Posted inରାଜ୍ୟ

ଯୁକ୍ତ୨ ନାମଲେଖା: ୬ରୁ ଆବେଦନ

ଭୁବନେଶ୍ୱର, ୨ା୬(ବ୍ୟୁରୋ): ଯୁକ୍ତ୨ ନାମଲେଖା ପାଇଁ ଆସନ୍ତା ୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) ସମେତ ସେଲ୍‌ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୬ ତାରିଖ ଦିନ ପୂର୍ବାହ୍ନ ୧୧ଟାରୁ ‘www.samodisha.gov.in’ ୱେବ୍‌ସାଇଟରେ କମନ୍‌ ଆପ୍ଲିକେଶନ ଫର୍ମ (ସିଏଏଫ୍‌) ଉପଲବ୍ଧ ହେବ। ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ୨୧ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସିଏଏଫ୍‌ର ପ୍ରିଣ୍ଟ୍‌ କପି ସହ ସମସ୍ତ ଡକ୍ୟୁମେଣ୍ଟ ସାମ୍‌ସ ରିସୋର୍ସ ସେଣ୍ଟର(ଏସଆରସି)ରେ ଦାଖଲ କରିବେ। ଛାତ୍ରୀଛାତ୍ରମାନେ କେବଳ ଅନ୍‌ଲାଇନରେ ଆବେଦନ କରିପାରିବେ। ଅଫ୍‌ଲାଇନରେ କୌଣସି ଫର୍ମ ଗ୍ରହଣ କରାଯିବ ନାହିଁ। ଫର୍ମପୂରଣ କରିବା ପୂର୍ବରୁ ଛାତ୍ରୀଛାତ୍ରମାନେ ସିଏଏଫ୍‌କୁ ଭଲ ଭାବେ ପଢ଼ିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।
ସେହିଭଳି ଆସନ୍ତା ୨୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରୀଛାତ୍ର ୨୮ରୁ ଜୁଲାଇ ୨ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଜୁଲାଇ ୩ରେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଥିବା ଛାତ୍ରୀଛାତ୍ରଙ୍କ ତଥ୍ୟ ଅନ୍‌ଲାଇନରେ ପ୍ରକାଶ କରାଯିବ। ଜୁଲାଇ ୮ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା କଟ୍‌ ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇବ। ଏଥିରେ ବିବେଚିତ ହୋଇଥିବା ଛାତ୍ରୀଛାତ୍ରମାନେ ଜୁଲାଇ ୯ରୁ ୧୧ ମଧ୍ୟରେ ନାମଲେଖାଇବେ। ୧୨ ତାରିଖ ସା ୫ଟା ସୁଦ୍ଧା ନାମଲେଖା ସମ୍ପର୍କିତ ତଥ୍ୟ ଅନ୍‌ଲାଇନରେ ଉପଲବ୍ଧ ହେବ। ଜୁଲାଇ ୧୬ରେ ବଳକା ସିଟ୍‌ ତାଲିକା ପ୍ରକାଶ କରାଯିବ। ୧୮ ତାରିଖ ଅପରାହ୍ନ ୨ଟା ସୁଦ୍ଧା ସ୍ପଟ୍‌ ନାମଲେଖା ଲାଗି ଛାତ୍ରୀଛାତ୍ରମାନେ ନାମ ପଞ୍ଜୀକରଣ କରିପାରିବେ। ସେହିଦିନ ସନ୍ଧ୍ୟା ୫ଟାରେ ବିବେଚିତ ଛାତ୍ରୀଛାତ୍ରଙ୍କ ତାଲିକା ପ୍ରକାଶ ପାଇବ। ଜୁଲାଇ ୨୦ରୁ ୨୨ ତାରିଖ ମଧ୍ୟରେ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୨୪ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ମୃତ୍ୟୁ ନେଲା ନୂଆ ମୋଡ଼: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭବାନୀପାଟଣା,୫ା୩ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ବୁଧବାର ହୋଲି ଖେଳ ପାଇଁ ଚାରିଆଡ଼େ ଉତ୍ସବର ମାହୋଲ ଥିବାବେଳେ ଭବାନୀପାଟଣା ସହରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ…

ସେମିଫାଇନାଲରେ ଭାରତର ବିସ୍ଫୋରକ ବ୍ୟାଟିଂ: ଇଂଲଣ୍ଡ ପାଇଁ ୨୫୪ ରନ୍‌ର ବିଶାଳ ଲକ୍ଷ୍ୟ, ରଚିଲା ନୂଆ ବିଶ୍ୱ ରେକର୍ଡ!  

ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍‌ର ହାଇଭୋଲଟେଜ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ…

ସାମସନଙ୍କ କମାଲ: ଓ୍ବେଷ୍ଟଇଣ୍ଡିଜ ପରେ ଇଂଲଣ୍ଡ ବୋଲରଙ୍କୁ ନିର୍ଧୁମ ଛେଚା, ଏବେ ଟାର୍ଗେଟ…

ମୁମ୍ବାଇ,୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଦ୍ୱିତୀୟ ସେମିଫାଇନାଲରେ ପୁଣି ଥରେ ଚମକିଛନ୍ତି ସଞ୍ଜୁ ସାମସନ। ପୂର୍ବ ମୁକାବିଲାରେ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ…

India vs England Semifinal: ଓ୍ବାଙ୍ଖଡେରେ ମହାଲଢ଼େଇ; ଟସ୍‌ ହାରିଲେ ସୂର୍ଯ୍ୟକୁମାର, ପ୍ରଥମେ ବ୍ୟାଟିଂ କରିବ…

ମୁମ୍ବାଇ,୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲକୁ ନେଇ ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ପହଞ୍ଚିଛି। ଟି-୨୦ ବିଶ୍ୱକପ…

ବିରିପୁରରେ ମାଙ୍କଡ଼ ଆତଙ୍କ: ୮ ଆହତ, ଭୟଭୀତ ଗ୍ରାମବାସୀ

ଗଞ୍ଜାମ,୫।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ବିରିପୁର ଗ୍ରାମରେ ମାଙ୍କଡ଼ ଆତଙ୍କ ଯୋଗୁଁ ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ଗୋଟିଏ ମାଙ୍କଡ଼ ଆତଙ୍କ…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟାର କାରଣ ଜାଣିଲେ….

କୋରାପୁଟ,୫।୩(ଅମିତାଭ ବେହେରା ): କୋରାପୁଟ ସର୍କିଟ ହାଉସ ନିକଟରେ ଥିବା ରିଜର୍ଭ ଫରେଷ୍ଟ ପାହାଡ଼ରେ ମହିଳାଙ୍କ ଆତ୍ମହତ୍ୟା । ଗୁରୁବାର ଅପରାହ୍ନରେ ମହିଳା ବେକରେ ଦଉଡି ଦେଇ…

ବଗିଚାକୁ ଯାଇଥିବା ବେଳେ ଯୁବକଙ୍କୁ ଗୋଡାଇ ଗୋଡାଇ କାମୁଡିଲା ବାର୍‌ହା, ତାପରେ…

ତୁମୁଡିବନ୍ଧ,୫।୩(ଦୀପକ କୁମାର ପରାସେଠ): ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ଲଂକାଗଡ଼ ପଞ୍ଚାୟତର ହାତିମୁଣ୍ଡା ଗ୍ରାମରେ…

ମଦ ପିଇ ହୋଲି ଖେଳୁଥିଲେ ଦୁଇ ସାଙ୍ଗ, ନିଶାରେ ଚୂର୍‌ ଥାଇ ଭୁଲିଗଲେ ସବୁକିଛି, ପରେ ଘଟିଲା ଏମିତି…

ଯାଜପୁରରୋଡ୍‌,୫ା୩(ପବିତ୍ର ରଞ୍ଜନ ମହାନ୍ତି): ହୋଲି ହେଲା କାଳ, ରଙ୍ଗ ବୋଳାବୋଳି ସହ ଖୁସିର ପର୍ବ ପରେ ଘରେ ପଡ଼ିଛି କାନ୍ଦବୋବାଳି। ପୋଖରୀରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri