ମୟୂରଭଞ୍ଜ: ୪ ନେତାଙ୍କୁ ଦାୟିତ୍ୱ

ଭୁବନେଶ୍ୱର,୨।୩(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୪ ନେତାଙ୍କୁ ମୟୂରଭଞ୍ଜ ଜିଲାର ୮ ବିଧାନସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି। ଜଣେ ନେତାଙ୍କ ହାତରେ ମୟୂରଭଞ୍ଜ ଜିଲାର ଦୁଇଟି ଲେଖାଏ ବିଧାନସଭା କ୍ଷେତ୍ର ପ୍ରଦାନ କରାଯାଇଛି। ୨୦୧୬ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲାରେ ବିଜେଡି ଫଳାଫଳ ସେତେଟା ଆଖିଦୃଶିଆ ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ମଧ୍ୟ ଶାସକ ଦଳ ସପକ୍ଷରେ ଗଲାନାହିଁ। ତେଣୁ ଏହାପରଠାରୁ ବିଜେଡି ସଭାପତି ମୟୂରଭଞ୍ଜ ଜିଲା ସାଙ୍ଗଠନିକ ସ୍ଥିତି ସଜାଡିବାକୁ ଏକ ପ୍ରକାର ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ମୟୂରଭଞ୍ଜ ନିର୍ବାଚନମଣ୍ଡଳୀର କରଞ୍ଜିଆ ଏବଂ ଯଶିପୁର ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଦାୟିତ୍ୱ ପାଇଛନ୍ତି। ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ବିଧାୟକ ସୁଶାନ୍ତ ରାଉତଙ୍କ ହାତରେ ବାରିପଦା ଏବଂ ମୋରଡା ବିଧାନସଭା କ୍ଷେତ୍ର ଦାୟିତ୍ୱ ଦିଆଯାଇଛି। ସେହିପରି ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ରାଇରଙ୍ଗପୁର ଏବଂ ସାରଶକଣା ଦାୟିତ୍ୱ ଦିଆଯାଇଛି। ଭଦ୍ରକ ବିଧାୟକ ସଞ୍ଜୀବ ମଲିକଙ୍କ ହାତରେ ଉଦଳା ଓ ବଡସାହି ଦାୟିତ୍ୱ ପ୍ରଦାନ କରାଯାଇଛି। ଗତ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମୟୂରଭଞ୍ଜ ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ତେଣୁ ୮ ନିର୍ବାଚନମଣ୍ଡଳୀ ଦାୟିତ୍ୱ ପାଇଥିବା ୪ ନେତା ବର୍ତ୍ତମାନ ପ୍ରଣବ ପ୍ରକାଶଙ୍କ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରିବେ। ଆଗକୁ ପଞ୍ଚାୟତ ଏବଂ ମ୍ୟୁନିସିପାଲିଟି ନିର୍ବାଚନ ଆସୁଥିବାରୁ ଏବେଠାରୁ ଉକ୍ତ ଜିଲାକୁ ବିଜେଡି ସଭାପତି ଅଧିକ ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଲୋକ ସଭା ନିର୍ବାଚନମଣ୍ଡଳୀର ୭ ବିଧାନସଭା କ୍ଷେତ୍ର ମଧ୍ୟରୁ ୨ଟି ବିଜେଡି ହାତରେ ଥିବାବେଳେ ୫ଟି ଆସନ ଭାଜପା ଅକ୍ତିଆର କରିନେଇଛି। ମୟୁରଭଞ୍ଜ ଜିଲାର ଉଦଳା, ବାରିପଦା, ଜଶିପୁର, ସାରସକଣା, ରାଇରଙ୍ଗପୁର ବିଧାନସଭା ଆସନରେ ଭାଜପା ବିଜୟୀ ହୋଇଛି। ସେହିପରି ମୋରଡା ଏବଂ ବାଙ୍ଗିରପୋଷି ଆସନରେ ବିଜେଡି ବିଜୟୀ ହୋଇଛି। ସେହିପରି ମୟୁରଭଞ୍ଜ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ବିଶେଶ୍ୱର ଟୁଡୁ ଏମ୍‌ପି ଭାବେ ବିଜୟୀ ହୋଇଛନ୍ତି। ସେହିପରି ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ୮ ବିଧାନସଭା କ୍ଷେତ୍ର ମଧ୍ୟରୁ କରଞ୍ଜିଆ ନିର୍ବାଚନମଣ୍ଡଳୀ ମୟୂରଭଞ୍ଜ ଜିଲା ଭିତରେ ଥିଲେ ମଧ୍ୟ ଏହା କେନ୍ଦୁଝର ଲୋକ ସଭା କ୍ଷେତ୍ର ମଧ୍ୟରେ ଆସୁଛି। ଏହି ଆସନରେ ବିଜେଡି ହାତରେ ଅଛି। ଅନ୍ୟପଟେ ଉଦଳା ମଧ୍ୟ ସମାନଭାବେ ଏହି ଜିଲା ମଧ୍ୟରେ ରହିଥିଲେ ସୁଦ୍ଧା ବାଲେଶ୍ୱର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଆସୁଛି। ତେବେ ମୟୂରଭଞ୍ଜ ଜିଲାର ୮ଟି ବିଧାନସଭା କ୍ଷେତ୍ର ଦାୟିତ୍ୱ ଅନ୍ୟ ଜିଲା ନେତାଙ୍କ ହାତରେ ଦିଆଯାଇଥିଲେ ମଧ୍ୟ ବାଙ୍ଗିରପୋଷି ନିର୍ବାଚନମଣ୍ଡଳୀ ଏହି ଜିଲା ଭିତରେ ଥାଇ ସୁଦ୍ଧା କାହାକୁ ବଣ୍ଟାଯାଇନାହିଁ। ବରିଷ୍ଠ ବିଜେଡି ନେତା ତଥା ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ଆସନରୁ ଜିତିଥିବାରୁ ଏହାର ଦାୟିତ୍ୱ କାହାକୁ ମିଳି ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri