ମୟୂରଭଞ୍ଜରେ ଖୋଲିଲା ୨୪ ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟର

ବାରିପଦା ଅଫିସ,୨ା୬- ମୟୂରଭଞ୍ଜ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ କୋଭିଡ୍‌ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଜିଲାର ସମସ୍ତ ଉପଖଣ୍ଡ ଅନ୍ତର୍ଗତ ସହରାଞ୍ଚଳ ଓ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ୨୪ଟି ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟର ଖୋଲାଯାଇଛି। ଏଥିରେ ମୋଟ ୧୩୧୬ ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାର ବାଙ୍କିଶୋଳଠାରେ କୋଭିଡ୍‌ ହସ୍ପିଟାଲ ଖୋଲିଥିବା ବେଳେ ସେଠାରେ ପଜିଟିଭ ଆକ୍ରାନ୍ତମାନଙ୍କୁ ରଖାଯାଇ ଚିକିତ୍ସିତ କରାଯାଉଛି। ଏଠାରେ ୨୦୦ ସଂଖ୍ୟକ ଶଯ୍ୟା ରହିଛି। ଯଦି ଆଗାମୀ ଦିନରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୁଦ୍ଧି ହୁଏ ତେବେ ଏହି ନୂତନ ୨୪ଟି ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟରରେ ସେମାନଙ୍କୁ ଚିକିତ୍ସିତ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।
ଉଦଳା ଉପଖଣ୍ଡର କପ୍ତିପଦାଠାରେ ୫୦ ଶଯ୍ୟା, ଗୋପବନ୍ଧୁନଗରରେ ୫୦, ଉଦଳା ଆଞ୍ଚଳିକ ବିଜ୍ଞାପନ ପରିଷଦ ଓ ବ୍ଲକରେ ୧୦୦, ଖୁଣ୍ଟାରେ ୫୦, କରଞ୍ଜିଆ ଉପଖଣ୍ଡର କରଞ୍ଜିଆର ତାଟୋଠାରେ ୫୦, ଠାକୁରମୁଣ୍ଡାରେ ୩୮, ଯଶିପୁରରେ ୩୬ ଓ ଶୁକୃଳିରେ ୪୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ସେହିପରି ରାଇରଙ୍ଗପୁର ଉପଖଣ୍ଡ କୁସୁମିରେ ୫୦, ବିଜାତଳାରେ ୬୦, ଜାମଦା ବ୍ଲକରେ ୮୦, ବହଳଦାରେ ୫୦, ରାଇରଙ୍ଗପୁରରେ ୫୦, ବିଶୋଇରେ ୫୦, ତିରିଂରେ ୫୦ ଓ ରାଇରଙ୍ଗପୁର ପୌର ପରିଷଦରେ ୧୧୬ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ସେହିଭଳି ବାରିପଦା ଉପଖଣ୍ଡରେ ଥିବା ରାସଗୋବିନ୍ଦପୁର ବ୍ଲକରେ ୫୦, କୁଳିଅଣାରେ ୪୦, ବାରିପଦା ବ୍ଲକରେ ୫୦, ବାଙ୍ଗିରିପୋଷିରେ ୪୦, ଶୁଳିଆପଦାରେ ୪୦, ମୋରାଡ଼ାରେ ୪୦ ବେଡ୍‌, ବଡସାହିରେ ୪୦ ଓ ବାରିପଦା ପୌରପରିଷଦ ଅଞ୍ଚଳରେ ୧୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ପରକୀୟା ପ୍ରୀତିକୁ ନେଇ ହତ୍ୟା: ସାଙ୍ଗନେଲା ସାଙ୍ଗର ଜୀବନ ୨୨ ଦିନ ପରେ…

ନୀଳଗିରି, ୧୫।୬ (ପ୍ରଶାନ୍ତ କୁମାର ବିଶ୍ୱାଳ): ବନ୍ଧୁତ୍ୱର ପବିତ୍ର ସମ୍ପର୍କକୁ କଳଙ୍କିତ କରିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ପ୍ରୀତିକୁ କେନ୍ଦ୍ରକରି ଜଣେ ବନ୍ଧୁ ଅନ୍ୟ ଜଣେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri