ଯନ୍ତ୍ରଣା ସହି ନପାରି ମାତ୍ର ୧୭ ବର୍ଷ ବୟସରେ ନାବାଳିକା ବାଛିନେଲେ ‘ଇଛାମୃତ୍ୟୁ’

ଆମଷ୍ଟରଡମ୍‌,୫।୬: ମାନସିକ ଯନ୍ତ୍ରଣା ଓ ଡିପ୍ରେସନରୁ ବାହାରି ନ ପାରି ଶେଷରେ ‘ଇଛାମୃତ୍ୟୁ’ ଦ୍ୱାରା ନାବାଳିକା ଜଣଙ୍କ ଜୀବନ ହାରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ନେଦରଲ୍ୟାଣ୍ଡ ଅର୍ନହୋମରେ। ଉକ୍ତ ସହରର ୧୭ ବର୍ଷର ଝିଅ ପିିଲାଦିନେ ବଳାତ୍କାରର ଶୀକାର ହୋଇଥିଲେ। ମାତ୍ର ୧୧ବର୍ଷରେ ହିଁ ତାଙ୍କୁ ଯୌନ ଉତ୍ପୀଡନ ଓ ବଳାତ୍କାରର ନିର୍ଯ୍ୟାତନା ସହିବାକୁ ପଡ଼ିଥିଲା। ବର୍ଷ ବର୍ଷ ଧରି ଅକଥନୀୟ ଯନ୍ତ୍ରଣା ସହିବା ପରେ ସେ ଶାରୀରିକ ଓ ମାନସିକ ସମସ୍ୟା ଦେଇ ଗତି କରୁଥିଲେ। ଏହାରି ଭିତରେ ସେ ଡିପ୍ରେସନକୁ ଚାଲିଯାଇଥିଲେ। ଶେଷରେ ସେ ବାଧ୍ୟ ହୋଇ ସରକାରଙ୍କୁ ଇଛାମୃତ୍ୟୁ ପାଇଁ ଆବେଦନ କରିଥିଲେ।  ନିଜ ଘରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ଇଛାମୃତ୍ୟୁ ଦେଇଛନ୍ତି। ଏଭଳି ମାମଲାରେ ସରକାରଙ୍କ ପକ୍ଷରୁ ତିଆରି ହୋଇଥିବା ଇଛାମୃତ୍ୟୁ କମିଟିରୁ ଇଛାମୃତ୍ୟୁ ପାଇଁ ମଞ୍ଜୁରୀ ନେବାକୁ ପଡ଼ିଥାଏ। କିଛି ସମ୍ବେଦନଶୀଳ ପରିସ୍ଥିତିରେ ନେଦରଲ୍ୟାଣ୍ଡ ସରକାର ଇଛାମୃତ୍ୟୁ ପାଇଁ ମଞ୍ଜୁରୀ ଦେଇଥାନ୍ତି ବୋଲି ସୂଚନା ମିଳିଛି। ତେବେ ମୃତ୍ୟୁ ପୂର୍ବରୁ ପୀଡ଼ିତା ଜଣକ ଗୋଟିଏ ବହି ଲେଖିଥିଲେ। ତାଙ୍କ ଆତ୍ମଜୀବନୀ ମୂଳକ ବହିଟିର ନାଁ ହେଉଛି ‘ଉଇନିଙ୍ଗ ଅର୍‌ ଲର୍ଣ୍ଣିଙ୍ଗ’।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁଳି ଘଡ଼ଘଡ଼ିରେ ଭାଙ୍ଗିଲା ମନ୍ଦିର ଦଧିନଉତି, ଲୋକେ କହିଲେ…

ଖଣ୍ଡପଡ଼ା,୧୫।୭(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା, ପବନରେ ଏକ ଅଘଟଣ ସାମ୍ନାକୁ ଆସିଛି। ଘଡ଼ଘଡ଼ି, ବର୍ଷା, ପବନରେ…

ଏହି ଦିନ ଆକାଶରେ ଦେଖାଦେବ ଅଦ୍ଭୁତ ଦୃଶ୍ୟ, ଘୋଟିଆସିବ ଅନ୍ଧାର, ଆଉ ତା’ ପରେ…

ଅଗଷ୍ଟ ହେଉଛି ଜ୍ୟୋତିର୍ବିଜ୍ଞାନ ଘଟଣା ପ୍ରତି ଆଗ୍ରହୀ ଲୋକଙ୍କ ପାଇଁ ଏକ ବିଶେଷ ମାସ। ଏହି ମାସରେ ଅନେକ ମହାକାଶୀୟ ଘଟଣା ଦେଖାଯିବ। ଅଗଷ୍ଟ ୧୨ରେ ସୂର୍ଯ୍ୟ…

ଏହି ଆପରେ ମିଳିବ ଗ୍ୟାସ୍ ସିଲିଣ୍ଡର, ଅର୍ଡର କଲେ ମାତ୍ର ୧୦ ମିନିଟରେ ପହଞ୍ଚିବ ଘରେ

ବେଙ୍ଗାଲୁରୁ,୧୫।୭: ଏଣିକି ଗ୍ରାହକଙ୍କ କିଛି ମାତ୍ରାରେ ଗ୍ୟାସ ସିଲିଣ୍ଡର ଚିନ୍ତା କମିବ । ଅନଲାଇନରେ ଅର୍ଡର କଲେ କିଛି ମିନିଟରେ ଘରେ ପହଞ୍ଚିବ LPG ସିଲିଣ୍ଡର ।…

ସତର୍କ ସଂକେତ ଉପରେ ଜଳକା ଜଳସ୍ତର, ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳବାସୀ

ବାଲେଶ୍ୱର,୧୫।୭( ବାଞ୍ଛାନିଧି ଦେ): ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ଦେଖା ଦେଇଛି । ବାଲେଶ୍ଵର ଜିଲା ବସ୍ତା ବ୍ଲକର…

ରାଜଧାନୀର ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ, ୧୦୦ରୁ ଅଧିକ ଲୋକ…

ନୂଆଦିଲ୍ଲୀ,୧୫।୭: ନୋଏଡାର ସେକ୍ଟର ୬୬ରେ ଏକ କୋଠାର ବେସମେଣ୍ଟରେ ପାର୍କିଂ ହୋଇଥିବା ଏକ ଇଲେକ୍ଟ୍ରିକ୍ ବାଇକ୍ ଜଳିବା ପରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ବର୍ତ୍ତମାନ…

ଖ୍ରୀଷ୍ଟିଆନ ପରିବାରକୁ ଜୀବନ୍ତ ଜାଳିଦେଇଥିବା ଦାରା ସିଂ କିଏ? ୨୬ ବର୍ଷ ଜେଲଦଣ୍ଡ ପରେ ଏବେ ଚର୍ଚ୍ଚାରେ, ବଜରଙ୍ଗ ଦଳ ସହ…

କେନ୍ଦୁଝର/ନୂଆଦିଲ୍ଲୀ,୧୫।୭: ଓଡ଼ିଶାର କେନ୍ଦୁଝର ଜିଲା ଜେଲ୍‌ରେ ବନ୍ଦୀ ଥିବା ରବୀନ୍ଦ୍ର ପାଲ ସିଂ ଓରଫ ଦାରା ସିଂ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ବିଗତ ୨୬ ବର୍ଷ…

ଗୁରୁଣ୍ଡିଆରେ ବାଘ ଆତଙ୍କ: ପାଦ ଚିହ୍ନ ଦେଖିବା ପରେ ଲୋକଙ୍କ ମନରେ କୋକୁଆ ଭୟ

ସୁନ୍ଦରଗଡ,୧୫।୭ (ଦିଲ୍ଲୀପ କୁମାର ଭାରତୀ): ସୁନ୍ଦରଗଡ ଜିଲା ବଣେଇ ବନଖଣ୍ଡ ଅନ୍ତର୍ଗତ ତାମଡା ରେଞ୍ଜ ଅଧୀନସ୍ଥ ଗୁରୁଣ୍ଡିଆ ଠାରେ ବାଘ ଆତଙ୍କ । ଘଟଣାରୁ ପ୍ରକାଶ ଯେ,ଗୁରୁଣ୍ଡିଆ…

୩ ରଥକୁ ଆଜ୍ଞାମାଳ ବିଜେ

ପୁରୀ,୧୫ା୭: ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ଗୁରୁବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ତେଣୁ ପରମ୍ପରା ଅନୁଯାୟୀ, ବୁଧବାର ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ପାଳିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri