Posted inଫୁରସତ

ଯେଉଁଠି ପ୍ରତିଦିନ ବୃଦ୍ଧିପାଉଛି ଗଣେଶଙ୍କ ମୂର୍ତ୍ତିର ଉଚ୍ଚତା

ଛତିଶଗଡ଼ର ଦାନ୍ତେୱାଡ଼ା ଅଞ୍ଚଳର ଢୋଲକଲ ପାହାଡ଼ରେ ରହିଛି ଏକ ରହସ୍ୟମୟ ଗଣେଶ ମୂର୍ତ୍ତି। ପ୍ରାୟ ୧୧୦୦ ବର୍ଷ ପୁରୁଣା ଏହି ମୂର୍ତ୍ତିଟିର ଉଚ୍ଚତା ପ୍ରତିଦିନ ବୃଦ୍ଧି ପାଇଥାଏ। ସମୁଦ୍ର ପତ୍ତନଠାରୁ ୧୩ହଜାର ଫୁଟ୍‌ ଉଚ୍ଚରେ ଏହା ଅବସ୍ଥିତ। ମୂର୍ତ୍ତିର ଉଚ୍ଚତା ବୃଦ୍ଧିକୁ ନେଇ ଅନେକ ଗବେଷଣା ଚାଲିଥିଲେ ବି ପ୍ରକୃତ ରହସ୍ୟର ଆଜିଯାଏ ଉନ୍ମୋଚନ ହୋଇପାରୁ ନାହଁି। ଏଭଳି ଅଲୌକିକ ତଥା ରହସ୍ୟମୟ ମୂର୍ତ୍ତିକୁ ଦେଖିବାକୁ ଅନେକଙ୍କ ମଧ୍ୟରେ କୌତୁହଳ ପ୍ରକାଶ ପାଇଛି। କିନ୍ତୁ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚତ୍ବାକୁ ହେଲେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ପ୍ରଥମତଃ ମାଓ ଅଧ୍ୟ୍ୟୁଷିତ ଅଞ୍ଚଳ ହୋଇଥିବାରୁ ମନରେ ଭୟ ତ ରହିଥାଏ। ତା’ସାଙ୍ଗକୁ ଜଙ୍ଗଲିଆ ରାସ୍ତା ଖୁବ୍‌ ବିପଦପୂର୍ଣ୍ଣ। ଏଠାରେ ମହାବିନାୟକଙ୍କ କଳା ମୁଗୁନି ପଥରରେ ନିର୍ମିତ ମୂର୍ତ୍ତିର ଅବସ୍ଥିତିକୁ ନେଇ ଅନେକ ଜନଶ୍ରୁତି ରହିଛି। କୁହାଯାଏ, ଏହା ହେଉଛି ଗଜାନନ ଏବଂ ପର୍ଶୁରାମଙ୍କ ସେହି ଅଦେଖା ଯୁଦ୍ଧଭୂମି ଯେଉଁଠାରେ ଭଗବାନ ଗଣେଶଙ୍କ ଭଙ୍ଗା ଦାନ୍ତର କିଛି ଅଂଶ ଆଜି ବି ମହଜୁଦ୍‌ ରହିଛି। ତେଣୁ ତାଙ୍କୁ ଏକଦନ୍ତ ବୋଲି ମଧ୍ୟ କୁହାଯାଏ। ପ୍ରତିଦିନ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ପାଉଥିବାରୁ ଆଭୂଷଣ ମଧ୍ୟ ଆପଣାଛାଏଁ ଛୋଟ ହେବାରେ ଲାଗିଛି। ଏହା କାହଁିକି ଓ କିପରି ହେଉଛି ତାହା ରହସ୍ୟମୟ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri