ରକେଟ୍‌ ଲଞ୍ଚର ‘ପିନାକା’ର ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୦।୧୨-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଡିଆର୍‌ଡିଓ (ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା) ର ପିଏକ୍ସଇ (ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିଶମେଣ୍ଟ ପକ୍ଷରୁ ବହୁମୁଖୀ ରକେଟ୍‌ ଲଞ୍ଚର ‘ପିନାକା’ର ବ୍ୟବହାରିକ ପରୀକ୍ଷା କରାଯାଇଛି। ଗୁରୁବାର ମଧ୍ୟାହ୍ନ ୧୨ଟା ୫ମିନିଟ୍‌ରେ ଏକ ଟ୍ରକ୍‌ରୁ ଏକାଥରେ ୧୨ଟି ରକେଟ୍‌ ବିଭିନ୍ନ ଦିଗରେ ଛଡ଼ାଯାଇଥିଲା। ୧ କିଲୋଗ୍ରାମ୍‌ ୨୫୦ ଗ୍ରାମ୍‌ ଓଜନର ବିସ୍ଫୋରକ ବହନ କରି ଏହି ରକେଟଗୁଡିକ ମାତ୍ର ୪୪ ସେକେଣ୍ଡରେ ୪୦ କି.ମି. ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିଥିଲା। ଡିଆର୍‌ଡିଓ ଦ୍ୱାରା ପ୍ରସ୍ତୁତ ଏବଂ ବିକଶିତ କରାଯାଇଥିବା ଏହି ବହୁମୁଖୀ ରକେଟ୍‌ ଲଞ୍ଚର ପରୀକ୍ଷଣ ସଫଳ ହୋଇଥିବା କୁହାଯାଇଛି। ପିନାକାର ପରୀକ୍ଷା ସମୟରେ ଡିଆର୍‌ଡିଓର ବୈଜ୍ଞାନିକ ଓ ଏହି ପ୍ରକଳ୍ପ ସହ ସମ୍ପୃକ୍ତ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। ଭାରତୀୟ ବାୟୁସେନାରେ ‘ପିନାକା’ ରକେଟ୍‌ ପୂର୍ବରୁ ସାମିଲ ହୋଇସାରିଛି।
ସୂଚନାଯୋଗ୍ୟ, ପୂର୍ବରୁ ଏକାଧିକ ବାର ‘ପିନାକା’ର ପରୀକ୍ଷଣ ହୋଇସାରିଛି। ବିଭିନ୍ନ ପରୀକ୍ଷଣ କାଳରେ ଏହାର ଦୂରତା ବୃଦ୍ଧି କରାଯାଉଛି। କାର୍ଗିଲ ଯୁଦ୍ଧ ସମୟରେ ଏହାର ବ୍ୟବହାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ ସଟର ତାଡି ଲୁଟ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ: ମାଡ଼ିବସିଲେ ଗ୍ରାମବାସୀ

ଭୋଗରାଇ, ୧୨l ୧( ପ୍ରଦୀପ ଦାସ ): ବ୍ୟାଙ୍କ ସଟର ତାଡି ଲୁଟ କରିବାକୁ ଉଦ୍ୟମ କରୁଥିବାବେଳେ ଧରିପକାଇଲେ ଗ୍ରାମବାସୀ। ରବିବାର ବିଳମ୍ବିତ ରାତିରେ ୩...

ଖାଇ ସାରି ବିଶ୍ରାମ ନେଉଥିବାବେଳେ ଟଳିପଡିଲେ ହୋମଗାର୍ଡ: ଆଉ ତା’ପରେ…

ବାଲେଶ୍ୱର,୧୨।୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଚାନ୍ଦିପୁର ଡିଆରଡ଼ିଓରେ କାର୍ଯ୍ୟରତ ଜଣେ ହୋମଗାର୍ଡଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି l ମୃତ ହୋମଗାର୍ଡ ହେଲେ ଅଲେଖ ଜେନା...

ସ୍କୁଲରେ ଖେଳୁଥିବାବେଳେ ଛାତ୍ରଙ୍କ ଉପରେ ଭାଙ୍ଗିପଡିଲା ଫଳକ, ଚାଲିଗଲା ଜୀବନ

ବାଲିଆପାଳ, ୯।୧(ଅମୁଲ୍ୟ ଦାସ ): ସ୍କୁଲରେ ଫଳକ ଭାଙ୍ଗି ପଞ୍ଚମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ସ୍କୁଲ ପରିସରରେ ଖେଳୁଥିବାବେଳେ ଫଳକ ଭାଙ୍ଗି ପଡିଥିଲା। ବାଲେଶ୍ବର...

ଧର୍ମାନ୍ତର ବିବାଦକୁ ନେଇ ହୋଇପାରୁନି ସତ୍କାର, ୨୫ ଘଣ୍ଟା ଧରି ପଡି ରହିଛି ଶବ

ଜଳେଶ୍ୱର, ୯।୧(ନବୀନ ସାହୁ) : ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କାଳିକ ପଞ୍ଚାୟତ ୪ନମ୍ବର ୱାର୍ଡ ରଙ୍ଗମାଟିଆ ଗାଁରେ ଏକ ଅଭାବନୀୟ ଘଟଣା...

AQI ବୃଦ୍ଧିକୁ ନେଇ ବାଲେଶ୍ବର ପାଇଁ ଜାରି ହେଲା ପ୍ରଦୂଷଣ କଟକଣା, ଆଗାମୀ ୭ ଦିନ ପାଇଁ ଗାଇଡ୍‌ଲାଇନ…

ବାଲେଶ୍ୱର,୫ା୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାରେ ବର୍ତ୍ତମାନ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ଜିଲ୍ଲାପାଳ ଗାଇଡ୍‌ଲାଇନ ଜାରି କରିଛନ୍ତି । GRAP ଷ୍ଟେଜ୍–II ମାର୍ଗଦର୍ଶିକା ଅନୁସାରେ,...

ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ, ଦୁଇଥର ବିଧାୟକ ହୋଇଥିଲେ

ନୀଳଗିରି, ୦୨/୦୧(ପ୍ରଶାନ୍ତ କୁମାର ବିଶ୍ୱାଳ): ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ । କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri