Posted inଖେଳ

ରଣ୍‌ଜୀ ଟ୍ରଫି: ଓଡ଼ିଶାର ରୋମାଞ୍ଚକ ବିଜୟ

କଟକ ଅଫିସ,୧୫ା୧- ରୋହତକର ଚୌଧୁରୀ ବଂଶୀଲାଲ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଚଳିତ ରଣଜୀ ଟ୍ରଫିର ଏକ ମ୍ୟାଚ୍‌ରେ ଓଡ଼ିଶା ରୋମାଞ୍ଚକ ବିଜୟ ହାସଲ କରିଛି। ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଥିବା ଏହି ପିଚ୍‌ରେ ନିମ୍ନକ୍ରମର ବ୍ୟାଟ୍ସମ୍ୟାନଙ୍କ ସହାୟତାରେ ଓଡ଼ିଶା ୧ ଉଇକେଟରେ ହରିୟାଣାକୁ ହରାଇଛି। ରାଜେଶ ଧୂପରଙ୍କ ୩୨ରନର ଉପଯୋଗୀ ଇନିଂସ ସହିତ ବୋଲର ରାଜେଶ ମହାନ୍ତି, ବସନ୍ତ ମହାନ୍ତି ଓ ପପୁ ରାୟଙ୍କ ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ ବଳରେ ଓଡ଼ିଶା ବିଜୟୀ ହୋଇ ଏଲିଟ ଗ୍ରୁପ-ସି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି। ୫ଟି ମ୍ୟାଚ୍‌ରୁ ୪ଟି ବିଜୟ, ଗୋଟିଏ ଡ୍ର ବଳରେ ଓଡ଼ିଶା ୨୮ ପଏଣ୍ଟ ପାଇଛି।
ପ୍ରଥମ ଇନିଂସରେ ହରିୟାଣା ୯୦ରନରେ ଅଲଆଉଟ ହେବା ପରେ ଓଡ଼ିଶାର ପ୍ରଥମ ଇନିଂସ ୧୬୦ରନରେ ସୀମିତ ରହିଥିଲା। ଜବାବରେ ହରିୟାଣା ଦ୍ୱିତୀୟ ଇନିଂସରେ ୨୪୮ରନ ସଂଗ୍ରହ କରିବା ଫଳରେ ଓଡ଼ିଶା ସମ୍ମୁଖରେ ୧୭୯ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ସୋମବାର ଷ୍ଟମ୍ପ ଅପସାରଣ ସୁଦ୍ଧା ଓଡ଼ିଶା ୭ ଉଇକେଟ ହରାଇ ୧୪୭ରନ କରିଥିଲା। ଓଡ଼ିଶାର ପ୍ରମୁଖ ବ୍ୟାଟ୍ସମ୍ୟାନମାନେ ହରିୟାଣାର ଦ୍ରୁତ ବୋଲିଂ ସମ୍ମୁଖରେ ବିଫଳ ହୋଇଥିଲେ। ବିଜୟ ପାଇଁ ଓଡ଼ିଶା ସମ୍ମୁଖରେ ୩୨ରନର ଆବଶ୍ୟକତା ଥିବା ବେଳେ ରାଜେଶ ଧୂପର ୨୯ ଓ ପେସ୍‌ ବୋଲର ରାଜେଶ ମହାନ୍ତି ୪ରନରେ ଅପରାଜିତ ଥିଲେ। ଖରାପ ଆଲୋକ ଯୋଗୁ ଅନ୍ତିମ ଦିବସ ତଥା ମଙ୍ଗଳବାର ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା। ଖେଳ ଆରମ୍ଭ ହେବା ପରେ ରାଜେଶଙ୍କ ବ୍ୟାଟ୍‌ରୁ ବାଉଣ୍ଡରି ସଂଗ୍ରହ ହୋଇଥିଲା। ଓଡ଼ିଶା ବିଜୟର ନିକଟତର ହେଉଥିବା ବେଳେ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ ରାଜେଶ ଧୁପର ୩୨ରନରେ ଆଶିଷ ହୁଡ଼ାଙ୍କ ଶିକାର ହୋଇଥିଲେ। ରାଜେଶ ମହାନ୍ତି ଓ ବସନ୍ତ ମହାନ୍ତିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ହୋଇଥିଲା। ତେବେ ରାଜେଶ ୨୧ରନ କରିଥିବା ଅଜିତ ଚହଲ ଉଇକେଟ କିପର ନୀତିନ ସଇନିଙ୍କ ହାତରେ କ୍ୟାଚ କରାଇ ହରିୟାଣା ଶିବିରରେ ଉତ୍ସାହ ଖେଳାଇ ଦେଇଥିଲେ। ଇନିଂସରେ ଅଜିତଙ୍କର ଏହା ୭ମ ଉଇକେଟ ଥିଲା। ୧୭୬ରନରେ ଓଡ଼ିଶାର ୯ମ ଉଇକେଟ ପତନ ଘଟିଥିଲା। ଅନ୍ତିମ ବ୍ୟାଟ୍ସମ୍ୟାନ ତଥା ସ୍ପିନର ପପୁ ରାୟ ଆଶିଷ ହୁଡ଼ାଙ୍କ ବଲ୍‌ରେ ଚୌକା ମାରି ଓଡ଼ିଶାକୁ ବିଜୟୀ କରାଇଥିଲେ। ହରିୟାଣା ପକ୍ଷରୁ ଅଜିତ ସର୍ବାଧିକ ୭ଟି ଉଇକେଟ ଦଖଲ କରିଥିବା ବେଳେ ଓଡ଼ିଶାର ରାଜେଶ ଧୂପର ସର୍ବାଧିକ ୩୨ରନ କରିଛନ୍ତି। ଏହି ମ୍ୟାଚ୍‌ରେ ୧୧ଟି ଉଇକେଟ ହାସଲ କରିଥିବା ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ଭାବେ ପୁରସ୍କୃତ କରାଯାଇଥିଲା।
ଅଧିନାୟକ ଶୁଭ୍ରାଂଶୁ ସେନାପତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପେସ୍‌ ବୋଲରଙ୍କୁ ପିଚ୍‌ ଅଧିକ ମାତ୍ରାରେ ସୁହାଉଥିଲା। ଯାହା ଫଳରେ ଉଭୟ ଦଳ ପାଇଁ ରନ ସଂଗ୍ରହ କଷ୍ଟଦାୟକ ଥିଲା। ଦୁଇ ରାଜେଶ (ରାଜେଶ ଧୂପର-ରାଜେଶ ମହାନ୍ତି)ଙ୍କ ଉପରେ ଦଳର ଭରସା ରହିଥିଲା। ଏହି ମ୍ୟାଚ୍‌ ଜିତିବା ପରେ ଦଳର ମନୋବଳ ଶକ୍ତ ହୋଇଛି। ଆଗାମୀ ମ୍ୟାଚ୍‌ ଗୁଡ଼ିକରେ ବିଜୟୀ ହୋଇ କ୍ବାର୍ଟରରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ବୋଲି ଶୁଭ୍ରାଂଶୁ କହିଛନ୍ତି। ଆସନ୍ତା ୧୯ରୁ ଓଡ଼ିଶା ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଜମ୍ମୁ-କଶ୍ମୀରକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ...

ପ୍ଲେ ଅଫ୍‌ ଯାଇପାରିବ କି ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କ’ଣ କହୁଛି ସମୀକରଣ

ମୁମ୍ବାଇ,୭।୫: ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ ୨୦୨୪ର ଚତୁର୍ଥ ବିଜୟ ପଞ୍ଜିକରଣ କରିଛି। ସିଜିନର ୫୫ତମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ମୁମ୍ବାଇ...

ଟି-୨୦ ବିଶ୍ୱକପ୍‌ ପାଇଁ ଲଞ୍ଚ୍‌ ହେଲା ଟିମ୍‌ ଇଣ୍ଡିଆର ଜର୍ସି: ଏହି ଲୁକ୍‌ରେ ନଜର ଆସିବେ ଖେଳାଳି

ନୂଆଦିଲ୍ଲୀ,୭।୫: ଟି-୨୦ ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଅଛି ଏବଂ କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି॥ ଭାରତୀୟ ଦଳର...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ? ବିସିସିଆଇ ନେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୭।୫: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହେବ ଏବଂ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବା ଉପରେ ସନ୍ଦେହ ରହିଛି।...

ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ,୭ା୫ (ପି.ଟି.): ମେ ୨୧ରୁ ୨୯ ପର୍ଯ୍ୟନ୍ତ ୟୁରୋପ ଟୁର୍‌ ପାଇଁ ହକି ଇଣ୍ଡିଆ ସୋମବାର ୨୨ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏଥିରେ...

ଧର୍ମଶାଳାରେ ଭାରତର ପ୍ରଥମ ହାଇବ୍ରିଡ ପିଚ୍‌

ଧର୍ମଶାଳା,୭।୫(ପି.ଟି.): ଭାରତର ସର୍ବପ୍ରଥମ ହାଇବ୍ରିଡ ପିଚ୍‌ ଧର୍ମଶାଳା କ୍ରିକେଟ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ପକ୍ଷରୁ ସୋମବାର ଏହି କାର୍ଯ୍ୟକ୍ରମ...

କ୍ୱାର୍ଟର ଫାଇନାଲରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ୱର, ୭।୫ (ତପନ ସ୍ବାଇଁ): ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଏହାର ପଡ଼ିଆରେ ଚାଲିଥିବା ୬ଷ୍ଠ ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର...

ନୋରିସଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ ସଫଳତା

ମାୟାମି ଗାର୍ଡେନ୍ସ, ୭ା୫: ବିଶ୍ୱ ଚାମ୍ପିୟନ ତଥା ରେଡ୍‌ବୁଲର ମାକ୍ସ ଭର୍ଷ୍ଟାପେନ୍‌ଙ୍କୁ ୭ ସେକେଣ୍ଡ ପଛରେ ପକାଇ ଲାଣ୍ଡୋ ନୋରିସ ଏଠାରେ ମାୟାମି ଗ୍ରଁା ପ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri