ଯଲିଉଡ୍‌ରେ ରତି-ପ୍ରମିଳାଙ୍କ ସଫଳ ଯାତ୍ରା

ଯୋଡ଼ି ଗଢ଼ିବା ମଣିଷ ହାତରେ ନ ଥାଏ। ଥାଏ ବିଧାତାଙ୍କ ହାତରେ। ସେଇଥିପାଇଁ ତ ବର୍ଷ ପରେ ବର୍ଷ ସିନା ବିତି ଯାଉଥାଏ। ହେଲେ ଯୋଡ଼ିର ଚମକ କମୁ ନ ଥାଏ। ଯାତ୍ରା ଜଗତର ସେମିତି ଏକ ଯୋଡ଼ି ହେଉଛନ୍ତି ରତି-ପ୍ରମିଳା। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ହେବ ଏହି ଯୋଡ଼ି ଯଲିଉଡ୍‌ରେ ସେମାନଙ୍କର ଜଲଓ୍ବା ଦେଖେଇ ଚାଲିଛନ୍ତି। ଦିନକୁଦିନ ସେମାନଙ୍କର ଚମକ ବଢୁଛି ସିନା ଫିକା ପଡ଼ିବାର ନଁା ଧରୁନି। ଦର୍ଶକମାନେ ଏହି ଯୋଡ଼ିକୁ ସେମାନଙ୍କର ଅତି ଆପଣାର ଯୋଡ଼ି ଭାବରେ ଗ୍ରହଣ କରି ନେଇଛନ୍ତି। ପୂର୍ବରୁ ମୁଖ୍ୟତଃ ନାୟକ ନାୟିକା ଭାବରେ ଅବତୀର୍ଣ୍ଣ ହେଉଥିବା ବେଳେ ଏବେ ଏହି ଯୋଡ଼ି ମଞ୍ଚ ଉପରେ ବାପାମା’ ଭାବରେ ଦେଖା ଦେଉଛନ୍ତି। ରତିକାନ୍ତ ଲେଙ୍କା ଓ ତାଙ୍କର ଅଭିନେତ୍ରୀ ପତ୍ନୀ ପ୍ରମିଳା ଲେଙ୍କା ଇତିମଧ୍ୟରେ ଯଲିଉଡ୍‌ରେ ବହୁ ପଥ ଅତିକ୍ରମ କରି ସାରିଲେଣି। ‘ବାଣେଶ୍ୱରୀ’, ‘ଯାତ୍ରା ତ୍ରିରଙ୍ଗା’, ‘ଦୁର୍ଗାଶ୍ରୀ’, ‘ଅପେରା ଓମ୍‌ଶ୍ରୀ’, ‘ତ୍ରିନାଥ ଗଣନାଟ୍ୟ’, ‘ଇନ୍ଦ୍ରମହଲ’ ଆଦି ଅନୁଷ୍ଠାନରେ ନିଜର ଅଭିନୟର ଯାଦୁ ପ୍ରଦର୍ଶନ କରି ଅଶେଷ ପ୍ରଶଂସା ସାଉଣ୍ଟିଛନ୍ତି। ‘କଲଗର୍ଲ’, ‘ବାସନ୍ତୀର ଚିଠି’, ‘ଚୁପ୍‌ଚାପ୍‌ ରାତି ଟୁପ୍‌ଟାପ୍‌ କଥା’, ‘ଆସିଛି ମଙ୍ଗଳ ଗ୍ରହର ଝିଅ’, ‘ମୁଁ ତୋର କ’ଣ ହେବି’, ‘ବାଘମାମୁ’, ‘ଗୋଟିଏ ଝିଅରେ କୋଟିଏ ତୁ’, ‘ଗଙ୍ଗା ପାପକଲେ ଧୋଇବ କିଏ’, ‘ଶ୍ରୀକୃଷ୍ଣ ମୋର ଶେଷସାକ୍ଷୀ’, ‘ବଡ଼ଲୋକକୁ ଉତ୍ତର ନାହିଁ’, ‘ଉର୍ବଶୀ ଆସୁଛି ଇନ୍ଦ୍ରମହଲ’ ଆଦି ନାଟକରେ ଏହି ଦୁଇ ଯୋଡ଼ିଙ୍କର ରହିଛି ଚମତ୍କାର ଅଭିନୟ। ଭଦ୍ରକର ମାନ୍ତପୁର ଗ୍ରାମରେ ପ୍ରମିଳାଙ୍କ ଜନ୍ମ। ପ୍ରମିଳାଙ୍କର ଦୁଇ ଭଉଣୀ ଥିଲେ ଜଣେ ଜଣେ ସଫଳ ଅଭିନେତ୍ରୀ। ସେମାନଙ୍କ ପ୍ରେରଣାରେ ଅନୁପ୍ରେରିତ ହୋଇ ପ୍ରମିଳା ମାତ୍ର ୧୪ବର୍ଷ ବୟସରେ ଯାତ୍ରାରେ ପାଦ ଥାପିଥିଲେ। ପ୍ରଥମେ ଶିଶୁ କଳାକାର, ପରେପରେ ସାନଭଉଣୀ ଭୂମିକା ଏବଂ ଶେଷରେ ନାୟିକା ଭୁମିକାରୁ ଆସି ଏବେ ମା’ ଭୂମିକାରେ ପାଦ ଥାପିଲେଣି ଏହି ଅଭିଜ୍ଞା ଅଭିନେତ୍ରୀ। ବାଲେଶ୍ୱର ପଣପଣା ଗ୍ରାମରେ ଜନ୍ମ ରତିକାନ୍ତଙ୍କର। ଏହି ଦମ୍ପତି ଯାତ୍ରାରେ ଯେତିକି ସଫଳ ପାରିବାରିକ ଜୀବନରେ ମଧ୍ୟ ତା’ଠୁ ବେଶି ସଫଳ। ଗୋଟିଏ କଥାରେ କହିବାକୁ ଗଲେ, ଯାତ୍ରାକୁ ଗୁରୁତ୍ୱ ଦେଇ ସେମାନେ ପରିବାରକୁ ଅବହେଳା କରିନାହାନ୍ତି। ବରଂ ଯାତ୍ରା ସହିତ ପରିବାରକୁ ବେଶ୍‌ ସମାନ୍ତରାଳ ଭାବରେ ଆଗକୁ ନେଇ ପାରିଛନ୍ତି ଏହି ସଫଳ ଯୋଡ଼ି। ଦୁଇପୁଅ ସମୀର ଓ ଦିବ୍ୟଶେଖରଙ୍କୁ ନେଇ ତାଙ୍କର ସଂସାରର ଗାଡ଼ି ଆଗକୁ ଗଡ଼ିଗଡ଼ି ଚାଲିଛି। ସମ୍ପ୍ରତି ଏହି ସଫଳଯୋଡ଼ି ‘ଯାତ୍ରା ସ୍ବପ୍ନମହଲ’ରେ ନିଜର ଅଭିନୟ ଜାରି ରଖିଛନ୍ତି। ‘ସ୍ବପ୍ନ ମହଲ’ରେ ସେମାନେ ଅଭିନୟ କରୁଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଆପଣମାନେ ଖୁସି ତ’, ‘ବାପା ବୋଉ ତମେ ଭୁଲକଲ’, ‘ବାଦଶାହ’, ‘ସ୍ବପ୍ନ ମହଲର ସ୍ବପ୍ନା’।


Enter your email to get our daily news in your inbox.

All Right Reserved By Dharitri.Com

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?