ଯୌତୁକ ଜନିତ ବଧୂହତ୍ୟା ମାମଲା: ଧରମ ମା’, ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ

କୁଜଙ୍ଗ,୫ା୩(ଡି.ଏନ.ଏ.): ଏକ ଯୌତୁକଜନିତ ବଧୂହତ୍ୟା ମାମଲାର ବୁଧବାର ରାୟ ପ୍ରକାଶ ପାଇଛି। କୁଜଙ୍ଗ ଅତିରିକ୍ତ ଜିଲା ଓ ଦୌରାଜଜ ପ୍ରଣବ କୁମାର ରାଉତରାୟ ମାମଲାର ବିଚାର କରି ଅଭିଯୁକ୍ତ କୁଜଙ୍ଗ ଥାନା ଅନ୍ତର୍ଗତ ଗୋପିଆକୁଦ ଅଞ୍ଚଳର ଧରମ ମା’ ଓ ଧରମ ପୁଅକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହିତ ୧୦ ହଜାର ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟେ ଅତିରିକ୍ତ ୩ ମାସ ଜେଲଦଣ୍ଡାଦେଶ ଭୋଗିବାକୁ ରାୟରେ ଶୁଣାଇଛନ୍ତି। ରାୟ ପ୍ରକାଶ ପାଇବାପରେ ପୀଡ଼ିତା ପରିବାର ସତ୍ୟର ଜୟ ହେଲା ବୋଲି ପ୍ରତିକ୍ରିୟାରେ କହିଛନ୍ତି।
ସୂଚନା ଅନୁସାରେ, କୁଜଙ୍ଗ ଥାନା ଅଧୀନ ବାଲିଆ ଗ୍ରାମର ଦିବାକର ବେହେରାଙ୍କ ଝିଆରୀ ମାମିନାଙ୍କ ୨୦୧୫ ଜୁଲାଇ ୧୮ରେ ଗୋପିଆକୁଦ ଅଞ୍ଚଳର ରାମଚନ୍ଦ୍ର ରାଉତଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ସମୟରେ କନ୍ୟାପକ୍ଷରୁ ବରପକ୍ଷର ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଶାଶୁଘର ଲୋକେ ଅଧିକ ଯୌତୁକ ଆଣିବାକୁ ମାମିନାଙ୍କ ଉପରେ ଚାପ ପକାଇଥିଲେ। ଏପରି କି ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନ ଦେଉଥିଲେ। ୨୦୧୫ ଅକ୍ଟୋବର ୬ରେ ରାମଚନ୍ଦ୍ର ଏବଂ ତାଙ୍କ ଧରମ ମା’ ମିନୀ ସାହୁ ମାମିଙ୍କୁ କିରୋସିନ ଢାଳି ପୋଡ଼ି ହତ୍ୟା କରିଥିଲେ। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଦେବାଶିଷ କଣ୍ଠ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାମୁଁ ଘରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ; ୧୬ ବର୍ଷୀୟା ନାବାଳିକା ୮ ମାସର ଗର୍ଭବତୀ, ଯୁବକ ଗିରଫ

ବଞ୍ଚୋ/ଘସିପୁରା, ୨୮।୫(ପ୍ରଦୋଷ କୁମାର ବିଶ୍ୱାଳ /ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ…

ସୌମ୍ୟଙ୍କ ସାଙ୍ଗ ଭୂମିକା ତଦନ୍ତ ପରିସର: କ୍ରାଇମବ୍ରାଞ୍ଚ ଡିଆଇଜି

ଭୁବନେଶ୍ୱର,୨୮।୫: କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏକ ବଡ଼ ସୂଚନା ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ଆହୁରି ୧୦ଜଣ ଅଭିଯୁକ୍ତ…

‘ଯଦି ସରକାର ପରିବର୍ତ୍ତନ ହୋଇନଥାନ୍ତା, ତେବେ ମୋତେ ବିହାର ଫେରିବାକୁ ପଡିଥାନ୍ତା…’ – ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢି ଖୁଆଇଥିବା ବିକ୍ରମ କାହିଁକି କହିଲେ ଏମିତି? ଜାଣନ୍ତୁ…

କୋଲକାତା,୨୮।୫: ‘ଯଦି ବଙ୍ଗଳାରେ ସରକାର ପରିବର୍ତ୍ତନ ହୋଇନଥାନ୍ତା, ତେବେ ଆମକୁ ସବୁକିଛି ପରିତ୍ୟାଗ କରି ବିହାର ଫେରିଯିବାକୁ ପଡ଼ିଥାନ୍ତା।’ ଏଗୁଡ଼ିକ ହେଉଛି ଝାରଗ୍ରାମର ଜଣେ ଝାଲମୁଢି ବିକ୍ରେତା…

ଅର୍ଦ୍ଧନିର୍ମିତ ବ୍ରିଜ୍ ପାଇଁ ବିପଦରେ ଲୋକଙ୍କ ଜୀବନ, ସମାଧାନ ପାଇଁ ପ୍ରଶାସନକୁ ଦାବି କଲେ ସ୍ଥାନୀୟ ବାସିନ୍ଦା

ଛତ୍ରପୁର,୨୮।୫(ଦିଲ୍ଲୀପ ସାମଲ) : ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ବିକାଶମୂଳକ ପଦକ୍ଷେପ ନେଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…

ସରକାରୀ ଅଫିସରେ ବି ଅସୁରକ୍ଷିତ ମହିଳା! DRDA ଲେଡିଜ୍‌ ୱାସରୁମରୁ ଲାଗିଥିଲା ସିକ୍ରେଟ କ୍ୟାମେରା

ତିର୍ତ୍ତୋଲ,୨୮।୫(ଗୌରାଙ୍ଗ ଚରଣ ସ୍ବାଇଁ): ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଜବତ ହୋଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା…

ମାତ୍ର ୩ ଶବ୍ଦରେ ଜବାବ ଦେଲେ ବୈଭବ

ନୂଆଦିଲ୍ଲୀ,୨୮।୫: IPL 2026 ଏଲିମିନେଟର ମ୍ୟାଚ ସମୟରେ ସମଗ୍ର ବିଶ୍ୱ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଚମତ୍କାରିତା ଦେଖିଥିଲା। ବୈଭବ ମାତ୍ର 29 ବଲରେ 97 ରନ କରିଥିଲେ,…

ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲା କାର୍, ଦୁର୍ଘଟଣାରେ ଚାଲିଗଲା ୨ଜୀବନ

କେନ୍ଦୁଝର,୨୮।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଢେଙ୍କାନାଳରୁ ଘଟଗାଁ ଯାଉଥିବା ବେଳେ ରାସୋଳ ଗ୍ରାମ…

ମୁକେଶ ଅମ୍ବାନୀଙ୍କ 0 ଦରମା; ୬ ବର୍ଷରେ ବି ନେବେନି, ଆୟର ଉତ୍ସ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୨୮।୫: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହି ବର୍ଷ ପୁଣି ଥରେ କମ୍ପାନୀରୁ ଦରମା ନେବେ ନାହିଁ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri