ବାଲେଶ୍ୱର,୧୫।୭( ବାଞ୍ଛାନିଧି ଦେ): ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ଦେଖା ଦେଇଛି । ବାଲେଶ୍ଵର ଜିଲା ବସ୍ତା ବ୍ଲକର ମଥାନୀ ଠାରେ ଜଳକାର ସତର୍କ ସୂଚନା ୬.୦୦ ମିଟର ଥିଲାବେଳେ ବିପଦ ସଂକେତ ୬.୫୦ ମିଟର ରହିଛି । ବୁଧବାର ସକାଳ ୮ଟା ସୁଦ୍ଧା ୬.୩୮ମିଟର ଉପରେ ପ୍ରଭାବିତ ହେଉଛି ବନ୍ୟା ପାଣି ।
ଗତ ଦୁଇ ଦିନ ଧରି ଉପର ମୁଣ୍ଡରେ ଲଗାଣ ଲଘୁଚାପ ବର୍ଷା ଲାଗି ରହିଥିବା ଯୋଗୁଁ ମୟୁରଭଞ୍ଜ ଜିଲାର ଶୁଳିଆପଦା, ମୁରୁଡା, ଚିତ୍ରଡା, ରାସଗୋବିନ୍ଦପୁର, ଚିତ୍ରଡା ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଫଳରେ ତଳିଆ ଅଞ୍ଚଳର ଲୋକମାନେ ଦୁର୍ବଳ ନଦୀ ବନ୍ଧ ପାଇଁ ଭୟଭୀତ ଅଛନ୍ତି । ଧାନ ତଳି ଜଳମଗ୍ନ ହୋଇଥିବାରୁ ତଳି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି ।

