ଯୋଡ଼ାରେ କେନ୍ଦ୍ରୀୟ ଶ୍ରମ ମଙ୍ଗଳ କମିଶନର

ଯୋଡ଼ା ୧୮।୯(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ସହରରେ ୧୯୭୮ ମସିହାରେ କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ସ୍ଥାପନ ହୋଇଥିବା ୫୦ ଶଯ୍ୟା ବିଶିଷ୍ଟ ଯୋଡା କେନ୍ଦ୍ରୀୟ ଚିକିତ୍ସାଳୟର ବିଭିନ୍ନ ସମସ୍ୟାର ନିରାକରଣ ଓ ସ୍ଥାୟୀ ପ୍ରତିକାର ପାଇଁ କେନ୍ଦ୍ର ଶ୍ରମ ମଙ୍ଗଳ କମିଶନର ମଞ୍ଜୁଲତା ବେହେରା ଯୋଡା ଗସ୍ତରେ ଆସିଥିଲେ । ବୁଧବାର ଅପରାହ୍ନରେ କେନ୍ଦ୍ରୀୟ ଚିକିତ୍ସାଳୟର ଡା. ସୁକାନ୍ତ ଚନ୍ଦ୍ର ଦାସ , ବଡବିଲ୍‌ରେ ଅବସ୍ଥାପିତ ଶ୍ରମ ବିଭାଗର ଓ୍ବେଲଫେୟାର କମିଶନର ଏମ.ଏ. ଖାନ୍‌ , ଓ୍ବେଲଫେୟାର ଆଡମିନିଷ୍ଟ୍ରେଟର ମୁକ୍ତିପ୍ରଭା ସାହୁ ପ୍ରମୁଖଙ୍କ ସହିତ ଡାକ୍ତରଖାନାରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।
ଡାକ୍ତରଖାନାର ଡାକ୍ତର ନିଯୁକ୍ତି, କର୍ମଚାରୀ ଅଭାବ, ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଡାକ୍ତରଖାନାର ମରାମତି, ଡାକ୍ତରଖାନାର ବଜେଟ ବୃଦ୍ଧି , ବନ୍ଦ ରହିଥିବା ବ୍ଲଡ ବ୍ୟାଙ୍କକୁ କାର୍ଯ୍ୟକାରୀ କରିବା ପ୍ରଭୃତି ନିଜ ଉତ୍ତରରେ ବେହେରା କହିଥିଲେ। ଏ ସମସ୍ତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କର ଶ୍ରମ ମନ୍ତ୍ରଣାଳୟକୁ ଦିଆଯିବ କହିବା ସହିତ ଡାକ୍ତରଖାନା ପକ୍ଷରୁ ମୁଖ୍ୟ ଡାକ୍ତରଙ୍କୁ ଦିଆଯାଇଥିବା ୧କୋଟି ଟଙ୍କା ଖର୍ଚ୍ଚ ବଜେଟର ପ୍ରସ୍ତାବ ସମ୍ପର୍କରେ ସେ ସମୀକ୍ଷା କରିବା ପାଇଁ ଆସିଛନ୍ତି ବୋଲି ଖବରଦାତା ମାନଙ୍କୁ କହିଥିଲେ। ଡେପୁଟି କମିଶନର ଏମ. ଏ. ଖାନ କହିଥିଲେ ଯେ, ଏପ୍ରିଲ ମାସ ୨୦୧୬ ମସିହାଠାରୁ ଡାକ୍ତରଖାନାକୁ ମିଳୁଥିବା ଖଣିଜ ସେସ୍‌ ଟ୍ୟାକ୍ସ ସରକାର ଉଠାଇଦେବା ପରେ ଏହାର ବଜେଟ୍‌ କେନ୍ଦ୍ର ସରକାରଙ୍କର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଆସୁଛି। ତେବେ ଖୁବ୍‌ ଶୀଘ୍ର ଡାକ୍ତରଖାନାର ପୁନରୁଦ୍ଧାର କରାଯାଇ ଏହାକୁ ସୁପରିଚାଳିତ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ଡାକ୍ତରଖାନାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଡାକ୍ତରଖାନାର ବହୁବିଦ୍ଧ ସମସ୍ୟା ଉପରେ ଧରିତ୍ରୀରେ ଶୀର୍ଷକ ‘କୋମାରେ ଯୋଡା କେନ୍ଦ୍ରୀୟ ଚିକିତ୍ସାଳୟ’ ପ୍ରକାଶିତ ହୋଇଥିଲା। ଏହି ଡାକ୍ତରଖାନାର ପୁନରୁଦ୍ଧାର ପାଇଁ ବିଭିନ୍ନ ଶ୍ରମିକ ସଂଗଠନ ଓ ସାମାଜିକ ସଂଗଠନ ମାନେ ଦାବି କରିଆସୁଛନ୍ତି। ମାତ୍ର କେନ୍ଦ୍ର ସରକାରଙ୍କ ଅବହେଳା ହେତୁ ଏହି ଡାକ୍ତରଖାନାଟି ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

କଟକ-ଭୁବନେଶ୍ୱରକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୭।୪: ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶନିବାର ଲାଗି କଟକ-ଭୁବନେଶ୍ୱର(ଟୁଇନ୍‌ ସିଟି)କୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଠାରେ...

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

ଏଯାଏ ଛିଣ୍ଡୁନି ଅଙ୍କ, ଚିନ୍ତାରେ ଆଶାୟୀ; ଆଉ ୬-୧୫-୯ ଆସନ ବାକି

ଭୁବନେଶ୍ୱର,୨୭।୪: ନିର୍ବାଚନ ତାରିଖ ପାଖେଇ ଆସିଲେ ହେଁ ରାଜ୍ୟର ୩ ପ୍ରମୁଖ ଦଳ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏଯାବତ ବିଜେଡି ୬, ଭାଜପା...

ରାଜଧାନୀ ତାତି ଟପିଲା ୪୧

ଭୁବନେଶ୍ୱର,୨୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି କ୍ରମରେ ଦିନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୧.୨ ଡିଗ୍ରୀ ପାର କରିଛି। ସେହିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri