୮ ମାସର ସର୍ବୋଚ୍ଚ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୫-୧: ଏବେ ଖୁଚୁରା ମୁଦ୍ରାସ୍ଫୀତି ସାଢେ ପାଞ୍ଚ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଥିବା ବେଳେ ପାଇକାରୀ ମୁଦ୍ରାସ୍ଫୀତି ମଧ୍ୟ ବଢିଥିବା ଜଣାପଡିଛି। ଡିସେମ୍ବରରେ ପାଇକାରୀ ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି ୮ ମାସର ସର୍ବୋଚ୍ଚ ସ୍ତରରେ ରହିବା ସହ ୨.୫୯ ସ୍ତରକୁ ବଢିଛି। ଚଳିତ ଆର୍ଥତ୍କ ବର୍ଷ ନଭେମ୍ବରରେ ଏହା ୦.୫୮% ରହିଥିଲା। ପିଆଜ,ଆଳୁ ଏବଂ ଖାଦ୍ୟ ସାମଗ୍ରୀ ଦରଦାମ ବଢିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି। ମାସିକ ପାଇକାରୀ ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି ସୂଚକାଙ୍କ(ଡବ୍ଲ୍ୟୁପିଆଇ) ୨୦୧୯ ଏପ୍ରିଲରେ ୩.୨୪% ରେକର୍ଡ କରାଯାଇଥିଲା। ସେହିଭଳି ଡିସେମ୍ବର ୨୦୧୮ରେ ଏହା ୩.୪୬% ସ୍ତରରେ ରହିଥିଲା। ଚଳିତ ଆର୍ଥତ୍କ ବର୍ଷ ବର୍ତ୍ତମାନ ମୁଦ୍ରାସ୍ଫୀତି ୨.୪୨% ହାରରେ ବଢିଥିଲା। ଏହା ଗୋଟିଏ ବର୍ଷ ପୂର୍ବ ସମାନ ସମୟରେ ୨.୯୨% ହାରରେ ବଢିଥିଲା ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଇକୋନୋମିକ ଆଡଭାଇଜର କାର୍ଯ୍ୟାଳୟ ପକ୍ଷରୁ ଜାରି ତଥ୍ୟରୁ ସାମ୍ନାକୁ ଆସିଛି।
ଏହି ସମୟରେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ୧୩.୧୨ % ରହିଛି। ଏହା ପୂର୍ବରୁ ୧୧% ରହିଥିଲା। ୨୦୧୯ ନଭେମ୍ବରରେ ଅଣ ଖାଦ୍ୟ ସାମଗ୍ରୀ ବର୍ଗରେ ଦରଦାମ ବୃଦ୍ଧି ୧.୯୩% ରହିଥିଲା ଯାହା ଡିସେମ୍ବର ମାସରେ ୪ ଗୁଣ ବଢି ୭.୭୨% ସ୍ତର ଛୁଇଁଛି। ଖାଦ୍ୟ ସାମଗ୍ରୀ ବର୍ଗରେ ପନିପରିବା ଦର ୬୯.୬୯% ବଢିଛି। ଏହା ବିଶେଷ କରି ପିଆଜ ଦର ବଢିବା ଯୋଗୁ ହୋଇଥିବା ଜଣାପଡିଛି। ପିଆଜ ଦର ୪୫୫.୮୩% ବଢିଥିବା ବେଳେ ଆଳୁର ଦରଦାମ ୪୪.୯୭% ବଢିଥିବା ସାମ୍ନାକୁ ଆସିଛି। ବର୍ତ୍ତମାନ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ପିଆଜ ଦର ୧୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ମୁଦ୍ରାସ୍ଫୀତି ଏବେ ଉଚ୍ଚରେ ରହିଥିବା ବେଳେ ଫେବୃୟାରୀରେ ହେବାକୁ ଥିବା ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାର କମାଇବ ନାହିଁ ବୋଲି ବିଶେଷଜ୍ଞ ମତ ରଖିଛନ୍ତି। ଆଗାମୀ ମାସ ଗୁଡିକରେ ଦରଦାମ ଉଚ୍ଚରେ ରହିଲେ ସିପିଆଇ ମଧ୍ୟ ଉଚ୍ଚ ସ୍ତରରେ ରହିବ ବୋଲି କୁହାଯାଇଛି।
ଜାନୁୟାରୀରେ ମୁଦ୍ରାସ୍ଫୀତି ୮% ଛୁଇଁବା ନେଇ ଏସ୍‌ବିଆଇ ଇକୋନୋମିକ ରିପୋର୍ଟ ପକ୍ଷରୁ କୁହାଯାଇଛି। ଏବେ ଅଭିବୃଦ୍ଧି ନିମ୍ନରେ ରହିଛି। ଦରଦାମ ମଧ୍ୟ ବଢି ଚାଲିଛି। ଏଭଳି ସ୍ଥିତି ଆଗାମୀ ଦିନଗୁଡିକରେ ଲାଗି ରହିଲେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାର କମାଇ ନ ପାରେ ବୋଲି କୁହାଯାଇଛି। ମାନୁଫାକଚର୍ଡ ପ୍ରଡକ୍ଟ କ୍ଷେତ୍ରରେ ମୁଦ୍ରାସ୍ଫୀତି କମିବା ସହ (-) ୦.୨୫% ରହିଛି। ଏହାବାଦ ଇନ୍ଧନ ଏବଂ ଶକ୍ତି କ୍ଷେତ୍ରରେ ଏହା ଯଥାକ୍ରମେ (-)୧.୪୬ ରହିଛି ଯାହା ପୂର୍ବରୁ (-) ୭.୩୨ ରହିଛି। ଏହି ସମୟରେ ପ୍ରାଥମିକ ସାମଗ୍ରୀ ମୂଲ୍ୟ ଗ୍ରୁପ ଭାବେ ବିଚାର କଲେ ୧୧.୪୬% ବଢିଛି। ଏହା ଗୋଟିଏ ମାସ ପୂର୍ବରୁ ୭.୬୮% ରହିଥିଲା। ପାଇକାରୀ ମୂଲ୍ୟ ସୂଚୀରେ ପ୍ରାଇମିକ ସାମଗ୍ରୀର ଅଂଶ ପ୍ରାୟ ୨୨% ରହିଛି। ଏହା ମଧ୍ୟରେ ଖାଦ୍ୟ ସାମଗ୍ରୀ, ଅଣ ଖାଦ୍ୟ ସାମଗ୍ରୀ, ଖଣିଜ, ଅଶୋଧିତ ତୈଳ ଏବଂ ପ୍ରାକୃତିକ ବାଷ୍ପ ସାମିଲ ରହିଛି। ଖାଇଦା ତେଲ, ଡେରୀ ସାମଗ୍ରୀ, ଫ୍ୟାଟର ଦର ବୃଦ୍ଧି ଯୋଗୁ ମାନୁଫାକଚର୍ଡ ଖାଦ୍ୟ ସାମଗ୍ରୀ ବଢିଥିବା ଇକ୍ରାର ପ୍ରମୁଖ ଅର୍ଥନୀତିଜ୍ଞ ଆଦିତି ନାୟାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri