Posted inଖେଳ

ରଣଜୀ ଟ୍ରଫି: ଓଡ଼ିଶା-ବେଙ୍ଗଲ କ୍ବାର୍ଟର ମୁକାବିଲା

କଟକ ଅଫିସ,୨୦ା୨- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଚାଲିଥିବା ରଣଜୀ ଟ୍ରଫିର କ୍ବାର୍ଟର ଫାଇନାଲ ରାଉଣ୍ଡ ଗୁରୁବାରଠାରୁ ଆରମ୍ଭ ହେବ। ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଶୁଭ୍ରାଂଶୁ ଶେଖର ସେନାପତିଙ୍କ ନେତୃତ୍ୱାଧୀନ ଓଡ଼ିଶା ଦଳର ମୁକାବିଲା ହେବ ଅଭିମନ୍ୟୁ ଇଶ୍ୱରନ୍‌ଙ୍କ ନେତୃତ୍ୱାଧୀନ ବେଙ୍ଗଲ ସହିତ। ହାତଗଣତି ତାରକା ଖେଳାଳିଙ୍କୁ ନେଇ ଆସିଥିବା ବେଙ୍ଗଲ ବିପକ୍ଷ ଏହି ମ୍ୟାଚ ରୋମାଞ୍ଚକର ହେବ। ରଣଜୀ ଇତିହାସରେ ଓଡ଼ିଶା-ବେଙ୍ଗଲ ମୋଟ୍‌ ୫୦ଥର ସାମ୍ନାସାମ୍ନି ହୋଇଥିବା ବେଳେ ଓଡ଼ିଶା କେବଳ ୨ଟି ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି। କ୍ବାର୍ଟର ମୁକାବିଲାରେ ଘରୋଇ ଗ୍ରାଉଣ୍ଡ ଓ ପରିବେଶ ଓଡ଼ିଶାକୁ ଭରପୂର ଫାଇଦା ଦେବ ବୋଲି ଆଶା କରାଯାଉଛି।

୪ ବର୍ଷ ପରେ ସାମ୍ନାସାମ୍ନି
ଓଡ଼ିଶା ଓ ବେଙ୍ଗଲ ଗତ ୨୦୧୫-୧୬ ରଣଜୀ ସିଜନରେ ଶେଷ ଥର ପାଇଁ ସାମ୍ନାସାମ୍ନି ହୋଇଥିଲେ। ବେଙ୍ଗଲ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯାଇଥିଲା। ଏକ ଲୋ-ସ୍କୋରିଂ ମ୍ୟାଚ୍‌ରେ ବେଙ୍ଗଲଠାରୁ ୧୩୩ ରନରେ ଓଡ଼ିଶା ହାରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗଲ ୧୪୨ରନରେ ଅଲଆଉଟ ହେବା ପରେ ଓଡ଼ିଶାର ପ୍ରଥମ ଇନିଂସ ୧୦୭ରନରେ ସୀମିତ ରହିଥିଲା। ବେଙ୍ଗଲ ଦ୍ୱିତୀୟ ଇନିଂସରେ ୧୩୫ରନରେ ଅଲଆଉଟ ହୋଇଥିଲା। ଓଡ଼ିଶା ସମ୍ମୁଖରେ ୧୭୦ରନର ବିଜୟ ଲକ୍ଷ୍ୟ ଥିବା ବେଳେ ଦଳ ମାତ୍ର ୩୭ରନରେ ସମସ୍ତ ଉଇକେଟ ହରାଇଥିଲା। ଏହି ମ୍ୟାଚ୍‌ରେ ଓଡ଼ିଆ ଖେଳାଳି ପ୍ରଜ୍ଞାନ ଓଝା ବେଙ୍ଗଲ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ।

୧୬ବର୍ଷର ସେମି ସ୍ବପ୍ନ
ଗତ ୨୦୦୪ ମସିହାରେ ଓଡ଼ିଶା ଶେଷଥର ପାଇଁ ସେମି ଫାଇନାଲରେ ପ୍ରବେଶ କରିଥିଲା। ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ମଧ୍ୟପ୍ରଦେଶଠାରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲା। ୧୬ବର୍ଷ ପରେ ପୁଣି ଥରେ ସେମିଫାଇନାଲ ଖେଳିବାର ସୁଯୋଗ ସୃଷ୍ଟି ହୋଇଛି। ବାରବାଟୀରେ ଖେଳାଯାଇଥିବା ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶାର ନେତୃତ୍ୱ ନେଉଥିଲେ ସଞ୍ଜୟ ରାଉଳ। ପ୍ରଭଞ୍ଜନ ମଲ୍ଲିକଙ୍କ ୧୪୨ରନର ଉପଯୋଗୀ ଇନିଂସ ସହାୟତାରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୩୧୮ରନ କରିଥିଲା। ଜବାବରେ ମଧ୍ୟପ୍ରଦେଶ ୨୫୮ରନରେ ଅଲଆଉଟ ହୋଇଥିଲା। ସଞ୍ଜୟ ଶତପଥୀ ୪ଟି ଓ ଦୀପକ ମଙ୍ଗରାଜ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଓଡ଼ିଶାର ଦ୍ୱିତୀୟ ଇନିଂସ ୨୫୩ରନରେ ସୀମିତ ରହିଥିଲା। ଅଧିନାୟକ ସଞ୍ଜୟ ସର୍ବାଧିକ ୮୭ରନ କରିଥିଲେ। ୫ ଉଇକେଟ ହରାଇ ମଧ୍ୟପ୍ରଦେଶ ବିଜୟ ଲକ୍ଷ୍ୟ ହାସଲ କରିଥିଲା।

ବେଙ୍ଗଲର ଦଳଗତ ପ୍ରଦର୍ଶନ
ଚଳିତ ସିଜନରେ ବେଙ୍ଗଲର ଉଭୟ ବ୍ୟାଟିଂ ଓ ବୋଲିଂ ଲାଇନଅପକୁ ନଜର ପକାଇଲେ, ବ୍ୟକ୍ତିଗତ ପ୍ରଦର୍ଶନ ଅପେକ୍ଷା ଦଳଗତ ପ୍ରଦର୍ଶନ ହିଁ ଦଳକୁ କ୍ବାର୍ଟର ଫାଇନାଲ ରାଉଣ୍ଡରେ ପହଞ୍ଚାଇଛି। ଦଳର ତାରକା ଖେଳାଳି ମନୋଜ ତିୱାରୀ ଲିଗ ପର୍ଯ୍ୟାୟରେ ମୋଟ୍‌ ୬୪୧ରନ କରିଛନ୍ତି। ଏହା ମଧ୍ୟରେ ଗୋଟିଏ ତ୍ରିଶତକୀୟ ଇନିଂସ ରହିଛି। ମନୋଜଙ୍କୁ ବାଦ୍‌ ଦେଇ ଲିଗ ପର୍ଯ୍ୟାୟରେ ଶତକ ହାସଲ କରିଥିବା ଅନ୍ୟ ବ୍ୟାଟ୍ସମ୍ୟାନ ହେଲେ ଅଭିଷେକ ରମଣ। ସେହିପରି ବୋଲିଂରେ ସାହାବାଜ ନଦିମ୍‌ ସର୍ବାଧିକ ୨୯ଟି ଉଇକେଟ ଅକ୍ତିଆର କରିଛନ୍ତି। ଆକାଶଦୀପ ୨୫ଟି ଉଇକେଟ ନେଇଥିବା ବେଳେ ମୁକେଶ କୁମାରଙ୍କୁ ୧୯ଟି ଉଇକେଟ ମିଳିଛି।

ଲକି ଗ୍ରାଉଣ୍ଡ ଡ୍ରିମ୍ସ
ଲିଗ ପର୍ଯ୍ୟାୟରେ ଓଡ଼ିଶା ୪ଟି ମ୍ୟାଚ୍‌ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳିଛି। ଏଠାରେ ହିଁ କ୍ବାର୍ଟର ମୁକାବିଲା ହେବ। ୪ଟି ମ୍ୟାଚ୍‌ରୁ ଓଡ଼ିଶା ୩ଟି ଜିତିଥିବା ବେଳେ ଗୋଟିଏ ପରାସ୍ତ ହୋଇଛି। ସର୍ଭିସେସକୁ ଇନିଂସ ଓ ୧୦ରନରେ, ଉତ୍ତରାଖଣ୍ଡକୁ ୧୦ ଉଇକେଟରେ, ଆସାମକୁ ଇନିଂସ ଓ ୩ରନରେ ହରାଇଛି ଘରୋଇ ଓଡ଼ିଶା। ଜମ୍ମୁ-କଶ୍ମୀର ବିପକ୍ଷ ମ୍ୟାଚ୍‌ରେ ଦଳ ୪ ଉଇକେଟରେ ପରାସ୍ତ ହୋଇଥିଲା।

ଦୃଢ଼ ମନୋବଳ ଫାଇଦା ଦେବ
ବେଙ୍ଗଲ ଏକ ଶକ୍ତିଶାଳୀ ଦଳ। ହେଲେ ଓଡ଼ିଶା ଖେଳାଳିଙ୍କ ଦୃଢ଼ ମନୋବଳ ଫାଇଦା ଦେବ ବୋଲି କହିଛନ୍ତି ଅଧିନାୟକ ଶୁଭ୍ରଂଶୁ ଶେଖର ସେନାପତି। ପ୍ରତ୍ୟେକ ଖେଳାଳି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ। ଘରୋଇ ପରିବେଶରେ ବେଙ୍ଗଲ ବିପକ୍ଷ ଏହି ମ୍ୟାଚ୍‌ ରୋମାଞ୍ଚକର ହେବ ବୋଲି ମ୍ପ୍ରେକାଶ କରିଛନ୍ତି।

ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି(ଅଧିନାୟକ), ବିପ୍ଳବ ସାମନ୍ତରାୟ(ଉପଅଧିନାୟକ), ଗୋବିନ୍ଦ ପୋଦ୍ଦାର, ଅନୁରାଗ ଷଡ଼ଙ୍ଗୀ, ଦେବାଶିଷ ସାମନ୍ତରାୟ, ରଣଜିତ ସିଂ, ଅଭିଷେକ ରାଉତ, ଶାନ୍ତନୁ ମିଶ୍ର, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଅଙ୍କିତ ଯାଦବ, ପ୍ରୀତ କନୱର ସିଂ ଚୌହ୍ବାନ, ଦେବବ୍ରତ ପ୍ରଧାନ, ସୁଜିତ ଲେଙ୍କା(ଉଇକେଟ କିପର), ରାଜେଶ ଧୂପର(ଉଇକେଟ କିପର), ପପୁ ରାୟ। କୋଚ୍‌:ରଶ୍ମୀ ରଞ୍ଜନ ପରିଡ଼ା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri