ମୋଦିଙ୍କ ଗଣିତ ବିଗାଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୬ା୫: ଚାଇନାରୁ ସୃଷ୍ଟି ହୋଇଥିବା ଘାତକ କରୋନା ଭାଇରସ୍‌ ଜି ଜିନ୍‌ପିଙ୍ଗ୍‌ ସରକାରଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି। ଏଥିଯୋଗୁ ଚାଇନାର ଅର୍ଥ ବ୍ୟବସ୍ଥା ବହୁଳ ଭାବେ ପ୍ରଭାବିତ ହୋଇଥିବାବେଳେ ବୈଶ୍ୱିକ ଯୋଗାଣ ଶୃଙ୍ଖଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏଭଳି ସମୟରେ ଆର୍ଥିକ କ୍ଷତି ଦୃଷ୍ଟିରୁ ଚାଇନାରୁ ବାହାରି ଆସୁଥିବା ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକୁ ଭାରତକୁ ଟାଣି ମେକ୍‌ ଇଣ୍ଡିଆ ବାଟରେ ଚଲାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ଭଣ୍ଡୁର ହୋଇପାରେ। କାରଣ ମୋଦିଙ୍କ ଗଣିତକୁ ବିଗାଡ଼ିବା ଭଳି କାମ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ଆପଲ୍‌ ଭଳି କମ୍ପାନୀଗୁଡ଼ିକ ଭାରତ କଥାରେ ପଡ଼ି କାର୍ଯ୍ୟ କଲେ ସେମାନଙ୍କ ଉତ୍ପାଦ ଉପରେ ଅତିରିକ୍ତ ଟ୍ୟାକ୍ସ କଷାଯିବ ବୋଲି ଶୁକ୍ରବାର ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି।
ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି, ଯେଉଁ ଆମେରିକୀୟ କମ୍ପାନୀଗୁଡ଼ିକ ଚାଇନାରୁ ସେମାନଙ୍କ ମାନିଫେକ୍ଚରିଂ ବେସ୍‌ ପ୍ରତ୍ୟାହାର କରି ଆମେରିକା ବ୍ୟତୀତ ଅନ୍ୟ ଦେଶକୁ ଯାଉଛନ୍ତି ସେମାନଙ୍କ ଉପରେ ନୂଆ ଟିକସ ବସାଯିବ। ଅର୍ଥାତ୍‌ ଟ୍ରମ୍ପ୍‌ଙ୍କ ମତରେ ଚାଇନାରୁ ବାହରି ଅନ୍ୟ ଦେଶକୁ ଯାଅ ନାହିଁ। ଯଦି ଆସିବ ତେବେ ଆମେରିକାକୁ ଆସ। ଟ୍ରମ୍ପ୍‌ ଏହି ଟାକ୍ସେଶନ୍‌ ବା ଟିକସ ବ୍ୟବସ୍ଥାକୁ କମ୍ପାନୀଗୁଡ଼ିକ ପାଇଁ ଆମେରିକା ଫେରିବା ଲାଗି ଏକ ପ୍ରୋତ୍ସାହନ ଭାବେ ଅଭିହିତ କରିଛନ୍ତି। ଏପରି କଲେ ଆମେରିକାରେ ନୂଆ କର୍ମନିଯୁକ୍ତି ସୃଷ୍ଟି ହେବା ସହ ‘ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌’ କାର୍ଯ୍ୟସୂଚୀ ପାଇଁ ସହାୟକ ହେବ ବୋଲି ଟ୍ରମ୍ପ୍‌ ଏକ ସାକ୍ଷାତ୍‌କାରରେ ସ୍ପଷ୍ଟ କରିଛନ୍ତି।
ଆପଲ୍‌ କମ୍ପାନୀ ଚାଇନାରୁ ତା’ ମାନିଫାକ୍ଚରିଂର ଏକ ବଡ଼ ଅଂଶ ଭାରତକୁ ସ୍ଥାନାନ୍ତର କରୁଥିବା ନେଇ ପ୍ରକାଶ ପାଇଥିବା ରିପୋର୍ଟ ଉପରେ ଟ୍ରମ୍ପ୍‌ଙ୍କ ମତାମତ ଲୋଡ଼ାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ଯଦି ସେମାନେ ଏପରି କରନ୍ତି ତା’ହେଲେ ଆମେ ଆପଲ୍‌କୁ ବିରାମ ଦେବୁ। କାରଣ ସେମାନେ ଏପରି ଏକ କମ୍ପାନୀ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଯାହା ଆମ ଟ୍ରେଡ୍‌ ଡିଲ୍‌ର ଏକ ଅଂଶ। ତେଣୁ ଆପଲ୍‌ ପାଇଁ ଏପରି କରିବା ଭଲ ହେବ ନାହିଁ। ଏହାକୁ ଆମେ ଆଉ ଅନୁମତି ଦେବୁ ନାହିଁ। ଅନ୍ୟ ରାଷ୍ଟ୍ରଗୁଡ଼ିକ ଭଳି ଆମେ ଆମେରିକାର ସୀମାରେ କଟକଣା ଜାରି କଲେ ଆପଲ୍‌ ତା’ର ୧୦୦% ଉତ୍ପାଦ ଆମେରିକାରେ ହିଁ ନିର୍ମାଣ କରିବ। ଆମେରିକୀୟ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦେବା ପରିବର୍ତ୍ତେ ସେମାନଙ୍କ ମାନିଫେକ୍ଚରିଂ ସିଷ୍ଟମ୍‌କୁ ସ୍ବଦେଶକୁ ଫେରାଇଆଣିବା ଉଚିତ ପଦକ୍ଷେପ ହେବ। ଏହି ପରିପ୍ରେକ୍ଷୀରେ ଚାଇନାରେ ମାନିଫେକ୍ଚରିଂ ବେସ୍‌ ପ୍ରତିଷ୍ଠା କରିବାକୁ ନେଇ କରାଯାଉଥିବା ଯୁକ୍ତିକୁ ଟ୍ରମ୍ପ୍‌ ଉପହାସ କରିଛନ୍ତି। ସେ କହିଛନ୍ତି, ଯୁକ୍ତରାଷ୍ଟ୍ର ନିକଟରେ ସମସ୍ତ ଯୋଗାଣ ଶୃଙ୍ଖଳ ରହିବା ଉଚିତ। ତାହା ସାରା ବିଶ୍ୱରେ ବିସ୍ତାର ହେବା ଠିକ୍‌ ନୁହେଁ। ଅନ୍ୟପକ୍ଷରେ ଆମେରିକା ନୂଆ ବାଣିଜି୍ୟକ କଟକଣା ଜାରି କଲେ ୧୯୩୦ ଦଶକର ଗ୍ରେଟ୍‌ ଡିପ୍ରେଶନ ବା ମହା ମାନ୍ଦାବସ୍ଥା ଭଳି ସ୍ଥିତି ସୃଷ୍ଟି ହେବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପକ୍ଷରୁ ଟ୍ରମ୍ପ୍‌ ପ୍ରଶାସନକୁ ଚେତାବନୀ ଦିଆଯାଇଛି।
ପ୍ରକାଶ ଯେ, ଅନେକ କମ୍ପାନୀ ସେମାନଙ୍କ ମାନିଫେକ୍ଚରିଂ ବେସ୍‌କୁ ଏକାଧିକ ରାଷ୍ଟ୍ରକୁ ପରିବର୍ଦ୍ଧିତ କରିବା ଲାଗି ଯୋଜନା କରୁଛନ୍ତି। ଏହି ସ୍ଥଳେ ସେମାନଙ୍କୁ ଏକ ଫଳପ୍ରଦ ଭବିଷ୍ୟତର ପ୍ରତିଶ୍ରୁତି ଦେଇ ଭାରତ ନିଜ ଆଡ଼କୁ ଆକର୍ଷିତ କରିବା ଲାଗି ଉଦ୍ୟମ ଚଳାଇଛି। ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜ ସଦ୍ୟ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବୈଶ୍ୱିକ ଯୋଗାଣ ଶୃଙ୍ଖଳର ଏକ ଦୃଢ଼ ଭାଗରେ ପରିଣତ କରିବା ନେଇ ଆହ୍ବାନ ଦେଇଥିଲେ। ଏହି ଲକ୍ଷ୍ୟ ହାସଲ ପାଇଁ ଭାରତ ଅନେକ ଆଇନରେ ସଂଶୋଧନ ଆଣିବା ସହ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗିଛି। ସେହିପରି ରାଜ୍ୟ ସରକାରମାନେ ମଧ୍ୟ ଏହି ଦିଗରେ ଉଦ୍ୟମ ଚଳାଇଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ନେତୃତ୍ୱ ନେଇ ନିଜ ରାଜ୍ୟରେ ବିଭିନ୍ନ କମ୍ପାନୀ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କ ପାଇଁ ଖରାପ ଖବର! କମ୍ପାନୀ ମାନିଲା ହୋଇପାରେ ବ୍ଲଡ କ୍ଲଟିଂ ଭଳି ସାଇଡ ଇଫେକ୍ଟ

ନୂଆଦିଲ୍ଲୀ,୩୦।୪: କୋଭିଡ ଟିକା କାରଣରୁ ପାର୍ଶ୍ୱ ପ୍ରତିକ୍ରିୟାର ସମସ୍ତ ଦାବି ମଧ୍ୟରେ ଟିକା ଉତ୍ପାଦନକାରୀ କମ୍ପାନୀ ଆଷ୍ଟ୍ରାଜେନେକା ଏକ ବଡ଼ ତଥ୍ୟ ଦେଇଛି। କୋର୍ଟରେ ଉପସ୍ଥାପିତ...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri