ମୋଦିଙ୍କ ନିର୍ବାଚନୀ ପ୍ରତିଶ୍ରୁତି; ଅର୍ଥନୀତିକୁ ମିଳିବ ୧୦୦ ଲକ୍ଷ କୋଟି

ନୂଆଦିଲ୍ଲୀ,୨୬-୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଖୁବଶୀଘ୍ର ଦ୍ୱିତୀୟ କାର୍ଯ୍ୟକାଳ ସମ୍ଭାଳିବାକୁ ଯାଉଛିି। ନୂଆ ସରକାର ଗଠନ ପରେ ଭାଜପାର ନିର୍ବାଚନୀ ପ୍ରତିଶ୍ରୁତି ପାଳନ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। ବିଶେଷଜ୍ଞଙ୍କ ମତରେ ମୋଦି ତାଙ୍କର ପ୍ରତିଶ୍ରୁତି ମଧ୍ୟରୁ ଯଦି ଅଧା ପାଳନ କରନ୍ତି ତେବେ ଅର୍ଥନୀତିରେ ପ୍ରାୟ ୧୦୦ ଲକ୍ଷ କୋଟି ଟଙ୍କା (୧.୪୪ ଲକ୍ଷ କୋଟି ଡଲାର) ପ୍ରବେଶ କରିବ।
ଚାଷୀଙ୍କୁ ସହାୟତା ପ୍ରଦାନ, ସଡ଼କ, ରେଳଓ୍ବେ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ସାଙ୍ଗକୁ ଉତ୍ପାଦନ ଏବଂ ରପ୍ତାନି ବୃଦ୍ଧି କରିବା ଲାଗି ଭାଜପା ନିର୍ବାଚନ ପ୍ରଚାର ବେଳେ ପ୍ରତିଶ୍ରୁତି ଦେଇଥିଲା। ଏବେ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଲାଗି ଅର୍ଥର ଆବଶ୍ୟକତା ରହିଛି। ବାସ୍ତବିକତାକୁ ଦେଖିଲେ ନିବେଶ ହ୍ରାସ ପାଇଛି ଏବଂ ଅଣ-ଆନୁଷ୍ଠାନିକ ତଥ୍ୟକୁ ଦେଖିଲେ ବେକାରି ବଢ଼ିଛି। ଅନ୍ୟପକ୍ଷରେ ଅର୍ଥନୀତିଜ୍ଞମାନେ ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୈମାସରେ ଦେଶର ବିକାଶ ହାର ୬.୫% ରହିବ ବୋଲି ଅନୁମାନ କରିଛନ୍ତି, ଯାହା କି ୨୦୧୭ ମଧ୍ୟଭାଗ ପରେ ସବୁଠାରୁ ଧୀମା ଗତି ବୋଲି କୁହାଯାଉଛି। ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁଯାୟୀ, ଲୋକଙ୍କୁ ଆକର୍ଷିତ କରୁଥିବା ପ୍ରତିଶ୍ରୁତି ପାଳନ କରିବା ଲାଗି ଅର୍ଥ ଯୋଗାଡ କରିବା ମୋଦି ସରକାରଙ୍କ ପାଇଁ ତାତ୍କାଳିକ ଆହ୍ବାନ ହେବ। ସରକାର ପୂର୍ବରୁ ହିଁ ମାର୍ଚ୍ଚ ୨୦୨୦ ସୁଦ୍ଧା ସରକାରଙ୍କ ବଜେଟ ନିଅଣ୍ଟ ପରିମାଣ ଜିଡିପିର ୩.୪% ରହିବ ବୋଲି ଆକଳନ କରିଛନ୍ତି। ରାଜସ୍ବ ହ୍ରାସ ଯୋଗୁ ସରକାର କେନ୍ଦ୍ରୀୟ ବ୍ୟାଙ୍କରୁ ଅତିରିକ୍ତ ଋଣ ନେବାକୁ ବିଚାର କରୁଛନ୍ତି। ରାଜସ୍ବ ନିଅଣ୍ଟ ବଢ଼ିଲେ ଦେଶର କ୍ରେଡିଟ ରେଟିଂ ଉପରେ ଏହାର ଜୋରଦାର ପ୍ରଭାବ ପଡିବ। ଫିଚ୍‌ ରେଟିଙ୍ଗ୍‌ସ ପକ୍ଷରୁ କୁହାଯାଇଛି ଯେ, ଆୟରେ ସୁଧାର ନୂଆ ସରକାରଙ୍କ ପାଇଁ ମହତ୍ୱପୂର୍ଣ୍ଣ ହେବ। ଭାଜପା କାର୍ଯ୍ୟକାଳରେ ନିକଟ ଅତୀତରେ ରାଜସ୍ବ ଆୟ ବାଧାପ୍ରାପ୍ତ ହୋଇଛି। ଅନ୍ୟପକ୍ଷରେ ନିର୍ବାଚନ ବେଳେ ଚାଷୀଙ୍କ ଆୟ ନେଇ ଦିଆଯାଇଥିବା ପ୍ରତିଶ୍ରୁତି ଯୋଗୁ ଖର୍ଚ୍ଚ ଉପରେ ବୋଝ ବଢ଼ିବାରେ ଲାଗିଛି। କ୍ୟାପିଟାଲ ଇକୋନୋମିକ୍ସ ଲିମିଟେଡର ବରିଷ୍ଠ ଅର୍ଥନୀତିଜ୍ଞ ଶିଲନ ଶାହ୍‌ କହିଛନ୍ତି ଯେ, ସୀମିତ ରାଜକୋଷ ସମ୍ଭାବନା ମଧ୍ୟରେ ସରକାରଙ୍କ ପକ୍ଷରେ ସବୁ ପ୍ରତିଶ୍ରୁତି ପାଳନ କରିବା ସମ୍ଭବପର ନୁହେଁ। ତଥାପି ଆଂଶିକ ରୂପରେ ପାଳନ ହେଲେ ମଧ୍ୟ ବିକାଶ ଆଶାତୀତ ଭାବେ ସୁଦୃଢ଼ ହେବ। ସୂଚନାଥାଉ କି, ଭାଜପା ଏହାର ଘୋଷଣାପତ୍ରରେ ୨୦୨୪ ସୁଦ୍ଧା ଢାଞ୍ଚାଗତ ଭିତ୍ତିଭୂମି ନିର୍ମାଣ ଲାଗି ୧୦୦ ଲକ୍ଷ କୋଟି ଟଙ୍କାର ନିବେଶ ଲକ୍ଷ୍ୟ ରଖିଛି। ମାର୍ଚ୍ଚ ୨୦୧୯ ସୁଦ୍ଧା ସଡ଼କ ଓ ରେଲଓ୍ବେ ପାଇଁ ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କା ସରକାରୀ ଖର୍ଚ୍ଚକୁ ଦୃଷ୍ଟିରେ ରଖିଲେ ଭାଜପାର ପ୍ରତିଶ୍ରୁତି ଅତ୍ୟଧିକ ମନେହେଉଛି। ବ୍ଲୁମ୍‌ବର୍ଗର ଅର୍ଥନୀତିଜ୍ଞ ଅଭିଷେକ ଗୁପ୍ତାଙ୍କ ମତରେ ଦେଶର ଅର୍ଥନୀତି ଧୀମା ଗତିରେ ଆଗେଉଛି। ଏହା ଗତିଶୀଳ ହେବା ପୂର୍ବରୁ ବର୍ଷର ଶେଷାର୍ଦ୍ଧରେ ଆହୁରି ଧୀମା ହୋଇଯିବାର ସମ୍ଭାବନା ରହିଛି। ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ଦେଶର ଅର୍ଥନୀତିର ଫଳାଫଳ ମିଶ୍ରିତ ରହିଛି। ସେ କହିଛନ୍ତି ଯେ, ସରକାର ନାଲିଫିତା ପରମ୍ପରା ବନ୍ଦ କରିବା ସହିତ ବର୍ଷ ପୁରୁଣା ଦେବାଳିଆ ଆଇନରେ ସଂଶୋଧନ କରିଛନ୍ତି ଏବଂ ଦେଶବ୍ୟାପୀ ଏକକ ଟିକସ ବ୍ୟବସ୍ଥା ଲାଗୁ କରିଛନ୍ତି, ଯାହାକୁ ଲୋକେ ପସନ୍ଦ କରିଛନ୍ତି। ବିମୁଦ୍ରୀକରଣ ଓ ଜିଏସ୍‌ଟି ବ୍ୟବସାୟ ଗତିବିଧିକୁ ପ୍ରଭାବିତ କରିଛି, ଯାହାର ପ୍ରଭାବ ଏବେ ସୁଦ୍ଧା ଦେଖିବାକୁ ମିଳୁଛି। ଅନ୍ୟ ଜଣେ ଅର୍ଥନୀତିଜ୍ଞ ଆଣ୍ଡି ମୁଖାର୍ଜୀଙ୍କ ମତରେ ମୋଦି ସରକାର ନିଜର ପ୍ରଥମ କାର୍ଯ୍ୟକାଳରେ ରୋଜଗାର ସୃଷ୍ଟିରେ ଫେଲ୍‌ ହୋଇଛନ୍ତି। ବିଶେଷକରି ଯୁବବର୍ଗଙ୍କୁ ନୂଆ ନିଯୁକ୍ତି ଦେବାରେ ସରକାର ବିଫଳ ହୋଇଛି। କେନ୍ଦ୍ର ସରକାର ଏବେ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକର ଶେୟାର ବିକ୍ରି କରିବା ସହ ଏୟାର ଇଣ୍ଡିଆ ଭଳି କ୍ଷତିରେ ଚାଲୁଥିବା କମ୍ପାନୀଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ ବିଚାର କରୁଛନ୍ତି। ଏହାଛଡ଼ା ବ୍ୟାଙ୍କଗୁଡ଼ିକର ମିଶ୍ରଣ ପ୍ରକ୍ରିୟାକୁ ଆଗେଇ ନିଆଯାଇପାରେ। ସରକାର ପ୍ରତିଶ୍ରୁତି ପୂରଣ ଲାଗି ଏହି ବିକଳ୍ପକୁ କାମରେ ଲଗାଇ ଅର୍ଥ ଯୋଗାଡ କରିପାରନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri