୮ ମାସର ସର୍ବୋଚ୍ଚ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୫-୧: ଏବେ ଖୁଚୁରା ମୁଦ୍ରାସ୍ଫୀତି ସାଢେ ପାଞ୍ଚ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଥିବା ବେଳେ ପାଇକାରୀ ମୁଦ୍ରାସ୍ଫୀତି ମଧ୍ୟ ବଢିଥିବା ଜଣାପଡିଛି। ଡିସେମ୍ବରରେ ପାଇକାରୀ ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି ୮ ମାସର ସର୍ବୋଚ୍ଚ ସ୍ତରରେ ରହିବା ସହ ୨.୫୯ ସ୍ତରକୁ ବଢିଛି। ଚଳିତ ଆର୍ଥତ୍କ ବର୍ଷ ନଭେମ୍ବରରେ ଏହା ୦.୫୮% ରହିଥିଲା। ପିଆଜ,ଆଳୁ ଏବଂ ଖାଦ୍ୟ ସାମଗ୍ରୀ ଦରଦାମ ବଢିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି। ମାସିକ ପାଇକାରୀ ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି ସୂଚକାଙ୍କ(ଡବ୍ଲ୍ୟୁପିଆଇ) ୨୦୧୯ ଏପ୍ରିଲରେ ୩.୨୪% ରେକର୍ଡ କରାଯାଇଥିଲା। ସେହିଭଳି ଡିସେମ୍ବର ୨୦୧୮ରେ ଏହା ୩.୪୬% ସ୍ତରରେ ରହିଥିଲା। ଚଳିତ ଆର୍ଥତ୍କ ବର୍ଷ ବର୍ତ୍ତମାନ ମୁଦ୍ରାସ୍ଫୀତି ୨.୪୨% ହାରରେ ବଢିଥିଲା। ଏହା ଗୋଟିଏ ବର୍ଷ ପୂର୍ବ ସମାନ ସମୟରେ ୨.୯୨% ହାରରେ ବଢିଥିଲା ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଇକୋନୋମିକ ଆଡଭାଇଜର କାର୍ଯ୍ୟାଳୟ ପକ୍ଷରୁ ଜାରି ତଥ୍ୟରୁ ସାମ୍ନାକୁ ଆସିଛି।
ଏହି ସମୟରେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ୧୩.୧୨ % ରହିଛି। ଏହା ପୂର୍ବରୁ ୧୧% ରହିଥିଲା। ୨୦୧୯ ନଭେମ୍ବରରେ ଅଣ ଖାଦ୍ୟ ସାମଗ୍ରୀ ବର୍ଗରେ ଦରଦାମ ବୃଦ୍ଧି ୧.୯୩% ରହିଥିଲା ଯାହା ଡିସେମ୍ବର ମାସରେ ୪ ଗୁଣ ବଢି ୭.୭୨% ସ୍ତର ଛୁଇଁଛି। ଖାଦ୍ୟ ସାମଗ୍ରୀ ବର୍ଗରେ ପନିପରିବା ଦର ୬୯.୬୯% ବଢିଛି। ଏହା ବିଶେଷ କରି ପିଆଜ ଦର ବଢିବା ଯୋଗୁ ହୋଇଥିବା ଜଣାପଡିଛି। ପିଆଜ ଦର ୪୫୫.୮୩% ବଢିଥିବା ବେଳେ ଆଳୁର ଦରଦାମ ୪୪.୯୭% ବଢିଥିବା ସାମ୍ନାକୁ ଆସିଛି। ବର୍ତ୍ତମାନ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ପିଆଜ ଦର ୧୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ମୁଦ୍ରାସ୍ଫୀତି ଏବେ ଉଚ୍ଚରେ ରହିଥିବା ବେଳେ ଫେବୃୟାରୀରେ ହେବାକୁ ଥିବା ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାର କମାଇବ ନାହିଁ ବୋଲି ବିଶେଷଜ୍ଞ ମତ ରଖିଛନ୍ତି। ଆଗାମୀ ମାସ ଗୁଡିକରେ ଦରଦାମ ଉଚ୍ଚରେ ରହିଲେ ସିପିଆଇ ମଧ୍ୟ ଉଚ୍ଚ ସ୍ତରରେ ରହିବ ବୋଲି କୁହାଯାଇଛି।
ଜାନୁୟାରୀରେ ମୁଦ୍ରାସ୍ଫୀତି ୮% ଛୁଇଁବା ନେଇ ଏସ୍‌ବିଆଇ ଇକୋନୋମିକ ରିପୋର୍ଟ ପକ୍ଷରୁ କୁହାଯାଇଛି। ଏବେ ଅଭିବୃଦ୍ଧି ନିମ୍ନରେ ରହିଛି। ଦରଦାମ ମଧ୍ୟ ବଢି ଚାଲିଛି। ଏଭଳି ସ୍ଥିତି ଆଗାମୀ ଦିନଗୁଡିକରେ ଲାଗି ରହିଲେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାର କମାଇ ନ ପାରେ ବୋଲି କୁହାଯାଇଛି। ମାନୁଫାକଚର୍ଡ ପ୍ରଡକ୍ଟ କ୍ଷେତ୍ରରେ ମୁଦ୍ରାସ୍ଫୀତି କମିବା ସହ (-) ୦.୨୫% ରହିଛି। ଏହାବାଦ ଇନ୍ଧନ ଏବଂ ଶକ୍ତି କ୍ଷେତ୍ରରେ ଏହା ଯଥାକ୍ରମେ (-)୧.୪୬ ରହିଛି ଯାହା ପୂର୍ବରୁ (-) ୭.୩୨ ରହିଛି। ଏହି ସମୟରେ ପ୍ରାଥମିକ ସାମଗ୍ରୀ ମୂଲ୍ୟ ଗ୍ରୁପ ଭାବେ ବିଚାର କଲେ ୧୧.୪୬% ବଢିଛି। ଏହା ଗୋଟିଏ ମାସ ପୂର୍ବରୁ ୭.୬୮% ରହିଥିଲା। ପାଇକାରୀ ମୂଲ୍ୟ ସୂଚୀରେ ପ୍ରାଇମିକ ସାମଗ୍ରୀର ଅଂଶ ପ୍ରାୟ ୨୨% ରହିଛି। ଏହା ମଧ୍ୟରେ ଖାଦ୍ୟ ସାମଗ୍ରୀ, ଅଣ ଖାଦ୍ୟ ସାମଗ୍ରୀ, ଖଣିଜ, ଅଶୋଧିତ ତୈଳ ଏବଂ ପ୍ରାକୃତିକ ବାଷ୍ପ ସାମିଲ ରହିଛି। ଖାଇଦା ତେଲ, ଡେରୀ ସାମଗ୍ରୀ, ଫ୍ୟାଟର ଦର ବୃଦ୍ଧି ଯୋଗୁ ମାନୁଫାକଚର୍ଡ ଖାଦ୍ୟ ସାମଗ୍ରୀ ବଢିଥିବା ଇକ୍ରାର ପ୍ରମୁଖ ଅର୍ଥନୀତିଜ୍ଞ ଆଦିତି ନାୟାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri