ବିଜୁଳି ବିଲ୍‌ ବକେୟା ପାଇଁ ବିଏସ୍‌ଏନ୍‌ଏଲ୍‌ର ୧୦୦୦ ମୋବାଇଲ ଟାଓ୍ବାର

ନୂଆଦିଲ୍ଲୀ,୧୪-୭: ବକେୟା ବିଜୁଳି ବିଲ୍‌ ପ୍ରଦାନ କରାଯାଇ ନ ଥିବାରୁ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)ର ୧୦୦୦ ମୋବାଇଲ ଟାଓ୍ବାର ଏବଂ ୫୦୦ରୁ ଊର୍ଦ୍ଧ୍ୱ ଟେଲିଫୋନ୍‌ ଏକ୍ସଚେଞ୍ଜ ଏବେ ବନ୍ଦ ହୋଇପଡିଛି। ଏ ସମ୍ପର୍କରେ ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ ନିକଟରେ ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)ର ପୁନରୁଜ୍ଜୀବନ ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଏଦିଗରେ ପଦକ୍ଷେପ ନେବା ଆରମ୍ଭ ହୋଇଛି। ତାଙ୍କର କହିବାନୁଯାୟୀ, ବିଜୁଳି ବିଲ୍‌ ପ୍ରଦାନ କରା ନ ଯିବାରୁ ଦେଶର ବିଭିନ୍ନ ସ୍ଥାନରେ ଏବେ ସୁଦ୍ଧା ୧୦୮୩ ମୋବାଇଲ ଟାଓ୍ବାର ଏବଂ ୫୨୪ ଟେଲିଫୋନ ଏକ୍ସଚେଞ୍ଜ ବନ୍ଦ ହୋଇଯାଇଛି। ସେହିଭଳି ଜମି ମାଲିକଙ୍କ ଭଡା ବାବଦରେ ବକେୟା ପ୍ରଦାନ କରା ନ ଯିବାରୁ ସାରା ଦେଶରେ ୨୫୮ ମୋବାଇଲ ଟାଓ୍ବାରକୁ ବନ୍ଦ କରିବାକୁ କମ୍ପାନୀ ବାଧ୍ୟ ହୋଇଛି। ବିଜୁଳି ବିଲ୍‌ ପ୍ରଦାନ କରା ନ ଯିବାର ମହାରାଷ୍ଟ୍ରରେ ୧୭୮, କର୍ନାଟକରେ ୧୫୬, ଉତ୍ତର ପ୍ରଦେଶରେ ୧୩୨, ପଶ୍ଚିମ ବଙ୍ଗରେ ୨୦, ତେଲେଙ୍ଗାନା ତଥା ହରିୟାଣାରେ ୧୩ ଲେଖାଏ ଟେଲିଫୋନ ଏକ୍ସଚେଞ୍ଜ ବନ୍ଦ କରିଦିଆଯାଇଛି। ସେହିପରି ଉତ୍ତର ପ୍ରଦେଶରେ ସର୍ବାଧିକ ୩୯୧, ମହାରାଷ୍ଟ୍ରରେ ୨୦୮, କର୍ନାଟକରେ ୧୨୦, ତାମିଲନାଡୁରେ ୧୧୧, ତେଲେଙ୍ଗାନାରେ ୭୬, ପଶ୍ଚିମବଙ୍ଗରେ ୫୦, ମଣିପୁରରେ ୩୬, ଜମ୍ମୁ-କଶ୍ମୀରରେ ୧୯, ଗୁଜରାଟରେ ୧୭, ବିହାରରେ ୧୪, ଆସାମ ଓ ଆନ୍ଧ୍ରପ୍ରଦେଶରେ ୧୧ ଲେଖାଏ ମୋବାଇଲ ଟାଓ୍ବାରରୁ ବିଜୁଳି ସଂଯୋଗ କାଟି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri