ରଜମଉଜ ମହୋତ୍ସବ ଉଦ୍‌ଘାଟିତ:‘ସବୁଜ ସହର ଗଢ଼ିବାକୁ ସଂକଳ୍ପ ନିଅ’

ଢେଙ୍କାନାଳ ଅଫିସ, ୧୫।୬ଅଶୀ ଦଶକରେ ଢେଙ୍କାନାଳ ସହର ସବୁଜିମାରେ ପରିପୂର୍ଣ୍ଣ ହୋଇ ରହିଥିଲା। ରଜ ମହୋତ୍ସବରେ ପିଲାମାନେ ଗଛରେ ଦୋଳି ବାନ୍ଧି ଖେଳୁଥିଲେ। ସେଦିନର ସବୁଜ ପରିବେଶ ଆଉ ନାହିଁ। ଏ ଦିଗରେ ଚିନ୍ତା କରିବାର ବେଳଆସିଛି। ସମସ୍ତେ ମିଳିମିଶି ଉଦ୍ୟମ କଲେ ଉଜୁଡ଼ି ଯାଇଥିବା ସବୁଜିମା ଫେରିଆସିବ। ଏଥିପାଇଁ ସମସ୍ତେ ସଂକଳ୍ପ ନେବା, ଯେପରି ରାଜ୍ୟ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଏଠାକାର ସବୁଜ ବନାନୀ ଦେଖିବାକୁ ଲୋକେ ଆସିବେ ବୋଲି କହିଛନ୍ତି ‘ଧରିତ୍ରୀ’ ଏବଂ ଓଡ଼ିଶା ପୋଷ୍ଟ’ ସମ୍ପାଦକ ତଥାଗତ ସତପଥୀ। ସାଂସ୍କୃତିକ ଅନୁଷ୍ଠାନ ଗୁଡନାଇଟ୍‌ କ୍ଲବ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୫ମ ରଜ ମଉଜ-୨୦୧୯ ଉତ୍ସବର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ସହରବାସୀଙ୍କୁ ଏପରି ଆହ୍ବାନ କରିଛନ୍ତି। ଦୁଇଦିନ ଧରି ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନ ସଭାମଞ୍ଚ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ନାମରେ ଉତ୍ସର୍ଗ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବରାଜ ଅମରଜ୍ୟୋତି ସିଂଦେଓ କହିଲେ, ପ୍ରଥମ ଦିବସ ମଞ୍ଚ କଳ୍ପନାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। ଅନୁଷ୍ଠାନର ଏପରି କାର୍ଯ୍ୟ ସ୍ବାଗତଯୋଗ୍ୟ ବୋଲି ସେ କହିଥିଲେ। ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ତାରକା ମିହିର ଦାସ କହିଲେ, ଆମ ଅଜାଣତରେ ଓଡ଼ିଆ ସଂସ୍କୃତିକୁ ହିନ୍ଦୀ ଭାଷା ଗ୍ରାସ କଲାଣି। ଏବେଠାରୁ ସମସ୍ତେ ସଚେତନ ହେଲେ ଏପରି ଅବକ୍ଷୟ ରୋକାଯାଇପାରିବ।
ଉପଦେଷ୍ଟା ସୁକାନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ କବୟିତ୍ରୀ ମନୋଜ ମଞ୍ଜରୀ ନନ୍ଦଙ୍କ କବିତା ସଙ୍କଳନ ପୁସ୍ତକ ‘କବିତା ମଞ୍ଜରୀ’ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଦୁଃସାହସିକ କ୍ରୀଡାବିତ୍‌ ବିଭାରାଣୀ ପାଟରାଙ୍କୁ ‘କଳ୍ପନା ଦାଶ ସ୍ମୃତି ସମ୍ମାନ’, ବିଶିଷ୍ଟ ତବଲା ବାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ରାଧାକାନ୍ତ ନନ୍ଦଙ୍କୁ ‘ରଜ ମଉଜ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଓଲିଉଡ ଅଭିନେତ୍ରୀ ରିଆ ଦେ ସମ୍ବର୍ଦ୍ଧିତ ହୋଇଥିଲେ। ନିରଦାନନ୍ଦ ନନ୍ଦ ମାନପତ୍ର ପାଠ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ପୁରସ୍କୃତ ହୋଇଥିଲେ।
ଏହାପରେ ନାଟ୍ୟକାର ଦୀନେଶ ଦାସଙ୍କ ନିର୍ଦ୍ଦେଶନାରେ ପରିବେଷିତ ହୋଇଥିଲା ନାଟକ ‘କଳ୍ପନା ଦି ୱାଣ୍ଡର’। ରିଆଙ୍କ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ଏହି ଅବସରରେ ୭୫ କେଜି ଓଜନର ପୋଡ଼ପିଠାକୁ ଅତିଥିମାନେ କାଟିବା ପରେ ଦର୍ଶକଙ୍କୁ ବଣ୍ଟାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସଂଯୋଜକ ସତ୍ୟସ୍ବରୂପ ଦାସ, କବି ଅଥୟ କୁମାର ସାହୁ, ଅରବିନ୍ଦ ସାହୁ, ଦେବାଶିଷ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୂର୍ବାହ୍ନରେ ଗୋପବନ୍ଧୁ ଟାଉନ ହଲ୍‌ରେ ରଜ ମଉଜ ଉତ୍ସବ ଅବସରରେ ଆୟୋଜିତ ପ୍ରତିଯୋଗିତାକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri