Posted inଖେଳ

ମୋତେ ଦରକାର ନାହିଁ, ମୋ କୋଚ୍‌ଙ୍କୁ ସମ୍ମାନ ଦିଅ: ଅମିତ୍‌ ପଙ୍ଘାଲ

ନୂଅଦିଲ୍ଲୀ,୨୨।୯(ପି.ଟି.): ମୋତେ କୌଣସି ବ୍ୟକ୍ତିଗତ ସମ୍ମାନ କିମ୍ବା ପୁରସ୍କାର ଦରକାର ନାହିଁ। କିନ୍ତୁ ମୋ କୋଚ୍‌ ଅନିଲ ଧାଙ୍କରଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଉ ବୋଲି ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ଅମିତ୍‌ ପଙ୍ଘାଲ କହିଛନ୍ତି। ନିକଟରେ ରୁଷିଆର ଇକାଟେରିନବର୍ଗଠାରେ ଶେଷ ହୋଇଥିବା ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ପ୍ରଥମ ଭାରତୀୟ ଭାବେ ରୌପ୍ୟ ପଦକ ହାତେଇଛନ୍ତି। ସେ ପୂର୍ବରୁ ଏସିଆନ ଗେମ୍ସ ଓ ଏସିଆନ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୨ରେ ଡୋପିଂ ଟେଷ୍ଟରେ ବିଫଳ ହେବା ଯୋଗୁ ଅର୍ଜୁନ ସମ୍ମାନ ପାଇଁ ତାଙ୍କ ନାମକୁ ଉପେକ୍ଷା କରାଯାଇଥିଲା। ଏଥିସହ ତାଙ୍କୁ ଗୋଟିଏ ବର୍ଷ ପାଇଁ ବାସନ୍ଦ ମଧ୍ୟ ହେବାକୁ ପଡ଼ିଥିଲା। ସେହିବର୍ଷ ସେ ଚିକେନ ପକ୍ସ ରୋଗରେ ପୀଡ଼ିତ ଥିଲେ। ସଚେତନତା ଅଭାବରୁ ସେ ଡାକ୍ତର ଦେଇଥିବା ଔଷଧ ଅତିମାତ୍ରରେ ବ୍ୟବହାର କରିଥିଲେ। ଯାହା ଫଳରେ ସେ ଡୋପ ଟେଷ୍ଟରେ ବିଫଳ ହୋଇଥିଲେ। ମୋତେ କୌଣସି ପୁରସ୍କାରର ଆବଶ୍ୟକତା ନାହିଁ। ହେଲେ କୋଚ୍‌ ଅନିଲ ଧାଙ୍କରଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ଦିଆଯାଉ। ସେ ମୋ କ୍ୟାରିୟର ତିଆରି କରିଛନ୍ତି। ତାଙ୍କ ବିନା ମୁଁ ବକ୍ସର ହୋଇପାରି ନ ଥାନ୍ତି। ମୁଁ ୨୦୦୮ରେ ବକ୍ସିଂ ଆରମ୍ଭ କରିଥିଲି। ସେବେଠାରୁ ସେ ମୋ ସହ ଅଛନ୍ତି। ମୋତେ ଏବେ ମଧ୍ୟ କିଛି ମାର୍ଗ ଦର୍ଶନର ଆବଶ୍ୟକତା ପଡ଼ିଲେ, ମୁଁ ତାଙ୍କ ସାହାଯ୍ୟ ନିଏ। ତାଙ୍କୁ ଏକ ପୁରସ୍କାର ମିଳିଲେ, ମୁଁ ବହୁତ ଖୁସି ହେବି ବୋଲି ପଙ୍ଘାଲ କହିଛନ୍ତି। ୪୫ ବର୍ଷୀୟ ଧାଙ୍କର କଦାପି ଜାତୀୟ ଦଳ ସହ କୋଚ୍‌ ଭାବେ କାର୍ଯ୍ୟ କରି ନାହାନ୍ତି। କିନ୍ତୁ ବକ୍ସର ଭାବେ ଜାତୀୟ ସ୍ତରରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri