ରଥଖଳାରେ କୁନି କାରିଗର

ପୁରୀ ଅଫିସ,୩୦ା୫ – ଶ୍ରୀନଅର ସମ୍ମୁଖ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଅକ୍ଷୟ ତୃତୀୟା ଦିନ ରଥ କାମ ଅନୁକୂଳ ହୋଇଥିଲା। ତୁମ୍ବ କାମ ସରିବା ପରେ ଏବେ ଚକା ନିର୍ମାଣ ଚାଲିଛି। ନୃସିଂହ ଚତୁର୍ଦ୍ଦଶୀରେ ରୂପକାର ସେବକ ରଥଖଳାରେ ଯୋଗଦାନ କରିଛନ୍ତି। ବୁଧବାରଠାରୁ ରୂପକାର ସେବକଙ୍କ ପିଲାମାନେ ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ରଥଖଳା ଏବେ ରୂପକାର ସେବକ ପିଲାଙ୍କ ପ୍ରଶିକ୍ଷଣ କେନ୍ଦ୍ର ପାଲଟିଛି। ବାତ୍ୟା ଓ ଖରାଛୁଟି ପାଇଁ ଏବେ ସ୍କୁଲ ବନ୍ଦ ରହିଛି। ତେଣୁ କୁନି କାରିଗରମାନେ ଏହି ପାରମ୍ପରିକ ସେବାକୁ ଆଦରି ଜେଜେ, ବାପା, ଦାଦାଙ୍କ ଠାରୁ କାମ ଶିଖିବାରେ ମନ ଦେଇଛନ୍ତି।
ନନ୍ଦିଘୋଷ ରଥର ରୂପକାର ସେବକ ରାଜେନ୍ଦ୍ର ମହାପାତ୍ରଙ୍କ ପୁଅ ଜଗନ୍ନାଥ ଓରଫ ଜଗା ୫ବର୍ଷ ବୟସରେ ରଥଖଳାରେ ପାଦ ଥାପିଥିଲେ। ଏବେ ତାଙ୍କ ବୟସ ୧୭। ବର୍ତ୍ତମାନ ସେ ବିଶ୍ୱମ୍ବର ବିଦ୍ୟାପୀଠରେ ୯ମ ଶ୍ରେଣୀର ଛାତ୍ର। କଣଗୁଜ, ପଟାଗୁଜ ଏବଂ ନାଟଗୁଜ କାମରେ ପାରଙ୍ଗମ ହୋଇଗଲେଣି। ଜଗନ୍ନାଥ କହିଛନ୍ତି, ଏହି ସେବାରେ ଆନନ୍ଦ ରହିଛି। ବାପାଙ୍କ ଭଳି ଜଣେ ରୂପକାର ସେବକ ହେବାକୁ ସେ ଆଶା ରଖିଛନ୍ତି।
ସ୍ବର୍ଗତ ଦେବରାଜ ମହାପାତ୍ରଙ୍କ ପୁଅ ଶୁଭମ(୧୫) ଏବଂ ଲିଙ୍ଗରାଜଙ୍କ ପୁଅ ପ୍ରକାଶ (୧୫) ଉଭୟ ବିଶ୍ୱମ୍ବର ବିଦ୍ୟାପୀଠର ଛାତ୍ର। ଏକାସାଙ୍ଗରେ କାମ ଶିଖିବା ଆରମ୍ଭ କରିଥିଲେ। ଉଭୟ ବର୍ତ୍ତମାନ ସିଂହବରାଳ କାମ କରୁଛନ୍ତି। ଗତବର୍ଷଠାରୁ କାହ୍ନୁ ମହାପାତ୍ରଙ୍କ ପୁଅ ସୂର୍ଯ୍ୟପ୍ରକାଶ(୬) ରଥଖଳାରେ ଯୋଗଦେଇଛନ୍ତି।
ବାପା, ଜେଜେଙ୍କଠାରୁ କାମ ଶିଖୁଛନ୍ତି ଓମ୍‌ ପ୍ରକାଶ। କାଠରେ ଅଙ୍କା ହୋଇଥିବା ଚିତ୍ରରେ ଖୋଦେଇ କରିବା ଶିକ୍ଷା ନେଉଛନ୍ତି। ବାପା ପଞ୍ଚାନନ କୁହନ୍ତି, ୩ବର୍ଷ ବୟସରେ ସେ ଆପେ ରଥଖଳାକୁ ଆସିବାକୁ ମନ ବଳାଇଥିଲା। ତାହାର ଆଗ୍ରହକୁ ଦେଖି ଏଠାକୁ ଆଣିଥିଲି।
ଏମାନଙ୍କ ମଧ୍ୟରେ ସବୁଠାରୁ ଛୋଟ କୁନି କାରିଗର ହେଉଛନ୍ତି ସୂର୍ଯ୍ୟପ୍ରକାଶ। ତପୋବନ ଆଦର୍ଶ ବିଦ୍ୟାଳୟରେ ପଢୁୁଛନ୍ତି। ଗତବର୍ଷଠାରୁ ରଥଖଳାରେ କାମ କରୁଛନ୍ତି। କୁନି ହାତରେ ନିହଣ ଓ ମୁଗୁର ଧରି ଚିତ୍ରିତ ସିଂହବିରାଳରେ ଖୋଦେଇ କରୁଛନ୍ତି। ତାଙ୍କ ଦୁଇଭାଇ ଶୁଭମ ଓ ପ୍ରକାଶ କୁହନ୍ତି, ରଥଖଳାରେ କାମ କରିବା ଭାଗ୍ୟରେ ଥିଲେ ମିଳେ। ଆମେ କାମ କରିବାବେଳେ ବହୁ ଭକ୍ତ, ପର୍ଯ୍ୟଟକ ଠିଆ ହୋଇ ଦେଖନ୍ତି। ଆମ ସହିତ ଫଟୋ ଉଠାନ୍ତି। ବହୁତ ଖୁସି ଲାଗେ। ଏଥିରେ ଯେଉଁ ଆନନ୍ଦ ରହିଛି, ତାହା ଖେଳକୁଦରେ ନାହିଁ। ଏ ସମ୍ପର୍କରେ ବରିଷ୍ଠ ରୂପକାର ଗଣେଶ ମହାପାତ୍ର କହିଛନ୍ତି, ଏହା ହେଉଛି ଆମର ପାରମ୍ପରିକ ସେବା। ମୁଁ ମଧ୍ୟ ପିଲାବସ୍ଥାରୁ କାମ ଶିଖିଥିଲି। ଏହା ବର୍ତ୍ତମାନ ସେମାନଙ୍କ ତାଲିମ ନେବା ସମୟ। ଏହି ସମୟରେ ଆମେ ତାଙ୍କୁ ହାତ ଧରି କାମ ଶିଖାଇଥାଉ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର: ଆସନ ସଂରକ୍ଷଣ ପାଇଁ ଚିଠି ଲେଖିଲା…

ଭୁବନେଶ୍ୱର,୧୦।୪: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଆସନ ସଂରକ୍ଷଣ ପାଇଁ ଜିଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି କରାଯାଇଛି।…

ବଢ଼ିବ ତାତି: ଗରମ-ଗୁଳୁଗୁଳିରେ ଛଟପଟ ହେବେ ଏସବୁ ଜିଲାର ଲୋକେ, ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୦।୪: ରାଜ୍ୟରେ ପାରଦ ପୁଣି ଉପରମୁହାଁ ହେବ। ଦୁଇଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବିଶେଷକରି ଶନିବାର ୧୧ ତାରିଖରୁ ପଶ୍ଚିମ ଓ…

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri