ଯାତ୍ରା ଜଗତର ଦୁଇ ମହାରଥୀ: ମଞ୍ଚର ନେପଥ୍ୟରେ ରହି କରନ୍ତି ସବୁକିଛି

ଯାତ୍ରା ଜଗତର ଦୁଇ ମହାରଥୀ। ଏମାନେ ମଞ୍ଚ ଉପରକୁ ଆସନ୍ତିନି। ମଞ୍ଚର ନେପଥ୍ୟରେ ରହି ସବୁକିଛି କରୁଥାନ୍ତି। ଏ ଦୁହେଁ ସବୁବେଳେ ଗୋଟିଏ କଥା ଚିନ୍ତା କରନ୍ତି ଯେ, ରାତି ଅନିଦ୍ରା ହେଇ ଯାତ୍ରା ଦେଖିବାକୁ ଆସୁଥିବା ଜଣେ ବି ଦର୍ଶକ ନିରାଶ ନ ହୁଅନ୍ତୁ। ଏମାନେ ହେଉଛନ୍ତି ‘ରଙ୍ଗମହଲ’ର ପ୍ରଯୋଜକ ସତ୍ୟ ଜେନା ଏବଂ ଯାତ୍ରା ଜଗତର ଲୋକପ୍ରିୟ ପରିଚାଳକ ବଙ୍କିମ୍‌ ସ୍ବାଇଁ। କୌତୂହଳର ବିଷୟ ଦୁଇଜଣଙ୍କର ଚିନ୍ତାଧାରା ସମାନ। ତାହା ହେଉଛି : ଯାତ୍ରା ବଞ୍ଚୁ। ଆମ ସଂସ୍କୃତି ବଞ୍ଚୁ। ଆମ କଳାକାର ବଞ୍ଚନ୍ତୁ। ଆମର ଦର୍ଶକ ଭଗବାନ ଖୁସିମନରେ ଘରକୁ ଫେରନ୍ତୁ।
ଭଲ କାହାଣୀ – ଭଲ ନାଟକ : ଉଭୟ ସତ୍ୟବାବୁ ଓ ବଙ୍କିମ୍‌ବାବୁ ଏକ ସ୍ବରରେ କହନ୍ତି ଯେ, ଭଲ କାହାଣୀ ହେଲେ ଭଲ ନାଟକ ହେବ। ଆଉ ଭଲ ନାଟକ ହେଲେ ଯାତ୍ରା ସଂସ୍କୃତି ବଞ୍ଚତ୍ବ। ସେଥିଲାଗି ଏମାନେ ଚଳିତବର୍ଷ ପାଇଁ କାହାଣୀ ଉପରେ ଗୁରୁତ୍ୱ ଦେଇଛନ୍ତି। ନିଜନିଜର ଅନୁଷ୍ଠାନ ପାଇଁ ପ୍ରାଥମିକତା ଭିତ୍ତିରେ ଭଲ ନାଟକ ଚୟନ କରିଛନ୍ତି। ଉଭୟେ ଏଥର ଚାରିଗୋଟି ଲେଖାଏ ନୂଆ ନାଟକକୁ ନେଇ ଓହ୍ଲେଇନ୍ତି ଯାତ୍ରା ମୈଦାନକୁ। ‘ରଙ୍ଗମହଲ’ର ବିଶ୍ୱକର୍ମା ସତ୍ୟ ଜେନାଙ୍କ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି’ (ନିର୍ଦ୍ଦେଶକ-ମହେଶ ହାଜରା), ‘ମୁଁ ସେଇ ଭଦ୍ରକିଆ ଟୋକା’ (ନିର୍ଦ୍ଦେଶକ-ତାପସ ସ୍ବାଇଁ), ‘ସ୍ବାମୀ ମରିଗଲେ କାନ୍ଦିବି ନାହିଁ’ (ନିର୍ଦ୍ଦେଶକ-ଗୁରୁପ୍ରସାଦ ମିଶ୍ର) ଏବଂ ‘ବଡ଼ଦାଣ୍ଡ ଭିକାରି’ (ନିର୍ଦ୍ଦେଶକ-ଆଶୁତୋଷ ମହାପାତ୍ର)। ସେହିପରି ଚଳିତ ବର୍ଷ ବିଶୁ ମହାରଣା ସାଜି ‘ଅପେରା ସୂର୍ଯ୍ୟମନ୍ଦିର’ ଗଢ଼ିଥିବା ବଙ୍କିମ ସ୍ବାଇଁଙ୍କ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ପୁଅ ଯିବ ଶାଶୁଘର’ (ନିର୍ଦ୍ଦେଶକ-ଅଶ୍ରୁମୋଚନ ମହାନ୍ତି), ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’ (ନିର୍ଦ୍ଦେଶକ-ବିନୋଦ ରାଉତ), ‘ଭିତିରି କଥା’ (ନିର୍ଦ୍ଦେଶକ-ଲାଲା ବୀରେନ ରାଏ) ଏବଂ ‘ମାୟାବିନୀ ମୌସୁମୀ’ (ନିର୍ଦ୍ଦେଶକ-କିଶୋର ଖଣ୍ଡୁଆଳ)।
ଯାତ୍ରାରେ ପାରମ୍ପରିକ ଲୁକ୍‌ : ଉଭୟ ରଙ୍ଗମହଲ ଓ ସୂର୍ଯ୍ୟମନ୍ଦିର ଏଥର ଯାତ୍ରାକୁ ପାରମ୍ପରିକ ସୌନ୍ଦର୍ଯ୍ୟ ଫେରେଇ ଆଣିବାକୁ ଚେଷ୍ଟା କରିଛନ୍ତି। ଆଗରୁ ଯାତ୍ରା କହିଲେ ମଞ୍ଚ ଚାରିପଟେ ଝାଲେରି ଲାଗିଥିବ, ମଞ୍ଚ ଉପରେ ଚାନ୍ଦୁଆଟାଏ ପଡ଼ିଥିବ। ତାହାର ଏକ ସ୍ବତନ୍ତ୍ର ସ୍ବାଦ ଥିଲା। ମଜାର କଥା ଚଳିତବର୍ଷ ଉଭୟ ବଙ୍କିମ୍‌ବାବୁ ଓ ସତ୍ୟବାବୁ ନିଜନିଜ ଅନୁଷ୍ଠାନରେ ଏହି ଝାଲେରି ଚାନ୍ଦୁଆକୁ ବ୍ୟବହାର କରିଛନ୍ତି। ବଙ୍କିମ୍‌ବାବୁ କହିଛନ୍ତି, ଯେଉଁଭଳି ଭାବରେ ପୁଳାପୁଳା ଷ୍ଟିଲ୍‌ ବ୍ୟବହାର କରାଯାଉଥିଲା ସେସବୁକୁ ବାଦ୍‌ ଦିଆଯାଇଛି। ଷ୍ଟିଲ୍‌ର ବ୍ୟବହାର ଫଳରେ ଯାତ୍ରାର ଯେଉଁ ମୌଳିକତା ନିଜସ୍ବପଣ (ଯେମିତିକି ଚାନ୍ଦୁଆ, ଝାଲେରି) ଆଦି ହଜି ଯାଇଛି। ମାତ୍ର ମୁଁ ଏଥର ଅପେରା ସୂର୍ଯ୍ୟମନ୍ଦିର ଜରିଆରେ ତାକୁ ଫେରେଇ ଆଣିବାକୁ ଚେଷ୍ଟା କରିଛି। ଠିକ୍‌ ସେହି ସମାନ ମତବ୍ୟକ୍ତ କରିଛନ୍ତି ସତ୍ୟ ଜେନା। ସେ କହନ୍ତି, ଷ୍ଟିଲ୍‌କୁ ଏଥର ମୁଁ ବହୁ ପରିମାଣରେ କମେଇ ଦେଇଛି। ଫଳରେ ଗାଡ଼ି ସଂଖ୍ୟା ବି କମିଯାଇଛି। ଅଯଥା କାମରେ ବେଶି ଖର୍ଚ୍ଚ ହେଉଥିଲା। ସେହି ଅର୍ଥ ଭଲ କାମରେ ଲାଗୁ ତାହା ମୋର ଇଚ୍ଛା। ଗେଟ୍‌କୁ ମୁଁ ବେଶି ପ୍ରାଧାନ୍ୟ ଦେଇନାହିଁ। ତା’ର କାରଣ ହେଉଛି ମୋର ମୋ ଦର୍ଶକଙ୍କୁ ଭଲ ନାଟକ ଦେଖେଇବାର ଅଛି। ତେବେ ‘ସୂର୍ଯ୍ୟମନ୍ଦିର’ରେ ବଙ୍କିମ୍‌ବାବୁ ଗେଟ୍‌କୁ ଏତେ ବଡ଼ କରି ନ ଥିଲେ ଭଲ ହୋଇଥାନ୍ତା ବୋଲି ମୋର ନିଜସ୍ବ ମତ। ସେହିଭଳି ଦର୍ଶକଙ୍କ ଆଖିରେ ଯେତେକମ୍‌ ଲାଇଟ୍‌ ମାଡ଼ ହେବ ମଁୁ ତାହାର ବନ୍ଦୋବସ୍ତ କରିଛି ବୋଲି କହିଛନ୍ତି ଏହି ପ୍ରଯୋଜକ।
ସୂଚନାଯୋଗ୍ୟ ଯେ, ଉଭୟ ବଙ୍କିମ୍‌ ସ୍ବାଇଁ ଏବଂ ସତ୍ୟ ଜେନା ହେଉଛନ୍ତି ଜଣେଜଣେ କଳାର ପୂଜାରୀ। ସତ୍ୟ ଜେନା କେବଳ ଜଣେ ନିରୁତା ମାଲିକ ନୁହନ୍ତ କିମ୍ବା ବଙ୍କିମ୍‌ ସ୍ବାଇଁ କେବଳ ଜଣେ ପରିଚାଳକ ନୁହନ୍ତି। ପରିଚାଳକ ହେବା ପୂର୍ବରୁ ବଙ୍କିମ୍‌ବାବୁ ନାଟକ ରଚନା କରୁଥିଲେ। ସେହିପରି ସତ୍ୟବାବୁ ଥିଲେ ଜଣେ ଭଲ ଅଭିନେତା। ମଞ୍ଚରେ ସେ ବହୁବର୍ଷ ଅଭିନୟ କରି ନିଜ ଅଭିନୟ ପ୍ରତିଭାର ପରାକାଷ୍ଠା ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri