”ଯାତ୍ରାରେ ପରିଚାଳକର ଭୂମିକା ବାପାଙ୍କ ଭୂମିକାଠୁ କମ୍‌ ନୁହେଁ“: ପ୍ରଜିତ କୁମାର ରାଉତରାୟ

”ଗୋଟିଏ ପରିବାରରେ ଜଣେ ବାପାଙ୍କ ଭୂମିକା ଯାହା ଗୋଟିଏ ଯାତ୍ରାପାର୍ଟିରେ ଜଣେ ପରିଚାଳକଙ୍କ ଭୂମିକା ଅବିକଳ ସେଇଆ। ପାର୍ଟି ଭିତରେ ସମତୂଲ ବଜାୟ ରଖିବା ସହିତ ସବୁବେଳେ ବ୍ୟକ୍ତିଗତ ଲାଭକ୍ଷତିକୁ ଭୁଲି କେବଳ ଅନୁଷ୍ଠାନର ମଙ୍ଗଳ କାମନା କରିବା ହେଉଛି ଜଣେ ପରିଚାଳକଙ୍କ ଧର୍ମ!“

ନିଜର ଭୂମିକା ବିଷୟରେ ସୂଚନା ଦେବାକୁ ଯାଇ ଏଭଳି ଏକ ମାର୍ଜିତ ମନ୍ତବ୍ୟ ଦିଅନ୍ତି ଯାତ୍ରାଜଗତର ଅନ୍ୟତମ ପ୍ରତିଭାବାନ ଯୁବ ପରିଚାଳକ ପ୍ରଜିତ କୁମାର ରାଉତରାୟ ଓରଫ ଟିଲୁଭାଇ। ତାଙ୍କର ପରିଚାଳକ ହେବା ପଛରେ ସେ ଦୁଇଜଣଙ୍କ ଭୂମିକାକୁ ସ୍ବୀକାର କରନ୍ତି ଆଉ ସେମାନଙ୍କ ଆଦର୍ଶକୁ ଧରି ବାଟ ଚାଲୁଛନ୍ତି ବୋଲି ପ୍ରକାଶ କରନ୍ତି। ଜଣେ ହେଉଛନ୍ତି ଦିବଂଗତ ଚିନୁଭାଇ। ଅନ୍ୟଜଣେ ହେଉନ୍ତି ତାଙ୍କର ଗୁରୁସମ ‘ଭାଇନା’। ସେ କହନ୍ତି, ମୁଁ ଭାଇନା (ନୟନ କୁମାର ଆଚାର୍ଯ୍ୟ)ଙ୍କ ଠାରୁ ଜଣେ ପରିଚାଳକ ହେବାର କଳା ଶିଖିଛି। ଆଉ ତାହାକୁ ପ୍ରୟୋଗକରି ଆଗକୁ ଆଗକୁ ଚାଲିଛି।

ଜଣେ ପରିଚାଳକ ଭାବରେ ଆଜି ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରି ପାରିଥିବା ‘ଟିଲୁଭାଇ’ଙ୍କର ଯାତ୍ରା କ୍ୟାରିୟର ଆରମ୍ଭ ହୋଇଥିଲା ଜଣେ ଅଭିନେତା ଭାବରେ। ଏହା ୧୯୯୦ ମସିହାର କଥା। ସେ ତ ଆଗରୁ ଗଁା ଡ୍ରାମାରେ ପାର୍ଟ କରୁଥିଲେ। ଅଭିମନ୍ୟୁ ଭୂମିକାରେ ତାଙ୍କର ଅଭିନୟକୁ ଗଁାର ବୟୋଜ୍ୟେଷ୍ଠ ଲୋକମାନେ ଏବେ ମଧ୍ୟ ମନେ ରଖିଛନ୍ତି। ଯାତ୍ରା ପ୍ରତି ମନରେ ରୁଚି ଥିଲା। ସେଥିଲାଗି ସେ ‘ଜଗଜ୍ଜନନୀ ଅପେରା’ରେ ଯୋଗଦେଲେ। ଆଉ ପାର୍ଶ୍ୱନାୟକ ଭାବରେ ଅଭିନୟ କଲେ। ୧୯୯୦ରୁ ୧୯୯୪ ପର୍ଯ୍ୟନ୍ତ ସେ ‘ଜଗଜ୍ଜନନୀ’ରେ ଅଭିନେତା ଭାବରେ କାମ କଲେ। ‘ନାଲି ଟୁକୁଟୁକୁ ସାଧବ ବୋହୂ’, ‘କଣ୍ଢେଇ ଦେଖେଇ ଭଣ୍ଢେଇ ଦେଲି’, ‘ମୋ ଛବି ବହି’, ‘ମିନିଲୋ! ତୋର ଅଧେକୁ ମୋର ଅଧେ’ ଭଳି ନାଟକରେ ଅଭିନୟ କରି ସେ ଦର୍ଶକଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ। ତେବେ ତାଙ୍କ ଭିତରେ ଜଣେ ପରିଚାଳକ ହେବାର କଳା ମଧ୍ୟ ରହିଥିଲା। ୧୯୯୫ରେ ସେ ଭାଇନା ଅର୍ଥାତ୍‌ ନୟନ କୁମାର ଆଚାର୍ଯ୍ୟଙ୍କ ସହିତ ସହ-ପରିଚାଳକ ଭାବରେ କାମ କଲେ। ‘ପାର୍ବତୀ’, ‘ତ୍ରିନାଥ’, ‘ପଞ୍ଚଶଖା’, ‘ତ୍ରିରଙ୍ଗା’, ’ବ୍ଲ’ୁ, ‘ରେଡ’, ‘ଗୌରୀ’ ଆଦି ଅନୁଷ୍ଠାନରେ କାମ କରି ସେ ପରିଚାଳକ ହେବାର କଳାକୌଶଳ ହାସଲ କଲେ। ଚଳିତବର୍ଷ ସେ ‘ସ୍ବପ୍ନମହଲ’ର ପରିଚାଳକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜଣେ ପରିଚାଳକ ଭାବରେ ଅନୁଭୂତି କିପରି ବୋଲି ପ୍ରଶ୍ନର ଉତ୍ତର ଦେଇ ଟିଲୁଭାଇ କହନ୍ତି : ନିଶ୍ଚିତ ଭାବରେ ରିସ୍କ କାମ। ତଥାପି ଅନେକ ଭଲ ଅନୁଭୂତି ଅଛି। ଗୋଟିଏ ପାର୍ଟିକୁ ଠିକ ଦିଶା ଦେବାରେ ଯେଉଁ ଆନନ୍ଦ ତାହା ଅନ୍ୟ କୋଉଠି ମିଳିବ ନାହିଁ।’ ଅନେକ ଯାତ୍ରାପାର୍ଟିରେ ଅଭିନେତାମାନଙ୍କୁ ଦଳର ପରିଚାଳକ ଭାବରେ ଦାୟିତ୍ୱ ଦିଆଯିବା ପ୍ରସଙ୍ଗରେ ତାଙ୍କର ସ୍ପଷ୍ଟମତ, ଅଭିନେତାଟିଏ ଅଭିନୟ କରୁ। ଯଦି ପରିଚାଳକ ହେବ ତ ପରିଚାଳକ ହେଉ। ମାତ୍ର ଏକସଙ୍ଗରେ ଅଭିନୟ ଆଉ ପାର୍ଟି ପରିଚାଳନା ଅସମ୍ଭବ। ନା ଅଭିନୟରେ ଏକାଗ୍ରତା ରହିବ। ନା ପାର୍ଟିର ଠିକ ପରିଚାଳନା ହେବ। ଏହା ସମ୍ପୂର୍ଣ୍ଣ ଏକ ଭୁଲ ନିଷ୍ପତ୍ତି। ଏହାର ଫଳ କେବେ ବି ଶୁଭଙ୍କର ନୁହେଁ। ଚଳିତବର୍ଷ ତାଙ୍କ ପରିଚାଳିତ ‘ସ୍ବପ୍ନମହଲ’ ସଫଳତାର ଶିଡ଼ି ଚଢ଼ି ଚାଲୁଥିବା ବେଳେ ଆଗକୁ ମଧ୍ୟ ଏହାର ପୁନରାବୃତ୍ତି ଘଟିବ ବୋଲି ସେ ଆଶାବାଦୀ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri