ସୂଚନାଯୋଗ୍ୟ ନୂଆଦିଲ୍ଲୀରେ ରାଷ୍ଟ୍ରାୟତ୍ତ ମଦର ଡେରୀ, ନାଫେଡ ଏବଂ ଏନ୍‌ସିସିଏଫ୍‌ ପକ୍ଷରୁ ବଫର ଷ୍ଟକ ମଧ୍ୟରୁ ଲୋକଙ୍କୁ ୨୩.୯୦ ଟଙ୍କାରେ ପିଆଜ ଯୋଗାଣ ହେଉଛି।
ଦେଶ ମଧ୍ୟରେ ପିଆଜ ଯୋଗାଣକୁ ତ୍ୱରାନ୍ବିତ କରିବାକୁ ଏକ ଟିମ୍‌ ମହାରାଷ୍ଟ୍ର ପଠାଯାଇଥିବା କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶ୍ୱାନ କହିଛନ୍ତି। ଏହି ଟିମ୍‌ରେ ୨ ଯୁଗ୍ମ ସଚିବ ସ୍ତରର ଅଧିକାରୀ ରହିଛନ୍ତି। ଏମାନେ ମହାରାଷ୍ଟ୍ରରେ କୃଷକ, ପରିବହନକରୀ ଏବଂ ବ୍ୟବସାୟୀଙ୍କ ସହ ଆଲୋଚନା କରିବେ। ପିଆଜର ଉପଲବ୍ଧତା ବୃଦ୍ଧି ସହ ବଜାରକୁ ଅଧିକ ପିଆଜ ଯୋଗାଣ ନେଇ ସେମାନଙ୍କୁ ପରାମର୍ଶ ଦେବେ ବୋଲି ପାଶ୍ୱାନ କହିଛନ୍ତି। ସୂଚନା ଯୋଗ୍ୟ, କେନ୍ଦ୍ର ସରକାର ଗତ ସପ୍ତାହରେ ମହଜୁଦକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri