ରକ୍ତଦାନ ପାଇଁ ଆଗେଇ ଆସିଲେ

ବାରିପଦା ଅଫିସ,୧୬ା୪- ବର୍ତ୍ତମାନ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ ଡାଉନ କରାଯାଇଛି। ଏଥି ଯୋଗୁଁ ବିଭିନ୍ନ ସ୍ଥାନରେ ହେଉଥିବା ରକ୍ତଦାନ ଶିବିର ବନ୍ଦ ହୋଇ ଯାଇଛି। ଫଳରେ ବ୍ଲଡ ବ୍ୟାଙ୍କ୍‌ରେ ରକ୍ତର ଅଭାବ ପରିଲ୍ଲକ୍ଷିତ ହୋଇଛି। ଏହାକୁ କିଛି ମାତ୍ରାରେ ଦୂରେଇବା ପାଇଁ ବାରିପଦା ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବାରିପଦା ରେଡ଼କ୍ରସ୍‌ ଭଣ୍ଡାରଠାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟସଭା ସଦସ୍ୟା ମମତା ମହାନ୍ତ, ପୂର୍ବତନ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ. ଦେବାଶିଷ ମାରାଣ୍ଡି, ଓଡ଼ିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି , ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ସମେତ ଏକାଧିକ ବିଜେଡି ନେତା ଓ କର୍ମୀମାନେ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

କୋରାପୁଟରେ ରଜ ମହୋତ୍ସବ

କୋରାପୁଟ,୧୪।୬(ଅମିତାଭ ବେହେରା ): ଓଡ଼ିଶାର ଗଣପର୍ବ ରଜର ଉତ୍ସାହ ଏବେ ଗାଁଠୁ ସହର ସବୁଠି ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ସ୍ଥିତ ସ୍ଥାନୀୟ ଦକ୍ଷତା ବୃଦ୍ଧି…

ନାଳରୁ ମିଳିଲା ମୃତଦେହ: କାରଣ ଖୋଜୁଛି ପୋଲିସ

ବଞ୍ଚୋ,୧୪।୬:(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ନାନିକାବାହାଳି ଗ୍ରାମ ନିକଟସ୍ଥ ଗଣ୍ଡନାଳରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ…

ଭାରସାମ୍ୟ ହରାଇ ଗଛକୁ ପିଟିଲା ବୁଲେଟ୍, ୩….

ଭଞ୍ଜନଗର,୧୪।(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲୀ ଛକ ନିକଟରେ ଥିବା ଜଳଭଣ୍ଡାର ଗୋଲେଇ ଠାରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରବିବାର…

ଚାମେଲି ଓଝାଙ୍କ ସମର୍ଥନରେ ବେତାଳିଗାଁ ବଜାରରେ ବିଶାଳ ପ୍ରତିବାଦ ସଭା, ଗର୍ଜିଲେ ଜନସାଧାରଣ

ତିହିଡ଼ି,୧୪।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରଠାରେ ପାଳାସାହି ଗ୍ରାମପଞ୍ଚାୟତ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri