ବିଜୁଳି ବିଲ୍‌ ବକେୟା ପାଇଁ ବିଏସ୍‌ଏନ୍‌ଏଲ୍‌ର ୧୦୦୦ ମୋବାଇଲ ଟାଓ୍ବାର

ନୂଆଦିଲ୍ଲୀ,୧୪-୭: ବକେୟା ବିଜୁଳି ବିଲ୍‌ ପ୍ରଦାନ କରାଯାଇ ନ ଥିବାରୁ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)ର ୧୦୦୦ ମୋବାଇଲ ଟାଓ୍ବାର ଏବଂ ୫୦୦ରୁ ଊର୍ଦ୍ଧ୍ୱ ଟେଲିଫୋନ୍‌ ଏକ୍ସଚେଞ୍ଜ ଏବେ ବନ୍ଦ ହୋଇପଡିଛି। ଏ ସମ୍ପର୍କରେ ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ ନିକଟରେ ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)ର ପୁନରୁଜ୍ଜୀବନ ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଏଦିଗରେ ପଦକ୍ଷେପ ନେବା ଆରମ୍ଭ ହୋଇଛି। ତାଙ୍କର କହିବାନୁଯାୟୀ, ବିଜୁଳି ବିଲ୍‌ ପ୍ରଦାନ କରା ନ ଯିବାରୁ ଦେଶର ବିଭିନ୍ନ ସ୍ଥାନରେ ଏବେ ସୁଦ୍ଧା ୧୦୮୩ ମୋବାଇଲ ଟାଓ୍ବାର ଏବଂ ୫୨୪ ଟେଲିଫୋନ ଏକ୍ସଚେଞ୍ଜ ବନ୍ଦ ହୋଇଯାଇଛି। ସେହିଭଳି ଜମି ମାଲିକଙ୍କ ଭଡା ବାବଦରେ ବକେୟା ପ୍ରଦାନ କରା ନ ଯିବାରୁ ସାରା ଦେଶରେ ୨୫୮ ମୋବାଇଲ ଟାଓ୍ବାରକୁ ବନ୍ଦ କରିବାକୁ କମ୍ପାନୀ ବାଧ୍ୟ ହୋଇଛି। ବିଜୁଳି ବିଲ୍‌ ପ୍ରଦାନ କରା ନ ଯିବାର ମହାରାଷ୍ଟ୍ରରେ ୧୭୮, କର୍ନାଟକରେ ୧୫୬, ଉତ୍ତର ପ୍ରଦେଶରେ ୧୩୨, ପଶ୍ଚିମ ବଙ୍ଗରେ ୨୦, ତେଲେଙ୍ଗାନା ତଥା ହରିୟାଣାରେ ୧୩ ଲେଖାଏ ଟେଲିଫୋନ ଏକ୍ସଚେଞ୍ଜ ବନ୍ଦ କରିଦିଆଯାଇଛି। ସେହିପରି ଉତ୍ତର ପ୍ରଦେଶରେ ସର୍ବାଧିକ ୩୯୧, ମହାରାଷ୍ଟ୍ରରେ ୨୦୮, କର୍ନାଟକରେ ୧୨୦, ତାମିଲନାଡୁରେ ୧୧୧, ତେଲେଙ୍ଗାନାରେ ୭୬, ପଶ୍ଚିମବଙ୍ଗରେ ୫୦, ମଣିପୁରରେ ୩୬, ଜମ୍ମୁ-କଶ୍ମୀରରେ ୧୯, ଗୁଜରାଟରେ ୧୭, ବିହାରରେ ୧୪, ଆସାମ ଓ ଆନ୍ଧ୍ରପ୍ରଦେଶରେ ୧୧ ଲେଖାଏ ମୋବାଇଲ ଟାଓ୍ବାରରୁ ବିଜୁଳି ସଂଯୋଗ କାଟି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri