ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ: ଭୁଶୁଡିଲା ୬୦ ଫୁଟ୍‌ର ତାଜା ଓ ଲିନ୍‌ଟେଲ; ପ୍ରାର୍ଥନା କ୍ଲାସ ଯୋଗୁ ବର୍ତ୍ତିଲେ ଛାତ୍ରୀ

ରଣପୁର,୮ା୯(ସ୍ବ.ପ୍ର.): ଶନିବାର ଭୋର ସମୟରେ ପ୍ରାର୍ଥନା ହେଉଥିବାବେଳେ ନୟାଗଡ଼ ଜିଲା ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ ଉପର ମହଲାରେ ନିର୍ମାଣାଧୀନ ଗୃହର ୬୦ ଫୁଟ୍‌ର ତାଜା ଓ ଲିନ୍‌ଟେଲ ଭୁଶୁଡି ପଡିଛି। ହେଲେ ଏଥିରେ କାହାରି କ୍ଷତି ହୋଇନାହିଁ। ପ୍ରାର୍ଥନା କ୍ଲାସ ସେମାନଙ୍କୁ ବଞ୍ଚାଇଦେଲା ବୋଲି ଛାତ୍ରୀମାନେ କହିଛନ୍ତି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ୧୫୦ ଛାତ୍ରୀ ପାଠ ପଢ଼ନ୍ତି। ଘଟଣା ପରେ ଛାତ୍ରୀ, ଅଭିଭାବକ, ସ୍କୁଲ ଶିକ୍ଷକ ଭୟଭୀତ ହୋଇ ପଡିଛନ୍ତି। ଏ ନେଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ କୁହନ୍ତି, ଅର୍ଦ୍ଧନିର୍ମିତ ଘର ହୋଇଥିଲେ ହେଁ ବିପଦସଙ୍କୁଳ ଥିଲା। ପୁଣି ୨ଦିନ ହେଲା ଲଗାଣ ବର୍ଷା ଲାଗିରହିଥିଲା। ଏଥିଯୋଗୁ ଆମେ ଛାତ୍ରୀମାନଙ୍କୁ ଅନ୍ୟତ୍ର ବସାଉଥିଲୁ। ଯାହାହେଉ କାହାରି କିଛି ଅସୁବିଧା ହୋଇ ନାହିଁ।

ବିପଦସଙ୍କୁଳ ଘର ଭଙ୍ଗାଯାଇ ନ ଥିଲା
ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ ଉପର ମହଲାରେ ଲିନ୍‌ଟେଲ ପତନ ପର୍ଯ୍ୟନ୍ତ ଥିବା ଘର ୨ବର୍ଷ ତଳେ ତିଆରି ହୋଇଥିଲା। ପୂର୍ଣ୍ଣାଙ୍ଗ କାମ ନ ହୋଇ ୨ବର୍ଷର ଘର ବିପଦସଙ୍କୁଳ ଥିଲେ ମଧ୍ୟ ତାହାକୁ ଭଙ୍ଗାଯାଇ ନ ଥିଲା। ଯଦି କିଛି ଅଘଟଣ ଘଟିଥାନ୍ତା ତେବେ କିଏ ଦାୟୀ ହୋଇଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଅର୍ଦ୍ଧନିର୍ମିତ ଘର ନ ଭାଙ୍ଗିବା ପଛରେ କିଏ ଦାୟୀ ତା’ର ତଦନ୍ତ ହେବା ଦରକାର। ସେହିପରି ସିମେଣ୍ଟ, ଇଟାରେ ତିଆରି ହୋଇଥିବା ଘର ମାତ୍ର ୨ବର୍ଷ ମଧ୍ୟରେ ଭାଙ୍ଗିଥିବାରୁ ଏହା ନିମ୍ନମାନର କାମ ବୋଲି ସ୍ପଷ୍ଟ ହୋଇଛି। ତେଣୁ ଯେଉଁ ଠିକାଦାର ଏହାକୁ ନିର୍ମାଣ କରିଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଅନ୍ୟପକ୍ଷେ ରଣପୁର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୨୦ଫୁଟ ଦୂରରେ ରହିଛି ବିଦ୍ୟାଳୟ। ନିଜ କାର୍ଯ୍ୟାଳୟ ନିକଟରେ ଥିବାବେଳେ ବିଦ୍ୟାଳୟର ବିପଦସଙ୍କୁଳ ଅର୍ଦ୍ଧନିର୍ମିତ ଘରକୁ ତଦନ୍ତ ନ କରିବା ପରିତାପର ବିଷୟ ହୋଇଛି। ଏ ସମ୍ପର୍କରେ ନୟାଗଡ଼ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ୨ବର୍ଷ ତଳେ ନିର୍ମାଣ ହୋଇଥିବା ଘର କେଉଁ ପରିସ୍ଥିତିରେ ଭୁଶୁଡିଲା ତା’ର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।

୭ ଶିଶୁଙ୍କ ମୃତ୍ୟୁ ପରେ ବି ନାହିଁ ଚିନ୍ତା
୨୦୧୨ ଜୁଲାଇ ୯ରେ ରଣପୁର ସୁଅଁାସିଆ ସାହିରେ ଚାଲୁଥିବା ଅଙ୍ଗନୱାଡି କେନ୍ଦ୍ରର କାନ୍ଥ ଭୁଶୁଡି ୭ଜଣ ଶିଶୁ ପ୍ରାଣ ହରାଇଥିଲେ। ଏହି ଘଟଣା କେବଳ ଜିଲା ନୁହେଁ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ଏହା ପରେ ବି ପ୍ରଶାସନର ଚେତା ଫେରୁନି। ୭ ବର୍ଷ ପରେ ବାଳିକା ଉଚ୍ଚ ବିଦ୍ୟାଳୟ ଉପର ମହଲାରେ ୬୦ ଫୁଟର ତାଜା ଓ ଲିନ୍‌ଟେଲ ଭୁଶୁଡିବା ପ୍ରଶାସନର ଖାମଖିଆଲ ମନୋଭାବକୁ ପଦାରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri