Posted inଖେଳ

ମୋହନବାଗାନର ଆଇ-ଲିଗ୍‌ ରେକର୍ଡ

ନୂଆଦିଲ୍ଲୀ, ୭ା୩ (ପି.ଟି.)-ଚଳିତ ଆଇ-ଲିଗ୍‌ ସିଜନରେ ମୋହନବାଗାନ ନିଜ ରେକର୍ଡକୁ ଭଙ୍ଗ କରିଛି। କ୍ରମାଗତ ୧୩ଟି ମ୍ୟାଚରେ ଅପରାଜେୟ ରହି ଏହି ସଫଳତା ହାସଲ କରିଛି। ପୂର୍ବରୁ ଏହି ଦଳ ୨୦୦୮-୦୯ ସିଜନରେ କରିମ୍‌ ବେଞ୍ଚେରିଫାଙ୍କ ଅଧୀନରେ ଏବଂ ପରେ ୨୦୧୪-୧୫ ସିଜନରେ ସଞ୍ଜୟ ସେନ୍‌ଙ୍କ ଅଧୀନରେ ଦୁଇଥର କ୍ରମାଗତ ୧୨ଥର ଅପରାଜେୟ ରହି ଟୁର୍ନାମେଣ୍ଟରେ ରେକର୍ଡର ଅଧିକାରୀ ହୋଇଥିଲା। ମୋହନବାଗାନ ଏଥର ଆଇଜଲ ଏଫ୍‌ସି ବିପକ୍ଷ ମ୍ୟାଚ ଡ୍ର’ ସହ ଏହାର ଅଭିଯାନ ଆରମ୍ଭ କରିଥିଲା। ପରେ ହୋମ୍‌ ଗ୍ରାଉଣ୍ଡରେ ଚର୍ଚ୍ଚିଲ ବ୍ରଦର୍ସ ବିପକ୍ଷ ମ୍ୟାଚ ୨-୪ ଗୋଲ୍‌ରେ ହାରିଯାଇଥିଲା। କିନ୍ତୁ ଏହାର ୩ ଦିନ ପରେ ନିଜ ଗ୍ରାଉଣ୍ଡରେ ଟିଆର୍‌ୟୁ ଏଫ୍‌ସି ବିପକ୍ଷରେ ୪-୦ ଗୋଲରେ ବିଜୟ ସହ ଦଳ ଟୁର୍ନାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଏହାପରଠାରୁ ଦଳ କ୍ରମାଗତ ୧୩ଟି ମ୍ୟାଚରେ ଅପରାଜେୟ ରହିଥିଲା। ଏହି ଦଳ ଚଳିତ ସିଜନରେ ନିଜର ଆଉ ଏକ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଥିଲା। ମାତ୍ର ସଫଳ ହୋଇ ପାରିନ ଥିଲା। ୨୦୦୮-୦୯ ସିଜନରେ କରିମ୍‌ ବେଞ୍ଚେରିଫାଙ୍କ ଅଧୀନରେ ଦଳ କ୍ରମାଗତ ୯ଟି ବିଜୟ ସହ ଏକ ରେକର୍ଡ କରିଥିଲା। ମାତ୍ର ଗୁରୁବାର ଚେନ୍ନାଇ ସିଟି ବିପକ୍ଷ ମ୍ୟାଚ ୧-୧ରେ ଡ୍ର ରଖିବା ଦ୍ୱାରା ଏହାର କ୍ରମାଗତ ବିଜୟ ସଂଖ୍ୟା ୭ରେ ସୀମିତ ହୋଇ ଯାଇଥିଲା। କୋଲକାତାର ଏହି ଶକ୍ତିଶାଳି ଦଳ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ପୂର୍ବତନ ଚାମ୍ପିୟନ ଆଇଜଲ ଏଫ୍‌ସି ସହିତ ମୁକାବିଲା କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri