Posted inଖେଳ

India vs England Semifinal: ଓ୍ବାଙ୍ଖଡେରେ ମହାଲଢ଼େଇ; ଟସ୍‌ ହାରିଲେ ସୂର୍ଯ୍ୟକୁମାର, ପ୍ରଥମେ ବ୍ୟାଟିଂ କରିବ…

ମୁମ୍ବାଇ,୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲକୁ ନେଇ ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ପହଞ୍ଚିଛି। ଟି-୨୦ ବିଶ୍ୱକପ ଇତିହାସରେ ଏହି ଦୁଇ ଦଳ ଷଷ୍ଠ ଥର ପାଇଁ ପରସ୍ପରର ସାମ୍ନା କରୁଛନ୍ତି। ଗୁରୁବାର ଖେଳାଯାଉଥିବା ଏହି ମୁକାବିଲାରେ ଇଂଲଣ୍ଡ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି।

ପୂର୍ବରୁ ହୋଇଥିବା ୫ଟି ମୁକାବିଲାରେ ଭାରତ ୩-୨ ବ୍ୟବଧାନରେ ଇଂଲଣ୍ଡଠାରୁ ଆଗରେ ଅଛି। ଅର୍ଥାତ ୫ ମ୍ୟାଚ ମଧ୍ୟରୁ ଭାରତ ୩ଟିରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ୨ଟି ମ୍ୟାଚ ଜିତିବାରେ ସଫଳ ହୋଇଛି। ମୁମ୍ବାଇର ଐତିହାସିକ ୱାଙ୍ଖେଡ଼େ ଷ୍ଟାଡିୟମରେ ଏହି ଦ୍ୱିତୀୟ ସେମିଫାଇନାଲ ଖେଳାଯାଉଛି। ଉଭୟ ଦଳ ପାଇଁ ଏହି ମ୍ୟାଚ ଜିତିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। କାରଣ ଏହାକୁ ହାରିବା ଦଳର ବିଶ୍ୱକପ ଅଭିଯାନ ଶେଷ ହେବ ଏବଂ ଜିତିଲେ ସିଧା ଫାଇନାଲ ଟିକେଟ ମିଳିବ। ଏହି ମ୍ୟାଚ୍ର ବିଜେତା ଦଳ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ।

ଟି-୨୦ ବିଶ୍ୱକପ ସେମିଫାଇନାଲରେ ଭାରତ-ଇଂଲଣ୍ଡ ତୃତୀୟ ଥର ପାଇଁ ମୁହାଁମୁହିଁ ହେଉଛନ୍ତି। ୨୦୨୨ ବିଶ୍ୱକପରେ ଇଂଲଣ୍ଡ ୧୦ ଉଇକେଟରେ ଭାରତକୁ ପରାସ୍ତ କରିଥିଲା। ସେହିଭଳି ୨୦୨୪ ବିଶ୍ୱକପରେ ଭାରତ ପ୍ରତିଶୋଧ ନେଇ ଇଂଲଣ୍ଡକୁ ହରାଇଥିଲା।

ତେବେ ଏହି ଦୁଇ ଦଳ ମଧ୍ୟରେ ଏକ ଅଜବ ସଂଯୋଗ  ରହିଛି। ବିଶ୍ୱକପ୍‌ରେ କୌଣସି ବି ଦଳ ପରସ୍ପର ବିରୋଧରେ ଲଗାତାର ଦୁଇଟି ମ୍ୟାଚ ଜିତିପାରି ନାହାନ୍ତି। ଗୋଟିଏ ମ୍ୟାଚ ଭାରତ ଜିତିଲେ ପରବର୍ତ୍ତୀ ମ୍ୟାଚ ଇଂଲଣ୍ଡ ଜିତୁଛି। ଯେହେତୁ ଗତ ମୁକାବିଲାରେ ଭାରତ ଜିତିଥିଲା, ତେଣୁ ଏହି ପରମ୍ପରାକୁ ଭାଙ୍ଗି ପୁଣିଥରେ ବିଜୟୀ ହେବା ଭାରତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।

ଇଂଲଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନ:(Playing XI)
ଫିଲ୍ ସଲ୍ଟ, ଜୋସ୍ ବଟଲର୍, ହ୍ୟାରି ବ୍ରୁକ୍ (ଅଧିନାୟକ), ଜାକବ୍ ବେଥେଲ୍, ଟମ୍ ବାଣ୍ଟନ୍, ସାମ୍ କରନ୍, ୱିଲ୍ ଜାକ୍ସ, ଜେମି ଓଭରଟନ୍, ଲାୟମ୍ ଡସନ୍, ଜୋଫ୍ରା ଆର୍ଚର୍, ଆଦିଲ୍ ରଶିଦ୍।

ଭାରତର ପ୍ଲେଇଙ୍ଗ୍ ଇଲେଭେନ୍ (Playing XI):
ଅଭିଷେକ ଶର୍ମା, ସଞ୍ଜୁ ସାମସନ୍, ଇଶାନ କିଷାନ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଜସପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?