ଯଥାର୍ଥ ଟିକସ ଯୋଜନା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୧୪-୭: ଦେଶର ଟିକସଦାତାଙ୍କ ଲାଗି ଠିକ୍‌ ଟିକସ ଯୋଜନାର ଆବଶ୍ୟକତା ରହିଛି। ଅର୍ଥକୁ ଠିକ୍‌ ଭାବେ ପରିଚାଳନା, ନୂଆ ନୀତିକୁ ଧ୍ୟାନରେ ରଖି ଆଡଭାନ୍ସ ଟିକସ ପ୍ଲାନି କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଏଠାରେ ଶିଳ୍ପ ସଂଘ ଫିକି ପକ୍ଷରୁ ବଜେଟ ଆଲୋଚନାରେ ମତ ପ୍ରକାଶ ପାଇଛି। ଟିକସ ଚୋରି କରିବା ଏକ ଗୁରୁତର ଅପରାଧ ଭାବେ ବର୍ତ୍ତମାନ ବିବେଚନା କରାଯାଉଥିବା ବେଳେ ଏଭଳି ବ୍ୟକ୍ତିଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଆୟକର ବିଭାଗର ପ୍ରିନି୍ସପାଲ ଚିଫ୍‌ କମିଶନର ପ୍ରଣବ କୁମାର ଦାସ ଏଥିରେ କହିଛନ୍ତି। ଟିକସ ଚୋରିକୁ ରୋକିବା ଲାଗି କେନ୍ଦ୍ରୀକୃତ ମନିଟରିଂ ବ୍ୟବସ୍ଥାକୁ ଆହୁରି ଉନ୍ନତ କରାଯାଇଛି। ବଜେଟରେ ରାଜସ୍ବ ସଂଗ୍ରହକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଆୟକର ଏଥିରେ ପ୍ରମୁଖ ଭାଗିଦାରି ରଖୁଛି। କଳାଟଙ୍କା କାରବାର ଉପରେ ରୋକ ଲଗାଇବା ଉପରେ ସରକାର ଫୋକସ କରିଥିବା ଦାସ ସୂଚନା ଦେଇଛନ୍ତି।
ଠିକ୍‌ ସମୟରେ ରିଟର୍ନ ଏବଂ ଟିକସଦାତାଙ୍କୁ ଉତ୍ସାହିତ କରିବା ଲାଗି ସରକାର କିଛି ପ୍ରୋତ୍ସାହନ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଫାଇନାନ୍ସ ଆନାଲିଷ୍ଟ ଏ.କେ.ସାବତ କହିଛନ୍ତି। ଗୋପାଳ ଅଗ୍ରଓ୍ବାଲ, ପିଡ୍ଲ୍ୟୁସି ଟିକସ ବିଶେଷଜ୍ଞ ସୌରଭ କେଡିଆ, ଫିକି ଏନର୍ଜି କମିଟି ଅଧ୍ୟକ୍ଷ ଅଶୋକ ବେହେରା ପ୍ରମୁଖ ବଜେଟର ବିଭିନ୍ନ ଦିଗ ଉପରେ ମତ ପ୍ରକାଶ କରିଥିଲେ। ସେହିଭଳି ଶିଳ୍ପ ଏବଂ ବଜେଟ ପ୍ରଭାବ ସଂକ୍ରାନ୍ତ ଏକ ପ୍ୟାନେଲ ଆଲୋଚନାରେ ବିଶେଷଜ୍ଞ ଭାବେ ଦିଲିପ ବିଶୋଇ, ମ୍ୟାକେମ ନିର୍ଦ୍ଦେଶକ ଜେ.କେ. ରଥ, ଓ୍ବାନ ବିଜନେସ ନିର୍ଦ୍ଦେଶକ ରାଜେନ ପାଢୀ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଶିଳ୍ପ ଜଗତ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ବିତ୍ତ ପ୍ରତିଷ୍ଠାନ ଏବଂ ଟିକସ ବିଶେଷଜ୍ଞମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri