‘ଯୁବପିଢ଼ିଙ୍କ ହାତରେ ନୂତନ ଭାରତ’

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଦେଶ ସ୍ବାଧୀନ ହେବା ସମୟରେ ଯେତିକି ଲୋକ ଥିଲେ, ବର୍ତ୍ତମାନ ତା’ର ବହୁ ଗୁଣା ଅଧିକ ଅଛନ୍ତି। ଏମାନଙ୍କ ମଧ୍ୟରେ ୬୦ପ୍ରତିଶତ ଲୋକ ୩୫ବର୍ଷରୁ କମ୍‌ ବୟସର ଅଛନ୍ତି। ତେଣୁ ନୂତନ ଭାରତ କିପରି ହେବାର ଆବଶ୍ୟକ ରହିଛି, ତାହା ଆଜିର ଯୁବପିଢ଼ି ନିର୍ଦ୍ଧାରଣ କରିବା ଉଚିତ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି। ହରେକୃଷ୍ଣ ମହତାବ ଫାଉଣ୍ଡେଶନ ପକ୍ଷରୁ ୩୧ତମ ସ୍ମାରକୀ ବକ୍ତୃତାରେ କେନ୍ଦ୍ରମନ୍ତ୍ରୀ ଯୋଗଦେଇ ଏହା କହିଛନ୍ତି।
ମଙ୍ଗଳବାର ଇଡ୍‌କଲ ଅଡିଟୋରିୟମଠାରେ ଆୟୋଜିତ ‘ଇଣ୍ଡିଆସ୍‌ ଫ୍ୟୁଚର ଜର୍ନି ଇନ୍‌ ନ୍ୟୁ ଇଣ୍ଡିଆ’ ଉପରେ କେନ୍ଦ୍ରମନ୍ତ୍ରୀ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ନୂତନ ଭାରତ ପାଇଁ କେବଳ କୌଣସି ଗୋଷ୍ଠୀ ଭିତରେ ଆଲୋଚନା ହେଲେ କିମ୍ବା ଭାରତରେ ସୀମିତ ହେଲେ ହେବ ନାହିଁ। ଭାରତକୁ ଆଗକୁ ବଢ଼ିବା ପାଇଁ ଓ ବିଶ୍ୱସ୍ତରରେ କିପରି ଲାଭ ପାଇପାରିବ ସେଥିପାଇଁ ଆମକୁ ଅନ୍ୟ ଦେଶ ସହ ଆଲୋଚନା କରିବାକୁ ହେବ। ନୂତନ ଭାରତ ପାଇଁ ଅର୍ଥନୈତିକ କ୍ଷେତ୍ରକୁ ଗୁରୁତ୍ୱ ଦେବାକୁ ପଡ଼ିବ। ଏହାସହ ନୂତନ ଜ୍ଞାନକୌଶଳ, ଡିଜିଟାଲାଇଜେଶନ, ଜଳବାୟୁ ପରିବର୍ତ୍ତନ, ଭିତ୍ତିଭୂମି ଉପରେ ଦୃଷ୍ଟି ଦେବାକୁ ପଡ଼ିବ। ଆମ ପାଖରେ ପ୍ରାକୃତିକ ସମ୍ବଳ ସହିତ ମାନବ ସମ୍ବଳ ଅଧିକ ରହିଛି। ଏହି ଦୁଇଟିଯାକ ଯଦି ମିଶିଯାଏ ତେବେ ନୂତନ ଭାରତର ଲକ୍ଷ୍ୟ ସଫଳ ହୋଇପାରିବ। ପ୍ରତ୍ୟେକ ଜିଲାରେ ଭିତ୍ତିଭୂମିକୁ ବୃଦ୍ଧି କରିବାକୁ ହେବ। ଯଦି ଏହା ସମ୍ଭବ ହୋଇପାରିବ ତେବେ ଭାରତର ସର୍ବାଙ୍ଗୀନ ବୃଦ୍ଧି ସମ୍ଭବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଡ. ହରେକୃଷ୍ଣ ମହତାବଙ୍କ ସମ୍ପର୍କରେ ବକ୍ତବ୍ୟ ରଖି ସେ କହିଛନ୍ତି, ହରେକଷ୍ଣ ମହତାବ ଜଣେ ଦକ୍ଷ ରାଜନେତା ସହ ପ୍ରଭାବଶାଳୀ ବ୍ୟକ୍ତି ଥିଲେ। ସମାଜର ହିତ ପାଇଁ ସେ ନିଜକୁ ଉତ୍ସର୍ଗ କରିଥିଲେ। ଗରିବ ଓ ଆଦିବାସୀଙ୍କୁ କିପରି ସବୁ ପ୍ରକାର ସୁବିଧା ମିଳିପାରିବ ସେଥିପାଇଁ ସେ କାର୍ଯ୍ୟ କରୁଥିଲେ। ଆଜିର ଯୁବପିଢ଼ି ତାଙ୍କ ପ୍ରେରଣାରେ ଅନୁପ୍ରାଣିତ ହେବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପୂର୍ବତନ ନିର୍ବାଚନ କମିଶନର ରବି ନାରାୟଣ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ଏମ୍‌ପି ତଥା ହରେକୃଷ୍ଣ ମହତାବଙ୍କ ସୁପୁତ୍ର ଭର୍ତ୍ତୃହରି ମହତାବ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରଫେସର ତରୁଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅନେକ ରାଜନେତା, ପ୍ରଶାସନିକ ଅଧିକାରୀଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri