ଯାଜପୁର ଜିଲାରେ ଖାଦ୍ୟ ସଙ୍କଟ ଘନୀଭୂତ: ବରଗଡ଼ରୁ ଆସିବ ୬ହଜାର କୁଇଣ୍ଟାଲ ଚାଉଳ

ଯାଜପୁର ଅଫିସ,୩ା୧- ରାଜ୍ୟର ଉପକୂଳବର୍ତ୍ତୀ ଯାଜପୁର ସମେତ କେନ୍ଦ୍ରାପଡ଼ା ଓ ଜଗତସିଂପୁର ଜିଲାରେ ଖାଦ୍ୟ ସଂଙ୍କଟ ଦେଖା ଦେଇଛି। ଏହିସବୁ ଜିଲାର ପିଡିଏସ୍‌ ହିତାଧିକାରୀଙ୍କ ପାଇଁ ବରଗଡ଼, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାରୁ ଚାଉଳ ଆସୁଛି। ତେବେ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାର ୩ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ପାଇଁ ଆସନ୍ତା ଫେବୃୟାରୀରୁ ମାର୍ଚ୍ଚମାସ ପର୍ଯ୍ୟନ୍ତ ୩୫୦୦ ମେଟ୍ରିକ ଟନ୍‌(ଏମ୍‌ଟି) ଚାଉଳର ଆବଶ୍ୟକ ରହିଛି। ଏଥିପାଇଁ ବରଗଡ଼ରୁ ଯାଜପୁର ଜିଲାକୁ ଶ୍ରୀରାମ କେଟେଲ ଫିଡ୍‌ ପରିବହନ ସଂସ୍ଥାକୁ ଚାଉଳ ଆଣିବାକୁ କାର୍ଯ୍ୟାଦେଶ ଦିଆଯାଇଛି। ତେବେ ୩୧ା୧୨ା୨୦୧୯ ତାରିଖ ସୁଦ୍ଧା ଲକ୍ଷ୍ୟଧାର୍ଯ୍ୟରୁ ମାତ୍ର ୫୭୭ ଏମ୍‌ଟି ଚାଉଳ ଆମଦାନି ହୋଇଛି। ତେଣୁ ଆସନ୍ତା ୭ତାରିଖ ସୁଦ୍ଧା ଏହାକୁ ଅତି ଗୁରୁତର ସହ ଗ୍ରହଣ କରି ଲକ୍ଷ୍ୟଧାଯ୍ୟ ସମସ୍ତ ଚାଉଳ ବରଗଡ଼ରୁ ପରିବହନ କରିବାକୁ ଓଡ଼ିଶା ଖାଦ୍ୟ ନିଗମ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ କଡ଼ା ତାଗିଦ କରିଛନ୍ତି। ଏଥିରୁ ଯାଜପୁର ଜିଲାରେ କୃଷିର ଉନ୍ନତି କିପରି ହେଉଛି ତାହା ସହଜେ ଅନୁମେୟ।
ଯାଜପୁର ଜିଲାରେ ବିକାଶ ପାଇଁ ସରକାର ଗୋଟେ ପଟେ ଶିଳ୍ପକୁ ପ୍ରୋତ୍ସାହନ ଦେଇ ଚାଲିଥିବାବେଳେ କୃଷିକୁ ଏକ ପ୍ରକାର ଅଣଦେଖା କରିଚାଲିଛନ୍ତି। ଯାହାର ଫଳସ୍ବରୂପ ଜିଲାରେ ଖାଦ୍ୟଶସ୍ୟ ନିଅଣ୍ଟ ହେବାରେ ଲାଗିଛି। ସ୍ବତନ୍ତ୍ର ଅର୍ଥନୈତିକ ଜୋନ ଆଳରେ ବିଭିନ୍ନ ଘରୋଇ କମ୍ପାନୀ ଓ ଶିଳ୍ପ ସଂସ୍ଥାକୁ ବିପୁଳ ପରିମାଣର ଭୂଖଣ୍ଡ ସୁବିଧାରେ ସରକାର ଯୋଗାଇ ଦେଇ ସେମାନଙ୍କୁ ଅଧିଶ୍ୱର କରାଇ ଚାଲିଛନ୍ତି। ଆଉ ଏହା ଯଦି ଆଗାମୀ ଦିନରେ ଜାରି ରହେ ତେବେ ଜିଲାରେ କୃଷି ଓ କୃଷକ ପାଇଁ ଦୁର୍ଦ୍ଦିନ ଆଣିଦେବ ବୋଲି ସମାଲୋଚକ ତଥା ବୁଦ୍ଧିଜୀବୀ ଶ୍ରେଣୀର ଲୋକେ ଚିନ୍ତା ପ୍ରକଟ କରିବାରେ ଲାଗିଛନ୍ତି। ଜିଲାର ସମୁଦାୟ ୧,୪୫,୪୫୦ ହେକ୍ଟର ଚାଷ ଜମି ମଧ୍ୟରୁ ଖରିଫରେ ୪୨ପ୍ରତିଶତ ଓ ରବି ଋତୁରେ ମାତ୍ର ୨୩ ପ୍ରତିଶତ ଜଳସେଚନ ସୁବିଧା ଥିବା କୁହାଯାଉଛି। କିନ୍ତୁ ବାସ୍ତବରେ ଏହାର ଅଧା ପରିମାଣର ଜମିରେ ବି ଜଳସେଚନ ହେଉ ନ ଥିବାରୁ ଜିଲାବାସୀଙ୍କ ଖାଦ୍ୟ ଚାହିଦାକୁ ଚାଷୀ ପୂରଣ କରି ପାରୁନାହିଁ। ଅର୍ଦ୍ଧାଧିକ ଉଠାଜଳସେଚନ ପ୍ରକଳ୍ପ ଅଚଳ ହୋଇ ପଡ଼ିଥିବାବେଳେ କ୍ଷୁଦ୍ରଜଳସେଚନଗୁଡ଼ିକ ଆବଶ୍ୟକ ଜଳସେଚନ କରିବାରେ ବିଫଳ ହୋଇଛି। ନଦୀନାଳ ଭରା ଜିଲାରେ ଜଳସେଚନର ପ୍ରାଚୂର୍ଯ୍ୟ ରହିଥିଲେ ହେଁ ଜଳସମ୍ପଦ ବିଭାଗର ଆନ୍ତରିକତାର ଅଭାବ ଏବଂ ସ୍ଥାନୀୟ ରାଜନେତାଙ୍କ ଅନାଗ୍ରହ ଯୋଗୁ ଚାହିଦା ମୁତାବକ ଖାଦ୍ୟ ଉପତ୍ାଦନ ପରାହତ ହୋଇଛି। ଏହାବାଦ ଶିଳ୍ପକାରଖାନା ପାଇଁ ଜିଲାର ଚାଷଜମି କ୍ରମଶଃ ସଂକୁଚିତ ହେବାରେ ଲାଗିଛି। ରାଜ୍ୟ ସରକାରଙ୍କ ଉପଯୁକ୍ତ ପ୍ରୋସତ୍ାହନ ଅଭାବରୁ ଚାଷୀ ଆଉ ଚାଷ କରିବାକୁ ଆଗଭଳି ଆଗ୍ରହ ଦେଖାଉ ନାହାନ୍ତି। ଏହି କ୍ରମରେ ବିପିଏଲ୍‌, ଅନ୍ନପୂର୍ଣ୍ଣା, ଅନ୍ତ୍ୟୋଦ୍ୱୟ, ମଧ୍ୟାହ୍ନ ଭୋଜନ ଆଦି ହିତାଧିକାରୀଙ୍କ ପାଇଁ ବାର୍ଷିକ ଆବଶ୍ୟକ ୧୦ଲକ୍ଷ କୁଇଣ୍ଟାଲ ମଧ୍ୟରୁ ଅବଶିଷ୍ଟ ୫ଲକ୍ଷ କୁଇଣ୍ଟାଲ ଚାଉଳ ବାହାର ଜିଲାରୁ ଆମଦାନୀ କରିବାକୁ ପଡୁଛି। ଚଳିତ ମାସ ଜାନୁୟାରୀ ୭ତାରିଖ ସୁଦ୍ଧା ୩,୫୦୦ ମେଟ୍ରିକଟନ୍‌ ଚାଉଳ ବରଗଡ଼ରୁ ଆଣି ଯାଜପୁର ଜିଲାରେ ଦାଖଲ କରିବାକୁ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ କଳାହାଣ୍ଡି ଜିଲାର ଶ୍ରୀରାମ କେଟଲ ଫିଡ୍‌ ପରିବହନ ସଂସ୍ଥା ସହିତ ଚୁକ୍ତି ହୋଇଛି। ଯାଜପୁର ଜିଲାରେ ସଂଗୃହୀତ ପ୍ରାୟ ୫ଲକ୍ଷ କୁଇଣ୍ଟାଲ ଚାଉଳ ମାତ୍ର ୬ମାସ ପାଇଁ ପୁରଣ ହୋଇ ପାରୁଛି। ବାକି ୬ମାସର ଆବଶ୍ୟକତାକୁ ମେଣ୍ଟାଇବାକୁ ବାହାର ଜିଲା ଉପରେ ପ୍ରଶାସନ ନିର୍ଭର ହେବାକୁ ପଡୁଛି। ଏଥିପାଇଁ ପରିବହନ ଖର୍ଚ୍ଚ ବାବଦକୁ ରାଜକୋଷରୁ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ଚଳିତ ଧାନ ସଂଗ୍ରହର ଆର୍ଥିକ ବର୍ଷରେ ଯାଜପୁର ଜିଲା ଚାଷୀଙ୍କଠାରୁ ୮,୦୧,୪୦୦ କୁଇଣ୍ଟାଲ ଧାନ ସଂଗ୍ରହ ଧାର୍ଯ୍ୟ ହୋଇଛି। ତେବେ ଏଯାଏ ୧୨୨ଟି ପ୍ୟାକ୍ସ ମଧ୍ୟରୁ ୨୬ଟି ପ୍ୟାକ୍ସ ଜରିଆରେ ମାତ୍ର ୫୬,୭୩୪.୬୨ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ଯାହାକି ଧାନ ସଂଗ୍ରହରେ ନୈରାଶ୍ୟଜନକ ବୋଲି କୁହାଯାଇପାରେ। ଏସଂକ୍ରାନ୍ତରେ ଯାଜପୁର ସିଏସ୍‌ଓ ସୁରେନ୍ଦ୍ର କୁମାର ହେତାଙ୍କୁ ପଚାରିବାରେ ଚଳିତ ବର୍ଷ ପିଡିଏସ୍‌ ହିତାଧିକାରୀଙ୍କ ପାଇଁ ପ୍ରାୟ ୬,୦୦୦ କୁଇଣ୍ଟାଲ ଚାଉଳ ବାହାରୁ ଉପତ୍ାଦନର ଲକ୍ଷ୍ୟ ରହିଛି। ଏଥିପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଖାଦ୍ୟଶସ୍ୟ ଉପତ୍ାଦନ କିଭଳି ବୃଦ୍ଧି ହେବ ତାହା କୃଷି ବିଭାଗ କହି ପାରିବ ବୋଲି ହୋତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?