Posted inଖେଳ

ମୋହନ ବାଗାନର କ୍ରମାଗତ ୫ମ ବିଜୟ

କଲ୍ୟାଣୀ (ପଶ୍ଚିମ ବଙ୍ଗ), ୧୫ା୨ (ପି.ଟି.)-ସ୍ଥାନୀୟ କଲ୍ୟାଣୀ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଏକ ଆଇ-ଲିଗ୍‌ ମ୍ୟାଚରେ ମୋହନ ବାଗାନ ୬-୨ ଗୋଲରେ ନେରୋକା ଏଫ୍‌ସିକୁ ପରାସ୍ତ କରିଛି। ପ୍ରତିଯୋଗିତାରେ ଦଳର ଏହା ହେଉଛି କ୍ରମାଗତ ୫ମ ବିଜୟ। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ବିଜୟୀ ଦଳର ଫ୍ରାନ୍‌ ଗୋଞ୍ଜାଲେଜ (୧୦ମ, ୨୪ତମ ଏବଂ ୪୫ତମ ମିନିଟ) ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଫ୍ରାନ୍‌ ମୋରାଣ୍ଟେ (୧୩ତମ), ବାବା ଦିଆଓ୍ବାରା (୩୭) ଏବଂ ଆଲେକ୍‌ଜାଣ୍ଡର ରୋମାରିଓ ଜେଶୁରାଜ (୭୦ତମ) ପ୍ରତ୍ୟେକେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଇମ୍ଫାଲ ଦଳ ନେରୋକା ତରଫରୁ ଫିଲିପ୍‌ ଆଡ୍‌ଜା (୪୧ତମ) ଏବଂ ସୁଭାଷ ସିଂ (୪୫+୨ ତମ) ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ମ୍ୟାଚର ପ୍ରଥମାର୍ଦ୍ଧ ଖେଳରେ ୭ଟି ଗୋଲ ସ୍କୋର ହୋଇଥିଲା। ୨୦୧୪-୧୫ ଚାମ୍ପିୟନ ମୋହନ ବାଗାନ ଚଳିତବର୍ଷ ଗତ ୧୦ଟି ମ୍ୟାଚରେ ଅପରାଜେୟ ରହିଛି। ଦଳର ଏହା ହେଉଛି ଅନ୍ତିମ ଆଇ-ଲିଗ୍‌ ସିଜନ। ପଏଣ୍ଟ ଟେବୁଲରେ ମୋହନ ବାଗାନ ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମିନର୍ଭା ପଞ୍ଜାବ (୧୮)ଠାରୁ ୧୧ ପଏଣ୍ଟ ବ୍ୟବଧାନ ସହ ପ୍ରଥମ ସ୍ଥାନରେ ଅଛି। ଅନ୍ୟପକ୍ଷରେ ନେରୋକା ଏଫ୍‌ସି ୧୩ ମ୍ୟାଚରୁ ୧୨ ପଏଣ୍ଟ ପାଇ ସର୍ବନିମ୍ନ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri