Posted inଖେଳ

ରଣ୍‌ଜୀ ଟ୍ରଫି: ଓଡ଼ିଶାର ରୋମାଞ୍ଚକ ବିଜୟ

କଟକ ଅଫିସ,୧୫ା୧- ରୋହତକର ଚୌଧୁରୀ ବଂଶୀଲାଲ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଚଳିତ ରଣଜୀ ଟ୍ରଫିର ଏକ ମ୍ୟାଚ୍‌ରେ ଓଡ଼ିଶା ରୋମାଞ୍ଚକ ବିଜୟ ହାସଲ କରିଛି। ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଥିବା ଏହି ପିଚ୍‌ରେ ନିମ୍ନକ୍ରମର ବ୍ୟାଟ୍ସମ୍ୟାନଙ୍କ ସହାୟତାରେ ଓଡ଼ିଶା ୧ ଉଇକେଟରେ ହରିୟାଣାକୁ ହରାଇଛି। ରାଜେଶ ଧୂପରଙ୍କ ୩୨ରନର ଉପଯୋଗୀ ଇନିଂସ ସହିତ ବୋଲର ରାଜେଶ ମହାନ୍ତି, ବସନ୍ତ ମହାନ୍ତି ଓ ପପୁ ରାୟଙ୍କ ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ ବଳରେ ଓଡ଼ିଶା ବିଜୟୀ ହୋଇ ଏଲିଟ ଗ୍ରୁପ-ସି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି। ୫ଟି ମ୍ୟାଚ୍‌ରୁ ୪ଟି ବିଜୟ, ଗୋଟିଏ ଡ୍ର ବଳରେ ଓଡ଼ିଶା ୨୮ ପଏଣ୍ଟ ପାଇଛି।
ପ୍ରଥମ ଇନିଂସରେ ହରିୟାଣା ୯୦ରନରେ ଅଲଆଉଟ ହେବା ପରେ ଓଡ଼ିଶାର ପ୍ରଥମ ଇନିଂସ ୧୬୦ରନରେ ସୀମିତ ରହିଥିଲା। ଜବାବରେ ହରିୟାଣା ଦ୍ୱିତୀୟ ଇନିଂସରେ ୨୪୮ରନ ସଂଗ୍ରହ କରିବା ଫଳରେ ଓଡ଼ିଶା ସମ୍ମୁଖରେ ୧୭୯ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ସୋମବାର ଷ୍ଟମ୍ପ ଅପସାରଣ ସୁଦ୍ଧା ଓଡ଼ିଶା ୭ ଉଇକେଟ ହରାଇ ୧୪୭ରନ କରିଥିଲା। ଓଡ଼ିଶାର ପ୍ରମୁଖ ବ୍ୟାଟ୍ସମ୍ୟାନମାନେ ହରିୟାଣାର ଦ୍ରୁତ ବୋଲିଂ ସମ୍ମୁଖରେ ବିଫଳ ହୋଇଥିଲେ। ବିଜୟ ପାଇଁ ଓଡ଼ିଶା ସମ୍ମୁଖରେ ୩୨ରନର ଆବଶ୍ୟକତା ଥିବା ବେଳେ ରାଜେଶ ଧୂପର ୨୯ ଓ ପେସ୍‌ ବୋଲର ରାଜେଶ ମହାନ୍ତି ୪ରନରେ ଅପରାଜିତ ଥିଲେ। ଖରାପ ଆଲୋକ ଯୋଗୁ ଅନ୍ତିମ ଦିବସ ତଥା ମଙ୍ଗଳବାର ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା। ଖେଳ ଆରମ୍ଭ ହେବା ପରେ ରାଜେଶଙ୍କ ବ୍ୟାଟ୍‌ରୁ ବାଉଣ୍ଡରି ସଂଗ୍ରହ ହୋଇଥିଲା। ଓଡ଼ିଶା ବିଜୟର ନିକଟତର ହେଉଥିବା ବେଳେ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ ରାଜେଶ ଧୁପର ୩୨ରନରେ ଆଶିଷ ହୁଡ଼ାଙ୍କ ଶିକାର ହୋଇଥିଲେ। ରାଜେଶ ମହାନ୍ତି ଓ ବସନ୍ତ ମହାନ୍ତିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ହୋଇଥିଲା। ତେବେ ରାଜେଶ ୨୧ରନ କରିଥିବା ଅଜିତ ଚହଲ ଉଇକେଟ କିପର ନୀତିନ ସଇନିଙ୍କ ହାତରେ କ୍ୟାଚ କରାଇ ହରିୟାଣା ଶିବିରରେ ଉତ୍ସାହ ଖେଳାଇ ଦେଇଥିଲେ। ଇନିଂସରେ ଅଜିତଙ୍କର ଏହା ୭ମ ଉଇକେଟ ଥିଲା। ୧୭୬ରନରେ ଓଡ଼ିଶାର ୯ମ ଉଇକେଟ ପତନ ଘଟିଥିଲା। ଅନ୍ତିମ ବ୍ୟାଟ୍ସମ୍ୟାନ ତଥା ସ୍ପିନର ପପୁ ରାୟ ଆଶିଷ ହୁଡ଼ାଙ୍କ ବଲ୍‌ରେ ଚୌକା ମାରି ଓଡ଼ିଶାକୁ ବିଜୟୀ କରାଇଥିଲେ। ହରିୟାଣା ପକ୍ଷରୁ ଅଜିତ ସର୍ବାଧିକ ୭ଟି ଉଇକେଟ ଦଖଲ କରିଥିବା ବେଳେ ଓଡ଼ିଶାର ରାଜେଶ ଧୂପର ସର୍ବାଧିକ ୩୨ରନ କରିଛନ୍ତି। ଏହି ମ୍ୟାଚ୍‌ରେ ୧୧ଟି ଉଇକେଟ ହାସଲ କରିଥିବା ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ଭାବେ ପୁରସ୍କୃତ କରାଯାଇଥିଲା।
ଅଧିନାୟକ ଶୁଭ୍ରାଂଶୁ ସେନାପତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପେସ୍‌ ବୋଲରଙ୍କୁ ପିଚ୍‌ ଅଧିକ ମାତ୍ରାରେ ସୁହାଉଥିଲା। ଯାହା ଫଳରେ ଉଭୟ ଦଳ ପାଇଁ ରନ ସଂଗ୍ରହ କଷ୍ଟଦାୟକ ଥିଲା। ଦୁଇ ରାଜେଶ (ରାଜେଶ ଧୂପର-ରାଜେଶ ମହାନ୍ତି)ଙ୍କ ଉପରେ ଦଳର ଭରସା ରହିଥିଲା। ଏହି ମ୍ୟାଚ୍‌ ଜିତିବା ପରେ ଦଳର ମନୋବଳ ଶକ୍ତ ହୋଇଛି। ଆଗାମୀ ମ୍ୟାଚ୍‌ ଗୁଡ଼ିକରେ ବିଜୟୀ ହୋଇ କ୍ବାର୍ଟରରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ବୋଲି ଶୁଭ୍ରାଂଶୁ କହିଛନ୍ତି। ଆସନ୍ତା ୧୯ରୁ ଓଡ଼ିଶା ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଜମ୍ମୁ-କଶ୍ମୀରକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri