ମୋଦିଙ୍କ ଡ୍ରେସିଂ ଷ୍ଟାଇଲ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ବର୍ଷରେ ପାଦ ଥାପିଛନ୍ତି। ତାଙ୍କର ଏହି ଜନ୍ମଦିନ ଅବସରରେ ଦେଶ ବିଦେଶର ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ୍‌, ଖେଳ ଜଗତ ଓ ପ୍ରଶଂସକଙ୍କର ଶୁଭେଚ୍ଛାର ସୂଅ ଛୁଟିଛି। ୧୯୫୦ ସେପ୍ଟେମ୍ବର ୧୭ରେ ଭାଡନଗରରେ ନରେନ୍ଦ୍ର ମୋଦି ଜନ୍ମଗ୍ରହଣ କରିଥିଲେ। ନିଜର ଅଭିଭାଷଣ, କଡ଼ା ନିଷ୍ପତ୍ତି ଓ ସଫଳ ଯୋଜନା ପାଇଁ ଦେଶ ବିଦେଶରେ ପରିଚିତ ପ୍ରଧାନମନ୍ତ୍ରୀ ମୋଦି ବେଶ୍‌ ଲୋକପ୍ରିୟ ହୋଇପାରିଛନ୍ତି। ତାଙ୍କର ଅଭିଭାଷଣ ଶୁଣିବା ପାଇଁ କାହିଁ କେତେ ଦୂରରୁ ଲୋକମାନଙ୍କ ସୂଅ ଛୁଟିଥାଏ। କେବଳ ସେତିକି ନୁହେଁ ତାଙ୍କର ଡ୍ରେସିଂ ଷ୍ଟାଇଲ୍‌, ବେଶଭୂଷାକୁ ନେଇ ସୋସିଆଲ ମିଡିଆରେ ଯୁବବର୍ଗଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ମୋଦିଙ୍କ କୁର୍ତ୍ତାରୁ ଆରମ୍ଭ କରି ସୁଟ ପ୍ୟାଣ୍ଟ ପର୍ଯ୍ୟନ୍ତ ଯୁବବର୍ଗ ତାଙ୍କୁ ଫଲୋ କରୁଛନ୍ତି। ନିକଟରେ ମୋଦିଙ୍କ ଡ୍ରେସିଂ ଷ୍ଟାଇଲକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା। ଆସନ୍ତୁ ଜାଣିବା ସେ ବିଷୟରେ…


*ଛୋଟ ହାତ ଥିବା କୁର୍ତ୍ତା: ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ମୋଦି କୁର୍ତ୍ତା ବେଶ୍‌ ଲୋକପ୍ରିୟ ହୋଇଥିଲା। କିନ୍ତୁ ମୋଦି ମଧ୍ୟ ଭିନ୍ନ ଭିନ୍ନ କୁର୍ତ୍ତାର ବ୍ୟବହାର କରିଥାନ୍ତି। ନିକଟରେ ତାଙ୍କର ଛୋଟ ହାତ ଥିବା କୁର୍ତ୍ତାକୁ ସୋସିଆଲ ମିଡିଆରେ ବେଶ୍‌ ପସନ୍ଦ କରାଯାଇଥିଲା।


* ନେହେରୁ ଜ୍ୟାକେଟ: ନେହେରୁ ଜ୍ୟାକେଟ ବହୁ ପୂର୍ବରୁ ମାର୍କେଟରେ ଉପଲବ୍ଧ ହେଉଥିଲା। ହେଲେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ନୂଆ ଲୁକ୍‌ ଦେବା ସହ ଟ୍ରେଣ୍ଡ କରିଦେଇଛନ୍ତି। ମୋଦି କୁର୍ତ୍ତା ପାଇଜାମା ସହ ନେହେରୁ ଜ୍ୟାକେଟକୁ ଭଲଭାବେ ବହନ କରିଥାନ୍ତି।


* ରଙ୍ଗ ବେରଙ୍ଗ ପଗଡ଼ି: ମୋଦିଙ୍କର ପଗଡି ପ୍ରତି ରହିଛି ଦୁର୍ବଳତା। ସ୍ବାଧୀନତା ଦିବସ ଅବସରରେ ମୋଦିଙ୍କୁ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଥିଲା। ମୋଦିଙ୍କର କୁର୍ତ୍ତା ପାଇଜାମା ଓ ରଙ୍ଗବେରଙ୍ଗର ପଗଡି ଲୋକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।


* ହାଇ ନେକ୍‌ ସୁଟ: ବିଦେଶ ଗସ୍ତ ଅବସରରେ ଭିନ୍ନ ଭିନ୍ନ ସୁଟରେ ମୋଦି ନଜର ଆସନ୍ତି। ଡ୍ରେସିଂ ମାମଲାରେ ମୋଦିଙ୍କ ଏହି ଲୁକ୍‌ ବିଦେଶୀ ନେତାଙ୍କୁ ଟକ୍କର ଦେଇଥାଏ।


* କୁର୍ତ୍ତା, ପାଇଜାମା ସହ ଷ୍ଟୋଲ: ନିକଟରେ ବିଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ତାଙ୍କର ଭିନ୍ନ ରୂପ ଦେଖିବାକୁ ମିଳିଥିଲା। ଧଳା କୁର୍ତ୍ତାରେ ପାଇଜାମା, ରେଡ ଓ କ୍ରୀମ କଲରର ପାରମ୍ପରିକ ଷ୍ଟୋଲରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ।


* ସୁଟ ଉପରେ ନେକ୍‌ ସ୍କାର୍ଫ: ସ୍ବିଡେନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେକ ଶାର୍ଟ ସହ ଗ୍ରେ ସୁଟ ପିନ୍ଧିଥିଲେ। ଏହାସହ ଲାଲ ରଙ୍ଗର ସ୍କାର୍ଫ ତାଙ୍କୁ ହ୍ୟାଣ୍ଡସମ ଲୁକ୍‌ ଦେଇଥିଲା।


*ନେହେରୁ କଲର ସୁଟ: ପ୍ରିନ୍ସ ଚାଲର୍‌ସଙ୍କ ସହ ସାକ୍ଷାତ୍‌କାରରେ ମୋଦି କଳା ରଙ୍ଗର ନେହେରୁ କଲର ସୁଟ ପିନ୍ଧିଥିଲେ। ସୁଟରେ ସେ ପକେଟ ସ୍କ୍ବାୟର ଲଗାଇଥିଲେ। ମୋଦିଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri